ବୁଢାବଳଙ୍ଗରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ିଲା

ବାଲେଶ୍ୱର ଅଫିସ, ୨୧।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ ଗୁରୁବାର ଅପରାହ୍ନ ସମୟରେ ଭୁଶୁଡ଼ି ପଡିଛି। ଏଥିରେ କୌଣସି ପ୍ରକାରେ କ୍ଷତି ନ ହୋଇଥିବା ବେଳେ କାର୍ଯ୍ୟରେ ପୁଣି ବିଳମ୍ବ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁୁହାଯାଇଛି।
ପୋଲରେ ଛାତ ପକାଇବା ପାଇଁ ବାତ୍ୟା ପୂର୍ବରୁ ସେଣ୍ଟ୍ରିଂ ସରିଥିଲା। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଇ ସେଣ୍ଟ୍ରିଂ ପାଇଁ ତଳେ ଦିଆଯାଇଥିବା ଖମ୍ବ ମଧ୍ୟରୁ ଗୋଟିଏ ଖମ୍ବ ଭାସିଯାଇଥିଲା। ଫଳରେ ଅନ୍ୟ ଖମ୍ବଗୁଡିକ ଭାରସାମ୍ୟ ହରାଇ ଖସିଯିବାରୁ ସେଣ୍ଟ୍ରିଂ ଭୁଶୁଡି ପଡିଥିଲା। ଅନ୍ୟପକ୍ଷରେ ଉକ୍ତ ପୋଲ ନିକଟରେ ଥିବା ବ୍ରିଟିଶ୍‌ ଅମଳର ଲୁହାପୋଲ ଗତ ୧୬ ତାରିଖ ସନ୍ଧ୍ୟାରେ ହଠାତ୍‌ ଦବି ଯାଇଥିଲା। ଉକ୍ତ ଦିନଠାରୁ ଯା’ଆସ ବନ୍ଦ ରହିଛି। ଏହି ଦୃଷ୍ଟିକୋଣରୁ ନୂତନ ପୋଲର କାର୍ଯ୍ୟ ଯଥାଶୀଘ୍ର ଶେଷ ହେବାର ଗୁରୁତ୍ୱ ରହିଛି। ଏହି ନଦୀପୋଲ ଉପରେ ଉତ୍ତରବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତା, ରୂପ୍‌ସା, ଫୁଲାଡ଼ିର ଲୋକେ ସହରକୁ ଆସିବା ପାଇଁ ନିର୍ଭର କରିଥାନ୍ତି। ଏବେ ପ୍ରାୟ ୧୫ କି.ମି. ବୁଲି ରେମୁଣା ଗୋଲେଇ ଦେଇ ଆସୁଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୧ା୧୧-ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପ୍ରତାରଣା କରିଥିବା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ...

ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଛାଡ଼ିଲେନି ଅଭିଭାବକ

ଅନୁଗୋଳ ଅଫିସ,୫।୬: ଅନୁଗୋଳ ବ୍ଲକ ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକମାତ୍ର ଗଣିତ ଶିକ୍ଷକଙ୍କ ବଦଳି ଘଟଣା ଧୀରେ ଧୀରେ ଅଧିକ ଜଟିଳ ରୂପ...

ବୃଦ୍ଧାଙ୍କୁ କୋଳରେ ବୋହି ମତଦାନ କେନ୍ଦ୍ରକୁ ନେଲେ ମହିଳା ପୋଲିସ

ଭବାନୀପାଟଣା,୨୪।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାରେ ଗୁରୁବାର ପୌର ନିର୍ବାଚନ ଶେଷ ହୋଇଛି। ଭବାନୀପାଟଣା ୧୪ ନମ୍ବର ୱାର୍ଡ ଟାଉନ ହାଇସ୍କୁଲ ବୁଥ୍‌ ନଂ. ୩୮ରେ ମତଦାନ...

ଝାରସୁଗୁଡ଼ା ଜିଲାପାଳ ନିଲମ୍ବିତ

କଟକ ଅଫିସ/ଝାରସୁଗୁଡ଼ା ଅଫିସ, ୧୪।୮: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା...

୬ରେ ଗଜପତି ବନ୍ଦ ଡାକରା

ପାରଳାଖେମୁଣ୍ଡି,୪।୧୧(ଡି.ଏନ୍‌.ଏ.): ଆସନ୍ତା ୬ ତାରିଖ  ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି।...

ବ୍ୟାଙ୍କ ଡକାୟତି ଘଟଣା, ୪ ଗିରଫ

କଟକ ଅଫିସ,୧୩।୧୧: ବ୍ୟାଙ୍କ ଡକାୟତି ଘଟଣାରେ ଜଗତ୍‌ପୁର ପୋଲିସ ଏକ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗର ୪ ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଟାଙ୍ଗୀ...

ଘିଅ କମ୍ପାନୀ ଉପରେ ଚଢ଼ାଉ, ୧୪୪୮ କିଲୋରୁ ଅଧିକ ନକଲି ଗୁଆଘିଅ, ସସ୍‌ ଜବତ

ଚୌଦ୍ୱାର,୧୪।୯(ଡି.ଏନ.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ ନମ୍ବର ୱାର୍ଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ରାସ୍ତାରେ ଥିବା ଏକ ନକଲି...

ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା...

Advertisement
Archives

Model This Week