Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ନିରାଶ କଲେ ଦୂତୀ

ଦୋହା,୨୯।୯(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ ଦ୍ୱିତୀୟ ଦିବସରେ ପହଞ୍ଚିଛି। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଭାରତୀୟ ଆଥଲେଟମାନେ ବିଫଳ ପ୍ରଦର୍ଶନ କରିଛନ୍ତି। ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ୧୦୦ମିଟର ହିଟ୍‌ରେ କ୍ୱାଲିଫାଏ କରିବାରେ ବିଫଳ ହୋଇଛନ୍ତି। ଅର୍ଥାତ ଦୂତୀ ଏହି ହିଟକୁ ଅତିକ୍ରମ କରିପାରିନାହାନ୍ତି। ଶନିବାର ରାତି ୭ଟା ୩୦ରେ ଦୂତୀ ହିଟ୍‌ ନମ୍ବର ୩ରେ ଅଂଶଗ୍ରହଣ କରିଥିଲେ। ଏହି ହିଟ୍‌ରେ ସେ ୧୧.୪୮ ସେକେଣ୍ଡ ସମୟ ନେଇ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଦୌଡ଼ରେ ଦୂତୀ ବେଶ୍‌ ଭଲ ଆରମ୍ଭ କରିଥିଲେ। ତାଙ୍କର ରିଆକ୍ସନ ଟାଇମ ମଧ୍ୟ ସବୁଠାରୁ ଦ୍ରୁତ ଥିଲା। ତାଙ୍କର ରିଆକ୍ସନ ଟାଇମ୍‌ ୦.୧୬୮ ସେକେଣ୍ଡ ରହିଥିଲା। ଏପରିକି ସେ ଅଧା ଦୂରତାକୁ ଅତିକ୍ରମ କରିବାରେ ସବୁଠାରୁ ଆଗରେ ଥିଲେ। ତେବେ ସେ ଏହାର ଫାଇଦା ଉଠାଇପାରି ନ ଥିଲେ ଓ ଏହାପରେ କଥା ଅଲଗା ହୋଇଥିଲା ଏବଂ ସେ ଅନ୍ୟମାନଙ୍କ ପଛରେ ପଡିଯାଇଥିଲେ। ଚଳିତ ସେସନରେ ଦୂତୀଙ୍କର ଏହା ସବୁଠାରୁ ଖରାପ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ମୋଟ ଉପରେ ୪୭ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଦୂତୀ ୩୭ତମ ସ୍ଥାନରେ ରହି ଚାମ୍ପିୟନଶିପ୍‌ରୁ ବାଦ୍‌ ପଡିଛନ୍ତି। ଏହା ପୂର୍ବରୁ ଫେଡେରେଶନ କପ୍‌ ଅବସରରେ ଦୂତୀ ଗତ ଫେବୃୟାରୀରେ ୧୧.୫୧ ଓ ମାର୍ଚ୍ଚରେ ୧୧.୬୧ ସେକେଣ୍ଡ ସମୟ ନେଇଥିଲେ। ସେମିଫାଇନାଲ ପାଇଁ ଶେଷ କ୍ୱାଲିଫାୟର ଟାଇମିଂ ୧୧.୩୧ ସେକେଣ୍ଡ ରହିଥିଲା। ଏହା ମଧ୍ୟ ଦୂତୀଙ୍କ ଦକ୍ଷତା ତଥା ପହଞ୍ଚ ମଧ୍ୟରେ ଥିଲା। ତେବେ ସେ ଏହି ଟାଇମିଂ ମଧ୍ୟ ହାସଲ କରିପାରି ନ ଥିଲେ।
ଏଥିସହିତ ଦୂତୀ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିଲେ ସେ ୨୦୨୦ ଟୋକିଓ ଅଲିମ୍ପିକ୍ସ କୋଟା ହାସଲ କରିଥାନ୍ତେ। ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ଷ୍ଟାଣ୍ଡାର୍ଡ ୧୧.୧୫ ସେକେଣ୍ଡ ରହିଛି। ହିଟ୍‌ ନମ୍ବର ୩ରେ ଅଲିମ୍ପିକ ଚାମ୍ପିୟନ ଜାମାଇକାର ଏଲାଇନ ଥମ୍ପସନ ୧୧.୧୪ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି କ୍ୱାଲିଫାଏ କରିଛନ୍ତି। ସେହିପରି ତ୍ରିନିଦାଦ ଓ ଟବାଗୋର କେଲି-ଆନ ବାପ୍ଟିଷ୍ଟ ୧୧.୨୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିବା ସହ କ୍ୱାଲିଫାଏ କରିଛନ୍ତି। ସେହିପରି ଆମେରିକାର ମୋରୋଲେକ ଅକିନୋସୁନ ୧୧.୨୩ ସେକେଣ୍ଡ ସମୟ ନେଇ କ୍ୱାଲିଫାଏ କରିଛନ୍ତି। ସେହିପରି ଏହି ହିଟ୍‌ରେ ଚାଇନାର ଜି ମାନକି ୧୧.୨୮, ଫ୍ରାନ୍ସର ଓର୍ଲାନ ଓମ୍ପିସା ଡିଜାନଗୁ ୧୧.୩୪, ବ୍ରିଟେନର ଆଶା ଫିଲିପ୍‌ ୧୧.୩୫ ସେକେଣ୍ଡ ସମୟ ନେଇ ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। କେବଳ ନର୍ଦର୍ନ ମାରିନା ଆଇଲାଣ୍ଡର ଜାରିନାଏ ସାପୋଙ୍ଗ ୧୩. ୧୪ ସେକେଣ୍ଡ ନେଇ ଦୂତୀଙ୍କ ପଛକୁ ରହିଥିଲେ। ୬ଟି ହିଟ୍‌ର ପ୍ରଥମ ୩ଜଣ ପ୍ରତିଯୋଗୀ ଓ ପରବର୍ତ୍ତୀ ୬ଜଣ ଦ୍ରୁତତମ ପ୍ରତିଯୋଗୀ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିଛନ୍ତି।
ଉଲ୍ଲେଖଥାଉ କି, ଗତ ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଦୂତୀ ୧୦୦ ମିଟର ହିଟ୍‌ରେ ୧୨.୦୭ ସେକେଣ୍ଡ ସମୟ ନେଇଥିଲେ ଓ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲେ। ତେବେ ଚଳିତ ବର୍ଷ ଏପ୍ରିଲରେ ୨୩ ବର୍ଷୀୟା ଦୂତୀ ଦୋହା ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଏହି ପ୍ରଦର୍ଶନକୁ ମଧ୍ୟ ସେ ଦୋହରାଇବାରେ ବିଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri