ବିଶ୍ୱ ଅତିଧନୀଙ୍କ ସମ୍ପତ୍ତି ୨୭ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧୦-୧୧: ଗତ ବର୍ଷ ବିଶ୍ୱସ୍ତରରେ ବିଲିୟନେୟାରଙ୍କ ସମ୍ପତ୍ତିରେ ୩୮୮ ବିଲିୟନ ଡଲାର(ପ୍ରାୟ ୨୭ ଲକ୍ଷ କୋଟି ଟଙ୍କା) ହ୍ରାସ ଘଟିଛି। ଗତ ୧୫ ବର୍ଷ ମଧ୍ୟରେ ଏଭଳି ପ୍ରଥମଥର ଲାଗି ହୋଇଥିବା ୟୁବିଏସ୍‌ ଏବଂ ପିଡବ୍ଲ୍ୟୁସି ବିଲିୟନାରିଜ ରିପୋର୍ଟରୁ ଏହା ଜଣାପଡିଛି। ଏହି ସମୟରେ ବିଲିୟନେୟାରଙ୍କ ମୋଟ ସମ୍ପତ୍ତିରେ ୪.୫% କମିବା ଦ୍ୱାରା ୮.୫ ଟ୍ରିଲିୟନ ଡଲାରକୁ ଖସିଛି। ଗତ ପାଞ୍ଚ ବର୍ଷ ଧରି ଏମାନଙ୍କ ସମ୍ପତ୍ତିରେ ବୃଦ୍ଧି ହେଉଥିଲା ମାତ୍ର ଗତ ବର୍ଷ ଏଥିରେ ହ୍ରାସ ଘଟିଥିବା ୟୁବିଏସ୍‌ ଗ୍ଲୋବାଲ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟର ଅଲ୍ଟା ହାଇନେଟ ଓର୍ଥ ବିଭାଗ ମୁଖ୍ୟ ଜୋଶେଫ ଷ୍ଟାଡଲର କହିଛନ୍ତି। ଡଲାର ଦୃଢ ହେବା ସାଙ୍ଗକୁ ପୁଞ୍ଜି ବଜାରରେ ଅନିଶ୍ଚିତତା ,ଭୌଗୋଳିକ କାରଣ ଏବଂ ବିଶ୍ୱସ୍ତରର ରାଜନୀତି ଯୋଗୁ ଅତିଧନିଙ୍କ ସମ୍ପତ୍ତିରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି।
ଏହି ରିପୋର୍ଟ ମୁତାବକ, ଚାଇନା, ହଂକଂ ଏବଂ ଏସିଆ ପାସିଫିକ ରିଜିଅନରେ ଅତିଧନୀଙ୍କ ସମ୍ପତ୍ତି ଅତିମାତ୍ରାରେ ହ୍ରାସ ଘଟିଛି। ହଂକଂରେ ଏହା ୪% କମିଥିବା ଘଟିଥିବା ବେଳେ ୩୧୯.୮ ବିଲିୟନ ଡଲାରକୁ ଖସିଛି। ସେହିଭଳି ଚାଇନାରେ ଧନୀଙ୍କ ସମ୍ପତ୍ତିରେ ୧୨% ହ୍ରାସ ଘଟିଛି। ଶେୟାର ବଜାରରେ ହ୍ରାସ ଧାରା ଜାରି ଏବଂ ଜିଡିପି ଅଭିବୃଦ୍ଧି ହ୍ରାସ ହେବା ଭଳି କାରଣରୁ ସମ୍ପତ୍ତି କମିଥିବା ଜଣାପଡିଛି। ଏଭଳି ବିଭିନ୍ନ କାରଣରୁ ସେଠାକାର ବିଲିୟନେୟାର ତାଲିକାରୁ ୪୮ ଜଣ ବାଦ ପଡିଛନ୍ତି। ଏଭଳି ସ୍ଥିତି ପରେ ଚାଇନାରେ ପ୍ରତି କିଛି ସମୟ ବ୍ୟବଧାନରେ ନୂଆ ବିଲିୟାନେୟାର ସୃଷ୍ଟି ହେଉଛନ୍ତି। କେବଳ ଚାଇନା ନୁହେଁ ଭାରତ ସମେତ ଏସିଆ ପାସିଫିକ ଅଞ୍ଚଳରେ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଧାରା ଦେଖାଯାଇଛି।
ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଯୋଗୁ ଏହାର ପ୍ରଭାବ ବିଶ୍ୱର ବିଭିନ୍ନ ବଜାର ଉପରେ ପଡିଛି। ଏଥି ଯୋଗୁ ବିଲିୟନେୟାରଙ୍କ ସମ୍ପତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବଜାର ବିଶେଷଜ୍ଞ କହିଛନ୍ତି। ବାଣିଜ୍ୟ ଯୁଦ୍ଧ ଯୋଗୁ ନିବେଶକମାନେ ଶେୟାର ବଜାରରୁ ଦୂରେଇ ରହିଛନ୍ତି। ଆମେରିକାକୁ ବାଦଦେଲେ ବିଶ୍ୱ ସ୍ତରର ବିଲିୟନେୟାରଙ୍କ ସମ୍ପତ୍ତି ହ୍ରାସ ଘଟିଛି। ଟେକ୍ନେଲୋଜି ବ୍ୟବସାୟ ସହ ଜଡିତ ବ୍ୟକ୍ତି ବିଶେଷ ଅଧିକ ସଂଖ୍ୟକ ବିଲିୟନେୟାର ସୂଚୀରେ ନିଜ ନାମକୁ ଯୋଡୁଛନ୍ତି। ୨୦୧୮ ଶେଷ ପର୍ଯ୍ୟନ୍ତ ଆମେରିକାରେ ବିଲିୟନେୟାରଙ୍କ ସଂଖ୍ୟା ୭୪୯ ରହିଛି। ୨୦୧୪ରେ ବିଲିୟନେୟାରଙ୍କ ସଂଖ୍ୟା ୧୭୫୧ ରହିଥିବା ବେଳେ ଏହା ଏହା ୨୦୧୮ରେ ୨୨୦୧କୁ ବଢିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri