ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୨ଜଣଙ୍କୁ ବୁଡାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ସେମାନେ ହେଲେ କଡ଼ଗାବାଲି ଗ୍ରାମର ପାର୍ଥ ପ୍ରଧାନ ଏବଂ ଜଣେ ୫ ବର୍ଷର ଶିଶୁ। ଏବେମଧ୍ୟ ବୁଡାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ କଡ଼ଗାବାଲିର ଜଳେନ୍ଦ୍ର ପ୍ରଧାନ ଏବଂ ସାସ୍ର ମଲ୍ଲିକ ଚିକିତ୍ସିତ ହେଉଛନ୍ତି। ସାସ୍ର ଶୁକ୍ରବାର ଝାଡାବାନ୍ତିରେ ମୃତ୍ୟୁ ଘଟିଥିବା ପେଟା ମଲ୍ଲିକଙ୍କ ବାପା ବୋଲି ଡାକ୍ତର କହିଛନ୍ତି। କଡ଼ଗାବାଲି ଅଞ୍ଚଳରେ ମଙ୍ଗଳବାର ଆହୁରି ୭ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବଂଶିଧର ପାତ୍ର କହିଛନ୍ତି। ସେମାନଙ୍କ ମଧ୍ୟରେ ୨ ଯାଅଁଳା ଶିଶୁ ଜୋସ୍ନା ଏବଂ ଯଶୋଦା ପ୍ରଧାନଙ୍କ ସମେତ ନିଶା ପ୍ରଧାନ, ଆଦିତ୍ୟ ପ୍ରଧାନ, ଚମ୍ପା ପ୍ରଧାନ, ରଘୁ ନନ୍ଦନ ପ୍ରଧାନ, ଘେନେଶ୍ୱର ପ୍ରଧାନ ରହିଛନ୍ତି। ଦାରିଙ୍ଗବାଡ଼ିରୁ ଯାଇଥିବା ଡାକ୍ତର ଟିମ୍‌ ଗଁାରେ ସେମାନଙ୍କ ଚିକିତ୍ସା ଚଳାଇଛି। କନ୍ଧମାଳ ସିଡିଏମ୍‌ଓ ରାଜଶ୍ରୀ ପଟ୍ଟନାୟକ ବୁଡାଗୁଡ଼ାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ସଂସ୍କାର ପାଇଁ କମିଟି ଗଠନ କର: ହାଇକୋର୍ଟ

କଟକ ଅଫିସ,୨୪ା୧୨: ଜେଲରେ ସଂଖ୍ୟାଧିକ କଏଦୀଙ୍କ ଭିଡ଼ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଜେଲ ସଂସ୍କାର ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କର।...

ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ

ବ୍ରହ୍ମପୁର ଅଫିସ,୮ା୪:  ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ଶୁକ୍ରବାର ନିର୍ବାଚନ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ। ୧୧ଟାରୁ...

ମଶା କବଳରେ ବ୍ୟାସନଗରବାସୀ: ପରିମଳ ବ୍ୟବସ୍ଥା ସଜାଡ଼ିବାରେ ବିଫଳ

ଯାଜପୁର ଅଫିସ,୧୧।୧୨- ପାଖାପାଖି ୧ବର୍ଷ ହେଲା ସ୍ବାୟତ୍ତ ଶାସନ ବା ପୌର ସଂସ୍ଥାର ଦାୟିତ୍ୱ ପ୍ରଶାସନ ହାତରେ ରହିଛି। ସହରର ପରିବେଶକୁ ସ୍ବାସ୍ଥ୍ୟକର ଓ ନିର୍ମଳ...

ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା

ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା...

ବିଶୋଧନ ହେଲା ବିଭିନ୍ନ କାର୍ଯ୍ୟାଳୟ

ବଇଣ୍ଡା, ୧୧ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ନୁନୁକାପଶି, ଗାଁ ବଇଣ୍ଡା, ହଣ୍ଡପା ଆଦି ୩ଟି ପଞ୍ଚାୟତର ବିଭିନ୍ନ କାର୍ଯ୍ୟାଳୟକୁ ବାମୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ସାନିଟାଇଜ କରାଯାଇଛି।...

ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ...

ପରିବା ଚାଷୀଙ୍କ କରୋନା ପାଣ୍ଠିକୁ ସହାୟତା

ନୂଆପଡା ଅଫିସ,୨୦ା୪: କରୋନା ମୁକାବିଲା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ସହାୟତାର ହାତ ବଢାଉଛନ୍ତି।...

୪୧ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା

କେସିଙ୍ଗା,୧୦।୫: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ମହାବିଦ୍ୟାଳୟକୁ ଦୀର୍ଘ ୪୧ ବର୍ଷ ପରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଜମିର ପଟ୍ଟା ପ୍ରଦାନ...

Advertisement
Archives

Model This Week