Posted inଖେଳ

ବୁମରାଙ୍କ ଫିଟ୍‌ନେସ ଟେଷ୍ଟ କରିବାକୁ ମନାକଲା ଏନ୍‌ସିଏ

ମୁମ୍ବାଇ,୨୦।୧୨- ବିସିସିଆଇର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ପେସର ଯଶପ୍ରୀତ ବୁମରାଙ୍କ ଫିଟ୍‌ନେସ ଟେଷ୍ଟ ନେବାକୁ ମନା କରି ଦେଇଛି। ବୁମରା ନିକଟରେ ଏନ୍‌ସିଏରେ ଟ୍ରେନିଂ ନେବାକୁ ମନା କରିଥିଲେ। ସେ ବିଶାଖାପାଟଣାରେ ଭାରତୀୟ ଖେଳାଳିଙ୍କୁ ନେଟ୍ସରେ ବୋଲିଂ କରିବା ପରେ ଏବେ ବାଙ୍ଗାଲୋରରେ ଅଛନ୍ତି। ଜାତୀୟ ଦଳକୁ ଫେରିବା ଲାଗି ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବା ବାଧ୍ୟତାମୂଳକ। ଡିରେକ୍ଟର ରାହୁଲ ଡ୍ରାଭିଡ ଓ ଫିଜିଓଥେରାପିଷ୍ଟ ଆଶିଷ କୌଶିକଙ୍କ ଏନ୍‌ସିଏ ଦଳ ବୁମରାଙ୍କ ଫିଟ୍‌ନେସ ନେବାକୁ ସଧାସଳଖ ମନା କରି ଦେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକଙ୍କ ନେତୃତ୍ୱଧୀନ ଏନ୍‌ସିଏ ପକ୍ଷରୁ କୁହାଯାଇଛି, ବୁମରା ପିଠିଜନିତ ଆହତ ସମସ୍ୟାରୁ ମୁକୁଳିବା ପାଇଁ ନିଜେ ସ୍ପେଶାଲିଷ୍ଟଙ୍କ ସହାୟତା ନେଇଥିଲେ। ଏଣୁ କେଉଁଭଳି ଆମେ ଫିଟ୍‌ନେସ ଟେଷ୍ଟ କରାଇପାରିବୁ? ଆମେ ଫିଟ୍‌ ଘୋଷଣା କଲା ପରେ ଯଦି ପରେ କିଛି ଘଟିଯାଏ? ଏ ଭଳି ପ୍ରଶ୍ନ ପଚରାଯାଇଛି। ଚଳିତବର୍ଷ ସେପ୍ଟେମ୍ବରରେ ବୁମରା ସ୍ପେଶାଲିଷ୍ଟ ଡାକ୍ତରଙ୍କ ପରାମର୍ଶ ନିମନ୍ତେ ଇଂଲଣ୍ଡ ଗସ୍ତ କରିଥିଲେ। ଏଥିସହ ଏନ୍‌ସିଏ ଯିବାକୁ ଇଚ୍ଛୁକ ନ ଥିବା ଟିମ୍‌ ମ୍ୟାନେଜମେଣ୍ଟକୁ ମଧ୍ୟ ଜଣାଇଥିଲେ ବୁମରା। ପୂର୍ବରୁ ଏନ୍‌ସିଏଠାରେ ବୁମରାଙ୍କ ଫିଟନେସ ଟେଷ୍ଟ ହେବାର ଥିଲା। ଏଥିନେଇ ଏନ୍‌ସିଏ ଟିମ୍‌ ଇଣ୍ଡିଆ ଟ୍ରେନର ନିକ ଓ୍ବେବଙ୍କୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଡ୍ରାଭିଡ ଟିମ୍‌ ଇଣ୍ଡିଆର ସହାୟକ ଟ୍ରେନର ଆଶିଷ ପରମାରଙ୍କୁ ସୂଚିତ କରି ଦେଇଛନ୍ତି ଯେ, ବୁମରାଙ୍କ ଟେଷ୍ଟ ଏନ୍‌ସିଏରେ ହୋଇପାରିବ ନାହିଁ। ତୁମେ ପୂରା ଫିଟ୍‌ ଅଛ। ଯେଉଁମାନଙ୍କ ସହ ଟ୍ରେନିଂ ନେଉଥିଲେ, ସେମାନଙ୍କୁ ଫିଟ୍‌ନେସ ଟେଷ୍ଟ କରିବାକୁ ବୁମରାଙ୍କୁ କୁହାଯାଇଥିବା ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଏହି ଦେଶଗୁଡିକରେ ସାମାନ୍ୟ ଟଙ୍କା ଭଳି କାରାବାର ହେଉଛି ସୁନାରୂପା ମୁଦ୍ରା! ଜାଣନ୍ତୁ କେଉଁଠି…

ଆଜିର ଡିଜିଟାଲ ଯୁଗରେ, ଯେତେବେଳେ ଆମେ ଆମ ପକେଟରେ ଏକ ୱାଲେଟ ବିନା ମୋବାଇଲ ଫୋନରେ QR କୋଡ ସ୍କାନ କରି ସବୁକିଛି କରିଥାଉ। ଆପଣ କ’ଣ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri