ବୁଲାକୁକୁରଙ୍କ ସ୍ମାର୍ଟ ସହର

ପ୍ରଭାତ କୁମାର ଦାସ
ବନେଶ୍ୱର ସ୍ମାର୍ଟ ସହର ହେଲା ପରେ ବୁଲାକୁକୁରଙ୍କ ସଂଖ୍ୟା ଆଶାତୀତ ଭାବରେ ବଢିଛି। ସରକାର ଏ ସହରକୁ ମଳମୁକ୍ତ ସହର ବୋଲି ଘୋଷଣା କଲେଣି। ବାହାରେ ଖୋଲାଜାଗାରେ କେହି ମଳତ୍ୟାଗ କଲେ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ଘୋଷଣା ହୋଇଛି। କିନ୍ତୁ ବୁଲାକୁକୁରଙ୍କୁ ରାସ୍ତା ଉପରେ ମଳତ୍ୟାଗ ପାଇଁ ଓ ପୋଷାକୁକୁରଙ୍କୁ ବୁଲାଇ, ରାସ୍ତା ଉପରେ ମଳତ୍ୟାଗ କରାଇବାକୁ ଅବାଧ ଛାଡିଦିଆଯାଇଛି। ଏବେ ଯେଉଁ ଗଳି ରାସ୍ତାରେ ପଶନ୍ତୁ, ଟିକିଏ ଅସାବଧାନ ହେଲେ କୁକୁର ମଳ ମାଡି ପକାଇବାର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ। ବର୍ଷା ସମୟର ଅବସ୍ଥା ତ ଆହୁରି ଖରାପ। ନାକରେ, ମୁହଁରେ ରୁମାଲ ନ ଦେଇ ଚାଲିବା ବି ସମ୍ଭବ ନୁହେଁ। ଜୋତା ପିନ୍ଧି ପାହାଚ ଚଢିଲେ ବି ସମସ୍ୟା।
ସରକାର କିମ୍ବା ସ୍ମାର୍ଟ ସହର ଯୋଜନା ଓ ମହାନଗର ନିଗମ ଦାୟିତ୍ୱରେ ଥିବା ଅଧିକାରୀମାନେ କେହି ଏ ସମସ୍ୟା ପାଇଁ ସମୁଚିତ ଦୃଷ୍ଟି ଦେଉନାହାନ୍ତି। ସଚେତନ ନାଗରିକମାନଙ୍କ କଥା ତ ନ କହିବା ଭଲ। ଜୀବେ ଦୟା ପାଇଁ ଘରର ବଳକା ଓ ଅଇଁଠା ଖାଦ୍ୟ ପଦାର୍ଥକୁ ବୁଲାକୁକୁରମାନଙ୍କୁ ଡାକିହାକି ଦେଉଛନ୍ତି। ପୁଣି ଗଳି ମୁଣ୍ଡରେ ମହାନଗର ନିଗମର ମଇଳା ସଂଗ୍ରାହକମାନେ କୁଢ କୁଢ ମଇଳା ଆଣି ଜମା କରୁଛନ୍ତି। ସେହି ସ୍ଥାନରେ ବୁଲାକୁକୁରମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମିଳିଯାଉଛି।
ସେମାନଙ୍କ ପାଇଁ ପ୍ରାୟୋଜିତ ବାକରଣ ଯୋଜନା କେବେଠୁ ଅକାମୀ ହୋଇଗଲାଣି। ତେଣୁ ସେମାନଙ୍କୁ ସ୍ବଚ୍ଛନ୍ଦ ବଂଶବୃଦ୍ଧିରେ କୌଣସି ପ୍ରତିବନ୍ଧକ ନାହିଁ। ପ୍ରତିବର୍ଷ ସେମାନଙ୍କ ସଂଖ୍ୟା ବଢୁଛି। ସେମାନେ ଦଳବଳ ଧରି ଛକ ଜାଗାମାନଙ୍କରେ ଏକାଠି ରହୁଥିବାରୁ ଓ ଗାଡିଗୁଡ଼ିକ ପଛରେ ଭୁକି ଭୁକି ଧାଉଁଥିବାରୁ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ବି ଘଟୁଛି। ଅନେକ ସ୍ଥଳରେ ରାସ୍ତା ଉପରେ ଗାଡି ଚାପାରେ ଓ ଗାଡି ତଳେ ଶୋଇବା କାରଣରୁ ବି ସେମାନେ ମରୁଛନ୍ତି। ତାଙ୍କ ମଲା ଶରୀରକୁ ଉଠାଇବା ପାଇଁ ମହାନଗର ନିଗମ ପକ୍ଷରୁ କୌଣସି ତତ୍ପରତା ନାହିଁ। ସେଇଠି ସେ ଶବ ପଚି ଶଢି ଆପେ ନଷ୍ଟ ହେବା ପର୍ଯ୍ୟନ୍ତ ପଥଚାରୀ ଓ ସ୍ଥାନୀୟ ଅଧିବାସୀ କଷ୍ଟ ଭୋଗିବାକୁ ବାଧ୍ୟ। ଏଭଳି ଘଟଣା କୋଉଠି ନା କୋଉଠି ପ୍ରତିଦିନ ଘଟେ।
ଯଦି ମହାନଗର ନିଗମ ଓ ସ୍ମାର୍ଟ ସହର ଯୋଜନା, ସହର ଭିତରେ କୁକୁରଙ୍କ ମଳତ୍ୟାଗଜନିତ ପ୍ରଦୂଷଣକୁ ରୋକି ନ ପାରେ, ତେବେ ମଣିଷମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇଖାନା ଯୋଜନା କରିବାରେ କିଛି ଅର୍ଥ ନାହିଁ, ତାହା କେବଳ ଲୋକଙ୍କ ଟିକସ ଧନର ଅପଚୟ।
ଯେଉଁମାନେ ପୋଷାକୁକୁରଙ୍କୁ ବୁଲାଇ ରାସ୍ତା ଉପରେ ମଳତ୍ୟାଗ କରାଉଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉ। ଯେଉଁ ଠିକାଦାରି ସଂସ୍ଥା ଗଳିମୁଣ୍ଡରେ ଖୋଲାରେ କୁଢ କୁଢ ମଇଳା ଜମା କରୁଛନ୍ତି, ସେମାନଙ୍କୁ ଦୃଢ ହସ୍ତରେ ନିୟନ୍ତ୍ରଣ କରାଯାଉ।
ଯେଉଁମାନେ କୁକୁରଙ୍କ ବାକରଣ ଦାୟିତ୍ୱରେ ଅଛନ୍ତି, ବୁଲାକୁକୁରଙ୍କ ସଂଖ୍ୟା ପ୍ରତିବର୍ଷ କେତେ କମୁଛି ସେହି ଅନୁପାତରେ ସେମାନଙ୍କୁ ପାରିଶ୍ରମିକ ଦିଆଯାଉ। ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ଯେଉଁ ପ୍ରଶ୍ନର ଉତ୍ତର ଦେଇଛନ୍ତି ‘କୁକୁର ବାକରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି’ ତାହା ଅନ୍ଧକୁ ଆଖିଠାରିଲା ଭଳି କଥା। ଯଦି ତାଙ୍କ କଥା ଠିକ୍‌ ତେବେ ପ୍ରତିବର୍ଷ ବୁଲାକୁକୁରଙ୍କ ସଂଖ୍ୟା ବଢୁଛି କିପରି?
ସହରକୁ ପ୍ରକୃତରେ ମଳମୁକ୍ତ କରିବାକୁ ହେଲେ ମୂଳରୁ ସମସ୍ୟାକୁ ବିଚାର କରାଯିବା ଉଚିତ। କେବଳ ଅନ୍ୟ ସହର କି ବିଦେଶରୁ ଦେଖିଆସି, ଉପରଠାଉରିଆ ଭାବରେ ଯୋଜନାକୁ ପ୍ରଚାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏଇଭଳି ଆଉ ଦଶବର୍ଷ ଚାଲିଲେ ବି ସହର କେବେ ବି ମଳମୁକ୍ତ ହେବ ନାହିଁ। ଆମ ଭାଷାରେ କଥାଟିଏ ଅଛି, ପୋଥି ପଢି ବାଳୁଙ୍ଗା ବାଛିବା ଭଳି। ଆମ ଯୋଜନା ରୂପାୟନର କର୍ତ୍ତାମାନେ ବୋଧହୁଏ ସେହିଭଳି କରୁଛନ୍ତି। ବାସ୍ତବତାକୁ ଧ୍ୟାନ ଦିଅନ୍ତୁ। ସବୁ ସୁଧୁରିଯିବ।
୫୮, ସ୍ବର୍ଣ୍ଣପୁରୀ, ଭୁବନେଶ୍ୱର, ମୋ-୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri