Posted inଖେଳ

ବିଶ୍ୱ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ସମ୍ପ୍ରତି ବେଲଜିୟମ ଟୁର୍‌ରେ ଥିବା ଭାରତୀୟ ହକି ଦଳ ମଙ୍ଗଳବାର ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ସିମରନଜିତ ସିଂ ଏବଂ ବେଲଜିୟମ ପକ୍ଷରୁ ଅଧିନାୟକ ଫେଲିକ୍ସ ଡେନାୟେର ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହାକୁ ମିଶାଇ ଭାରତ ଏହି ଟୁର୍‌ରେ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି।
ବିଶ୍ୱର ୫ ନମ୍ବର ଦଳ ଭାରତ ଏବଂ ୨ ନମ୍ବର ବେଲଜିୟମ ମଧ୍ୟରେ ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଟୁର୍‌ର ୩ୟ ମ୍ୟାଚରେ ସ୍ପେନକୁ ୫-୧ ଗୋଲରେ ହରାଇଥିବା ଭାରତ ଦୃଢ଼ ଆତ୍ମବିଶ୍ୱାସର ସହ ବେଲଜିୟମକୁ ମୁକାବିଲା କରିଥିଲା। ବେଲଜିୟମକୁ ଏହାର ଘରୋଇ ପରିବେଶରେ କଡ଼ା ଟକ୍କର ଦେଇ ଆରମ୍ଭରୁ ଚାପରେ ରଖିଥିଲା ଭାରତ। ଭାରତୀୟ ଦଳକୁ ୧୦ମ ମିନିଟରେ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଅମିତ ଗୋଲରେ ପରିଣତ କରି ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ନିକଟ ଅତୀତରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ବେଲଜିୟମ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲା। ପରିବର୍ତ୍ତିତ ରଣନୀତିରେ ଏହି ଦଳ ଭାରତୀୟ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା। ମାତ୍ର ଡିଫେଣ୍ଡରଙ୍କ ମିଳିତ ପ୍ରଦର୍ଶନ ଏବଂ ଗୋଲକିପର ପି.ଆର. ଶ୍ରୀଜେଶଙ୍କ ଚମତ୍କାର ଷ୍ଟପ୍‌ ଫଳରେ ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତ ଅଗ୍ରଣୀ ରହିବାରେ ସଫଳ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ବେଲଜିୟମ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଶ୍ରୀଜେଶଙ୍କ ବଦଳ ଗୋଲକିପର କ୍ରିଷ୍ଣନ ବି. ପାଠକ ଚମତ୍କାର ସେଭ୍‌ କରି ଦ୍ୱିତୀୟ କ୍ୱାର୍ଟର ତଥା ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀକୁ ବଳବତ୍ତର ରଖିଥିଲେ।
ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୩ତମ ମିନିଟରେ ବେଲଜିୟମ ଆଉ ଏକ ପେନାଲ୍ଟି କର୍ନର ପାଇଥିଲା। ଅଧିନାୟକ ଫେଲିକ୍ସ ଡ୍ରାଗ୍‌ ଫ୍ଲିକ୍‌ ମାଧ୍ୟମରେ ଏହାକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ଶେଷସୁଦ୍ଧା ସ୍ଥିତି ୧-୧ରେ ବରାବର ରହିଥିଲା। ଅନ୍ତିମ ତଥା ୪ର୍ଥ କ୍ୱାର୍ଟରରେ ବିଜୟ ହାସଲ ପାଇଁ ଉଦ୍ୟମ ଜୋର୍‌ଦାର ହୋଇଥିଲା। ବିଶ୍ୱ ଚାମ୍ପିୟନ ବେଲଜିୟମ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲକିପର ପାଠକ ତାହାକୁ ଗୋଲରେ ପରିଣତ ହେବାକୁ ଦେଇ ନ ଥିଲେ। ଅନ୍ୟପକ୍ଷରେ ସୁଯୋଗ ଅପେକ୍ଷାରେ ଥିବା ଭାରତ ୫୨ତମ ମିନିଟରେ ଦଳଗତ ପ୍ରଦର୍ଶନ ଭିତ୍ତିରେ ସିମରନଜିତ ସିଂଙ୍କ ମାଧ୍ୟମରେ ଏକ ଗୋଲ ଦେଇ ପୁଣି ଅଗ୍ରଣୀ ହାସଲ କରିଥିଲା। ଅବଶିଷ୍ଟ ସମୟର ଖେଳ ଅତି ରୋମାଞ୍ଚକ ହୋଇଥିଲା। ବେଲଜିୟମ ପକ୍ଷରୁ ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋର୍‌ଦାର କରାଯାଇଥିଲେ ହେଁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହ ତାହାକୁ ପ୍ରତିହତ କରିଥିଲେ। ଭାରତ ଓ ବେଲଜିୟମ ମଧ୍ୟରେ ଚଳିତ ଟୁର୍‌ର ଶେଷ ମ୍ୟାଚ ଗୁରୁବାର ଅନୁଷ୍ଠିତ ହେବ।
ଗୋଲସ୍କୋରର
ଭାରତ
ଅମିତ ରୋହିଦାସ- ୧୦ମ ମିନିଟ
ସିମରନଜିତ ସିଂ- ୫୨ତମ ମିନିଟ
ବେଲଜିୟମ
ଫେଲିକ୍ସ ଡେନାୟେର- ୩୩ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri