ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ମହୁଲଡିହା ଓ ଚମ୍ପାଝର ପଞ୍ଚାୟତର ଗିରିବେଡ଼ା ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୪ଟି ପରିବାରର ୧୨ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ୫ ଜଣକୁ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ମହୁଲଡିହା ଗ୍ରାମର ୩ ଟି ପରିବାରର ସଦସ୍ୟ ନିକଟସ୍ଥ ଜଙ୍ଗଲରେ ଫୁଟିଥିବା ଛତୁକୁ ଆଣି ଘରେ ରୋଷେଇ କରି ଖାଇଥିଲେ। ଛତୁ ଖାଇବାର ପ୍ରାୟ ୧ ଘଣ୍ଟା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରେ ଅସୁସ୍ଥମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅସୁସ୍ଥ ଘାସ ନାଏକ, ସୁକାନ୍ତି ନାଏକ, ଦାଦନ ନାଏକ, ଗୀତ ନାଏକ,ସୁରିଆ ସିଧୁଙ୍କୁ କରଞ୍ଜିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟ ଜଣେ ବୃଦ୍ଧା ଲେମ୍ବୁ ଦେଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସେହିପରି ଗିରିବେଡା ଗ୍ରାମର ମହେନ୍ଦ୍ର ନାଏକ, ତାଙ୍କ ସ୍ତ୍ରୀ ସୁଲୋଚନା, ଝିଅ ରେବତୀ ଓ ପ୍ରଭାତୀ,ପୁଅ ନବୀନ ଏବଂ ଚନ୍ଦ୍ର ଛତୁ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ,ଗତ ୩ ତାରିଖରେ ଠାକୁରମୁଣ୍ଡା ନିକଟ ଚମକପୁର ଗ୍ରାମରେ ବିଷାକ୍ତ ଛତୁ ଖାଇ ୧୦ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ: କହିଲେ ‘ଆଇକନିକ୍‌ ସିଟି ତାଲିକାରେ ସାମିଲ ହେବ ପୁରୀ-କୋଣାର୍କ’

କୋଣାର୍କ,୨୪।୧(ଡି.ଏନ୍‌.ଏ.): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଶୁକ୍ରବାର କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରରୁ ସିଧା କୋଣାର୍କ ଯାଇ ମନ୍ତ୍ରୀ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି।...

ରାଶନକାର୍ଡ ଦିଆ ନ ଗଲେ ଅନଶନ

ଭଦ୍ରକ ଅଫିସ, ୧୪ା୧୦-ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହତାଧିକାରୀ ବଞ୍ଚିତ ହେବା ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି...

କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ...

କେନ୍ଦୁଝର: ୨୦ ଜଳାଶୟରେ ପକ୍ଷୀ ଗଣନା

କେନ୍ଦୁଝର, ୬।୧(ସ୍ବ.ପ୍ର.)   କେନ୍ଦୁଝର ଜିଲାକୁ ପ୍ରତ୍ୟେକ ବର୍ଷ ବିଶେଷ କରି ଶୀତ ଋତୁରେ ବିଭିନ୍ନ ଅଞ୍ଚଳରୁ ଦେଶୀ ଓ ବିଦେଶୀ ପକ୍ଷୀ ଆସିଥାନ୍ତି। ସରକାରଙ୍କ ନିର୍ଦ୍ଦେଶ...

ଦ୍ୱିତୀୟ ରନର୍ସଅପ୍‌ ହେଲେ ସ୍ବପ୍ନା

ଢେଙ୍କାନାଳ ଅଫିସ,୨୬।୧୦: ଢେଙ୍କାନାଳର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ(୧୯) ଏମ୍‌ଟିଭି ରିଆଲିଟି ଶୋ ମଡେଲ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ରବିବାର ତାଙ୍କ ବାପା ବିଶ୍ୱଜିତ ରାଉତରାୟ...

୩୦ରେ ଭଣ୍ଡାରିପୋଖରୀରେ କଂଗ୍ରେସର ବିକ୍ଷୋଭ

ଭଣ୍ଡାରିପୋଖରୀ,୨୪।୬(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ୩୦ ତାରିଖ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ଆଧ୍ୟାତ୍ମିକ ଦିବ୍ୟ ପ୍ରବଚନ ପୂଜାମଣ୍ଡପର ଗୁରୁତ୍ୱ ବଢାଉଛି

ବାସୁଦେବପୁର,୮ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଚଳିତବର୍ଷ ୩ଟି ପୂଜାମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସହରର ଜାଫରପୁର ସ୍ଥିତ ବିଦ୍ୟୁତ୍‌ ମାର୍ଗ ଶାରଦୀୟ ପୂଜାମଣ୍ଡପରେ...

ଟାଟା ଷ୍ଟିଲ୍‌ରେ ଦୁର୍ଘଟଣା: ଗଲା କ୍ରେନ୍‌ ଅପରେଟରଙ୍କ ଜୀବନ

କଳିଙ୍ଗନଗର,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ କାରଖାନାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କ୍ରେନ୍‌ ଅପରେଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

Advertisement
Archives

Model This Week