ବୁଡ଼ାପାଲି ହାଇସ୍କୁଲ: ପଢ଼ାକୁଠି ଅଭାବ, ବାରନ୍‌ଡାରେ ପଢ଼ୁଛନ୍‌ ଛାତ୍ରୀଛାତ୍ର

ବିଜେପୁର, ୬।୨ (ଡି.ଏନ୍‌.ଏ.)-  ଗାଁଗଁଲିନୁ ସହରତକ୍‌ ଛୁଆକୁ ସରକାରୀ ସ୍କୁଲ ମୁହାଁ କରବାକେ ରାଏଜ୍‌ ସରକାର ଭିନ୍‌ ଭିନ୍‌ ଯୋଜନା କାଯକାରୀ କରୁଛନ୍‌। ମାହାଲିଆ ପେଁଟ୍‌ସାଟ୍‌, ଜୁତା, ବହିପତର, ବେଲାକେ ପୁଷ୍ଟିକର ଖାଏଦ୍‌ ସଂଗେ ସୁଁଦର ପଢ଼ାକୁଠି ତିଆରି ଲାଗି କୋଟି କୋଟି ଟଁକା ସାରୁଛନ୍‌। ହେଲେ ବିଭାଗୀୟ କରମଚାରୀକଁର୍‌ ଅବହେଲା, ଉଦାସୀନତା ଲାଗି କେନ୍‌ଠାନେ ପଢ଼ାକୁଠି ତ କେନ୍‌ଠାନେ ଶିକ୍ଷକ ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ଖେଲ୍‌ଢ଼େପ ହେଉଛେ।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ବିଜେପୁର ବ୍ଲକ ବୁଡ଼ାପାଲି ପଁଚେତ୍‌ ସଦରରେ ଅଂଚଲରେ ଶିକ୍ଷାର ବଢ଼ତି ଲାଗି ୧୯୩୬ ସାଲେ ଇ ସ୍କୁଲ ଥାପନା ହେଇଥିଲା। ଇ ସ୍କୁଲରେ ପାଠ୍‌ ପଢ଼ିଥିବାର ପିଲାଛୁଆମାନେ ଏହେଦେ ଭିନ୍‌ ଭିନ୍‌ ବିଭାଗଥି ଚାକରି କରି ଅଂଚଲର ନଁା ରଖିଛନ୍‌। ଦିନେ ଅଂଚଲର ଶିକ୍ଷାର ବଢ଼ତି ଲାଗି ଥାପନା କରାଯାଇଥିବାର ଇ ହାଇସ୍କୁଲର ହାଲ୍‌ ଏହେଦେ ଅଁାଖିଥି ନାଇଁଦେଖ୍‌ଲେ ବିଶୁଆସ କରି ନାଇଁପାରେ। ଏହେଦେ ୧ମରୁ ୧୦ମ ଶ୍ରେଣୀ ତକ୍‌ ରହିଥିବାର ଇ ହାଇସ୍କୁଲରେ କୁଲ ୩୧୦ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ସ୍କୁଲର ଦୁଇଟା କୁଠି ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଥିଲାବେଲେ କୁଲ ୬ଟା ନ କୁଠି ରହିଛେ। ଯେନଥିର୍‌ଲାଗି ୩ଟା ଶ୍ରେଣୀର ଛାତ୍ରୀଛାତ୍ର ସ୍କୁଲ ବାରନ୍‌ଡାଥି ବସି ପାଠ୍‌ ପଢ଼ୁଥିବାର ଅଭିଯୋଗ ହେଉଛେ। ସେନ୍‌ତା କୁଠା ଅଭାବ ଲାଗି ସାଇନ୍ସ ଲାବୋରେଟୋରୀ, ଲାଇବ୍ରେରୀର ବହିପତର ଛାତ୍ରୀଛାତ୍ର ବେଭାର କରି ନାଇଁପାରୁଥିବାର ଅଭିଯୋଗ ହେଉଛେ। ହାଇସ୍କୁଲରେ ଇହାଦେ ୧୧ ଝନ୍‌ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିଲେ ବି କୁଠା ଅଭାବୁ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ଖେଲଢ଼େପ ହେଉଥିବାର ଅଭିଯୋଗ ହେଉଛେ। ଇଆଡ଼େ ସରକାର ସ୍କୁଲମାନକେ ଉଚ ମାନର ଶିକ୍ଷା ଦିଆଯାଉଥିବାର କଥା କହୁଛନ୍‌। ହେଲେ କୁଠା ଅଭାବୁ ଇଠାନେ ଛାତ୍ରୀଛାତ୍ର କେନ୍‌ଥେଇ ପଢ଼ୁଥିବେ ଇଥ୍‌ରୁ ବୁଝାପଡ଼ୁଛେ ବଲି ଅଂଚଲରେ ଚରଚା ହେଉଛେ। ସେନ୍‌ତା ସ୍କୁଲରେ ଭଂଗା ଦଦ୍‌ରା କୁଠାମାନ ବିପଦ୍‌ ଅବସ୍‌ତାରେ ରହିଥିଲେ ବି ସେଟା ଭଂଗା ନାଇଁଯିବାର। ଏନ୍‌ତାଥି ଛାତ୍ରୀଛାତ୍ର ସବୁବେଲେ ଭଏଭିତ ଅବସ୍‌ତାରେ ରହୁଛନ୍‌। ସ୍କୁଲର ସମସିଆ ବାବ୍‌ଦେ ବିଭାଗୀୟ ଅଧ୍‌କାରୀମାନକୁ ଗୁହାରି କରି ଥକି ଗଲୁଁନ, ହେଲେ କିଛି ଲାଭ ନାଇଁ ହେବାର ବଲି ସ୍କୁଲ ପରିଚାଲନା କମିଟି ଅଭିଯୋଗ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri