ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବା ସମ୍ଭାବନା: ଡବ୍ଲ୍ୟୁଏଚ୍‌ଓର ବଢ଼ିଲା ଚିନ୍ତା

ଜେନେଭା,୧୮ା୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ୭୩ତମ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନ ସ୍ବିଜରଲାଣ୍ଡ୍‌ର ଜେନେଭାଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବାର ସମ୍ଭାବନା ଥିବା କୁହାଯାଉଛି। ଏହାକୁ ନେଇ ଡବ୍ଲ୍ୟୁଏଚ୍‌ଓର ଚିନ୍ତା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୬୨ଟି ଦେଶ ପକ୍ଷରୁ ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହି ଦେଶମାନଙ୍କ ମଧ୍ୟରେ ଭାରତ ସାମିଲ୍‌ ହୋଇଛି। କରୋନା ସଂକ୍ରମଣ ନେଇ ଡବ୍ଲ୍ୟୁଏଚ୍‌ଓର ପ୍ରତିକ୍ରିୟା ଏବଂ ସକ୍ରିୟତା କେତେ ଦୂର ସ୍ବତନ୍ତ୍ର ତାହାର ନିରପେକ୍ଷ ଯାଞ୍ଚ୍‌ ଉପରେ ଏହି ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି। କରୋନା ସଂକ୍ରମଣ ରୋକିବାରେ ଡବ୍ଲ୍ୟୁଏଚ୍‌ଓର ଭୂମିକା ଉପରେ ଆମେରିକା ପ୍ରଶ୍ନ କରିଥିଲା। ଏହାପରେ ଅଷ୍ଟ୍ରେଲିଆ ଏବଂ ୟୁରୋପିଆନ୍‌ ରାଷ୍ଟ୍ର ସମୂହର କେତେକ ଦେଶ ମଧ୍ୟ ଆମେରିକାର ପ୍ରଶ୍ନକୁ ସମର୍ଥନ କରିଥିଲେ। କରୋନା ପ୍ରସଙ୍ଗକୁ ଉଠାଇବାକୁ ଚାହୁଁଥିବା ୧୧୬ ଦେଶ ମଧ୍ୟରେ ୟୁରୋପର ୨୭ଟି ଦେଶ ରହିଛି। ସେହିପରି ବ୍ରାଜିଲ୍‌, ଦକ୍ଷିଣ କୋରିଆ, ମେକ୍ସିକୋ, ତୁର୍କୀ, ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ, କେତେକ ଆଫ୍ରିକୀୟ ରାଷ୍ଟ୍ର, ଭାରତ, କାନାଡ଼ା, ରୁଷ୍‌, ଇଣ୍ଡୋନେସିଆ, ଜାପାନ, ବ୍ରିଟେନ୍‌ ଆଦି ଦେଶ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି। ଡବ୍ଲ୍ୟୁଏଚ୍‌ଓ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟ କରି ନ ଥିବା ୬୨ଟି ଦେଶ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ପ୍ରସ୍ତାବରେ ସୂଚିତ ହୋଇଛି। କରୋନା ସଂକ୍ରମଣର ତଥ୍ୟ ଲୁଚାଇବାରେ ଡବ୍ଲ୍ୟୁଏଚ୍‌ଓ ଚାଇନା ସହିତ ହାତ ମିଳାଇଥିବା ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri