ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ

ବୁଗୁଡ଼ା,୨ା୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ ମଙ୍ଗଳବାର ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ବିଡିଓ ତନ୍ମୟ ପାତ୍ର କହିଛନ୍ତି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜନୈକ ଗର୍ଭବତୀଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିଲା। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ଅନ୍ୟଜଣେ ଗର୍ଭବତୀ ଅବଧି ସରିବା ପରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯାଇଥିଲେ। ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ତାଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେଣୁ ଉଭୟ ମହିଳାଙ୍କୁ ମଙ୍ଗଳବାର କୋଭିଡ୍‌ ହସ୍‌ପିଟାଲକୁ ପଠାଯାଇଛି। ବୁଗୁଡ଼ା ବ୍ଲକରେ ପୂର୍ବରୁ ୧୫ ଜଣ ପଜିଟିଭଙ୍କ ମଧ୍ୟରୁ ୧୩ ସୁସ୍ଥ ହୋଇ ଫେରିଥିବାବେଳେ ୨ ଜଣ ଚିକିତ୍ସାଧୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠୁ ଆସିଲା ଧଳା ରଙ୍ଗର ବଜ୍ରକାପ୍ତା: ବଜାର ମୂଲ୍ୟ ୫ ଲକ୍ଷ

କୋଟପାଡ଼,୧ା୮(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ଶନିବାର ଧରିଛି। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ବିଶାଳ...

ନଦୀରେ ପକାଇଥିଲେ ଜାଲ: ମାଛ ଭାବି ଉଠାଇଲା ବେଳକୁ କୁମ୍ଭୀର

ମହାକାଳପଡ଼ା, ୨୯।୮(ଡି.ଏନ୍‌.ଏ.): ମାଛ ପାଇଁ ନଦୀରେ ପକାଇଥିଲେ ଜାଲ ହେଲେ ମିଳିଲା କୁମ୍ଭୀର। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ। ତିଖିରି...

ଗଞ୍ଜାମରେ କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା: ୯ ଦିନରେ ସଂକ୍ରମିତ ହେଲେଣି ୯୪ ଜଣ

ଛତ୍ରପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୨୦ ଜଣ ପ୍ରବାସୀ ଫେରିଛନ୍ତି। ଏ ନେଇ ଜିଲାରେ କରୋନା ପଜିଟିଭଙ୍କ...

ରଥଯାତ୍ରା ଆୟୋଜନକୁ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଚିଠି

ପୁରୀ ଅଫିସ,୨୪।୪: କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶା, ଆଶଙ୍କା ଲାଗି ରହିଥିବା ବେଳେ ଶୁକ୍ରବାର ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ...

ତାଣ୍ଡବ ରଚିଲା କାଳବୈଶାଖୀ

ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍‌.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ...

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା...

ସୀମା ସିଲ୍‌ ଉଚ୍ଛେଦ ଦାବି କଲା ଭାଜପା

ବ୍ରହ୍ମପୁର ଅଫିସ,୨୪ା୮: ସାଧାରଣ ଲୋକଙ୍କ ଜୀବନ ଜୀବିକା ରକ୍ଷା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ବିନା କାରଣରେ କଟକଣା ଜାରି...

ରାୟଗଡ଼ାରେ ରାବଣପୋଡ଼ି

ରାୟଗଡା ଅଫିସ, ୯।୧୦: ବିଜୟା ଦଶମୀ ଅବସରରେ ମଙ୍ଗଳବାର ରାୟଗଡା ଜିଲାର ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା। ସେହିପରି ରାୟଗଡ଼ା ସହରସ୍ଥିତ ବ୍ରାହ୍ମଣ...

Advertisement


Archives

Model This Week