ବୁଦ୍ଧିମତ୍ତା ବଢ଼ାଏ ଫଳମୂଳ

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ବିଶେଷଭାବରେ ଏହାକୁ ଯଦି ଆମେ ବ୍ରେକଫାଷ୍ଟରେ ସାମିଲ କରିବା ତେବେ ତାହାର ଉପକାରୀ ଗୁଣକୁ ଉପଲବ୍ଧି କରିହେବ। ଫଳମୂଳ ଖାଇବା ଦ୍ୱାରା ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ଏପରି ଏକ କୌତୂହଳପୂର୍ଣ୍ଣ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ‘ତଟକା ଫଳମୂଳ ଓ ବୁଦ୍ଧିମତ୍ତା’ ବିଷୟବସ୍ତୁ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟି ବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ବ୍ରେକଫାଷ୍ଟରେ ତଟକା ଫଳମୂଳ ଖାଇବାକୁ ପରାମର୍ଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହାଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତାର କିପରି ବିକାଶ ହେଉଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏହାକୁ ଖାଇବା ଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତାର ବିକାଶ ହେଉଥିବାର ସେମାନେ ଜାଣିପାରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ବ୍ରେକଫାଷ୍ଟ ନିୟମିତ କରିବା ସହ ଏହି ତାଲିକାରେ ତଟକା ଫଳମୂଳ ସାମିଲ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା...

ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି...

କରୋନାକୁ ଏବେ ଭୟ ନାହିଁ: ବଜାରକୁ ଆସିବ ସେଫ୍ଟି ଗଗଲ୍ସ

ଚଣ୍ଡିଗଡ଼, ୨୮।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏବେ ଆଉ କରୋନାକୁ ଭୟ ନାହିଁ। ବଜାରରେ ଖୁବ୍‌ ଶୀଘ୍ର...

ପିଲାଙ୍କୁ ଶିଖାନ୍ତୁ…

ଛୋଟ ପିଲାମାନେ କୋମଳମତି । କେତେକ ବିଷୟ ପ୍ରତି ଯଦି ସେମାନେ ପିଲାଟି ଦିନରୁ ସଚେତନ ହେବେ ତେବେ ତାହା ସେମାନଙ୍କ ଭବିଷ୍ୟତ ପାଇଁ ବେଶ୍‌...

ଆପଣଙ୍କର ଏଭଳି କୁଅଭ୍ୟାସ ଅଛି କି? ବିଗିଡ଼ିଯିବ ସବୁ କାମ..

ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ...

ଅଧିକ ସମୟ ମାସ୍କ ବାନ୍ଧିଲେ କ’ଣ ହେବ ପରିଣାମ, ଏନେଇ ଏମିତି କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାକୁ...

ମଧୁମେହ କାବୁ କରିବ ଉପବାସ

ମଧୁମେହ ପୀଡ଼ିତଙ୍କ ପାଇଁ ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତର ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପାନୀୟ ଏବଂ ଡାଏଟିଙ୍ଗ୍‌ର ପରାମର୍ଶ...

ଡାଟା ଟ୍ରାନ୍ସଫରର ନୂଆ ଉପାୟ

ସାଧାରଣତଃ ଗୋଟିଏ ଚିପ୍‌ରୁ ଅନ୍ୟ ଚିପ୍‌କୁ ଡାଟା ଟ୍ରାନ୍ସଫର ପାଇଁ ବିଦ୍ୟୁତର ଆବଶ୍ୟକତା ହୋଇଥାଏ। ହେଲେ ଏଣିକି ବିଦ୍ୟୁତ ନ ଥିଲେ ମଧ୍ୟ ଏପରି କାମକୁ...

Advertisement


Archives

Model This Week