Posted inଜାତୀୟ

ବିହାରରେ ଆଇନ ବ୍ୟବସ୍ଥାକୁ ନେଇ ଖପ୍ପା ଗିରିରାଜ

ପାଟନା,୨୯।୧୦: ବିହାରରେ ବଢ଼ୁଥିବା ଅପରାଧକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗରିରାଜ ସିଂହ ମଙ୍ଗଳବାର ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ସେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବେଗୁସରାଇରୁ ଏମ୍‌ପି ଥିବା ଗରିରାଜ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଏକ ଟୁଇଟ କରିଛନ୍ତି। ସେ କହିଛନ୍ତି, ବେଗୁସରାଇରେ ଅପରାଧ ଚରମ ସୀମାରେ ପହଞ୍ଚିଛି। ଜଣେ ହତ୍ୟା ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବା ବେଳେ ଅନ୍ୟପଟେ ଆଉ ଏକ ହତ୍ୟା ମାମଲା ସାମ୍ନାକୁ ଆସୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଗତ ୭୨ଘଣ୍ଟା ମଧ୍ୟରେ ପ୍ରାୟ ୧୦ଜଣଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ସେଥିମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଗିରିରାଜ ଦର୍ଶାଇଛନ୍ତି। ତେବେ ଏନେଇ ମଙ୍ଗଳବାର ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଗିରିରାଜ ଆଲୋଚନା କରିଛନ୍ତି। ଅନ୍ୟପଟେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁ ନ ନେଇ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଶାସକ ଦଳରନେତା ହୋଇ ମଧ୍ୟ ସେ ଏହାର ସମାଧାନର ସୂତ୍ର ପାଇପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ...

ପୁଣି ଆଇଆଇଟି ମାଡ୍ରାସରେ ଛାତ୍ର ଆତ୍ମହତ୍ୟା

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ପୁଣି ଏକ ଅଘଟଣ ଘଟିଛି। ହଷ୍ଟେଲ ରୁମ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି।...

ଦିଲ୍ଲୀ କ୍ୟାବିନେଟର ବିଭାଗ ବଣ୍ଟନ: ୩ମନ୍ତ୍ରୀଙ୍କ ବଦଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀରେ ତୃତୀୟଥର ସରକାର ଗଠନ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି।...

ଭାକ୍ସିନ୍‌ ନେବାକୁ ଦିଅନି ପଛଘୁଞ୍ଚା, ସଭିଏଁ ନେବା ଅପରିହାର୍ଯ୍ୟ, କହିଲେ ମୋଦି…

ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ଲଢ଼େଇରେ ଭାକ୍ସିନ୍‌ ଏକ ମାତ୍ର ବିକଳ୍ପ। ତେଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍‌ ନେବାକୁ ପଛଘୁଞ୍ଚା ଦିଅନି ଅବା ମନରେ...

ଭାଜପାର ବିଜୟ ଅବା ପରାଜୟ ପାଇଁ ମୁଁ ଦାୟୀ ରହିବି: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଏବେ ସାରା ଦେଶର ନଜର। ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଏବେ ପ୍ରାୟ ସବୁଦଳ...

୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦାବିକଲେ ଗୁଜରାଟ ସରକାର

ନୂଆଦିଲ୍ଲୀ,୨୧।୨: ୨୦୦୨ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲା ବିରଳରୁ ବିରଳତମ ଅପରାଧ ହୋଇଥିବାରୁ ଦୋଷୀସାବ୍ୟସ୍ତ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ଗୁଜରାଟ ସରକାର ସୋମବାର...

ସ୍ବାମୀଙ୍କ ହତ୍ୟା କରିଥିବା ସ୍ତ୍ରୀଙ୍କୁ ମଧ୍ୟ ମିଳିବ ପେନସନ: ହାଇକୋର୍ଟ

ଚଣ୍ଡିଗଡ଼, ୩୧।୧: ସ୍ବାମୀଙ୍କ ଅନ୍ତେ ମିଳୁଥିବା ପରିବାର ପେନସନ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ସ୍ତ୍ରୀ ତାଙ୍କ...

ପାଞ୍ଚ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ,୧୩ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଦୀପ ଜାଳି...

Advertisement
Archives

Model This Week