ବିଷାକ୍ତ ଖାଦ୍ୟ ନେଲା ମାଖନ ହାତୀ ଜୀବନ

ବନ୍ତଳା, ୫।୧(ଡି.ଏନ.ଏ.)-ଅନୁଗୋଳ ବନଖଣ୍ଡ ପୁପୁଣ୍ଡା ସେକ୍ସନ ବିଟ୍‌ ଅଧୀନ ବୃନ୍ଦାବନପୁର ଗ୍ରାମରୁ ରବିବାର ସକାଳେ ଏକ ମାଖନ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ ପୂର୍ବରୁ ହାତୀଟି ୧୦୦ ମିଟର ଦୂରରୁ ଘୋଷାଡ଼ି ହୋଇ ଆସିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।
ସୂଚନାପାଇ ଡିଏଫଓ ଭି. କାର୍ତ୍ତିକ, ଏସିଏଫ ବାସୁଦେବ ବେହେରା, ପ୍ରୋବେଶନାଲ ଆଇଏଫଏସ୍‌ ସାଇ କରଣ, ରେଞ୍ଜ ଅଧିକାରୀ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗର ଡେପୁଟି ନିର୍ଦ୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ନାୟକ, ସାତକୋଶିଆ ପ୍ରାଣୀ ଚିକିତ୍ସକ ଡ. କିଶୋର ଚନ୍ଦ୍ର ସାହୁ, ଭିଏସ୍‌ ଡ. ସୁଶାନ୍ତ କୁମାର ସେଠୀ ପ୍ରମୁଖ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ। ଏଥିରୁ ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏ ନେଇ ଜିଲା ପ୍ରାଣୀଧନ ବିଭାଗର ଡେପୁଟି ନିର୍ଦ୍ଦେଶକ ଡ. ଗଡ଼ନାୟକ କୁହନ୍ତି, ବିଷାକ୍ତ ଖାଦ୍ୟ ଖାଇ ମାଖନ ହାତୀ ପ୍ରାଣ ହରାଇଛି। ଅଧିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲାବୋରେଟାରିକୁ ପଠାଯିବ। ରିପୋର୍ଟ ଆସିଲା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ…

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri