ବିଶ୍ୱସ୍ତରୀୟ ମାନବ ସମ୍ବଳ ସୃଷ୍ଟି ଲକ୍ଷ୍ୟ’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ରାଜ୍ୟର ଯୁବତୀଯୁବକଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ପ୍ରଶସ୍ତ କରିବାକୁ ରାଜ୍ୟ ସରକାର ୩ଟି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ସୋମବାର ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଟାଟା ଷ୍ଟ୍ରାଇଭ ଏବଂ ଟେକ୍‌ ମହିନ୍ଦ୍ରା ସହିତ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ। ବିଶ୍ୱର ବଡ଼ ବଡ଼ ଶିଳ୍ପାନୁଷ୍ଠାନରେ ଆବଶ୍ୟକ ହେଉଥିବା ଅତିକୁଶଳୀ ମାନବ ସମ୍ବଳ ଆମ ରାଜ୍ୟରୁ ଉପଲବ୍ଧ ହେବ। ନିକଟରେ ରୁଷିଆରେ ଶେଷ ହୋଇଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ପିଲାମାନେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଆମ ରାଜ୍ୟ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶ କରି ସେମାନଙ୍କୁ ବିଶ୍ୱସ୍ତରୀୟ ପ୍ରସ୍ତୁତି କରିବା ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ରାଜ୍ୟରେ ଯୁବଗୋଷ୍ଠୀଙ୍କ ବୈଷୟିକ ତାଲିମକୁ ଆହୁରି ଆଗକୁ ନେବାକୁ ଉଭୟ ଟାଟା ଷ୍ଟ୍ରାଇଭ ଓ ଟେକ୍‌ ମହିନ୍ଦ୍ରା ସହାୟତା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ଏମ୍‌ଓୟୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଟାଟା ଷ୍ଟ୍ରାଇଭ ମଧ୍ୟରେ ହୋଇଥିଲା। ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶକ ରେଘୁ ଜୀ ଏବଂ ଟାଟା ଷ୍ଟ୍ରାଇଭ ପକ୍ଷରୁ ସିଇଓ ଅନୀତା ଜୈନ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ଏମ୍‌ଓୟୁ ଦ୍ୱାରା ଟାଟା ଷ୍ଟ୍ରାଇଭ ସରକାରୀ ଆଇଟିଆଇରେ ପଢୁଥିବା ପିଲାମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ। ରାଜ୍ୟରେ ଥିବା ୪୯ଟି ସରକାରୀ ଆଇଟିଆଇରେ ଏହି କାର୍ଯ୍ୟକ୍ରମ କରାଯିବ। ସେହିପରି ଦ୍ୱିତୀୟ ଏମଓୟୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ଏବଂ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଟେକ୍‌ ମହିନ୍ଦ୍ରା ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। କଲେଜ ଅଫ ଇଞ୍ଜିନିୟରିଂ(ସିଇସି) ସେଣ୍ଟର ଅଫ ଏକ୍ସିଲେନ୍ସ ସ୍ଥାପନ କରିବ। ଏହା ଇଞ୍ଜିନିୟରିଂ ଛାତ୍ରୀଛାତ୍ରମାନଙ୍କୁ ପ୍ରତ୍ୟେକ ବର୍ଷ ସିଇସିରୁ ୩୦ ଜଣ ଛାତ୍ରୀଛାତ୍ରଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବ। ଏହି ଏମ୍‌ଓୟୁ ଟେକ୍‌ ମହିନ୍ଦ୍ରାର ବି.କେ ମିଶ୍ର, ଏସଭିପି(ଗ୍ଲୋବାଲ ଡେଲିଭରି ମୁଖ୍ୟ) ଏବଂ ସିଇଟିର ଅଧ୍ୟକ୍ଷ ପ୍ରଫେସର ପି.କେ ପାତ୍ର ଏବଂ ବିପିୟୁଟିର ରେଜିଷ୍ଟ୍ରାର ଏଚ.ଏସ ବେହେରା ସ୍ବାକ୍ଷର କରିଥିଲେ। ତୃତୀୟ ଏମ୍‌ଓୟୁ ଟେକ୍‌ ମହିନ୍ଦ୍ରାର ମ୍ୟାନେଜର କୋପରେଟି ସର୍ଭିସେସ୍‌ ପ୍ରତାପ ପଟ୍ଟନାୟକ ଏବଂ ଇଡ୍‌କୋ ସିଜିଏମ୍‌ ରବୀନ୍ଦ୍ର ଝାଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚୀ କହିଥିଲେ ଯେ ଓଡ଼ିଶାରେ କାର୍ଯ୍ୟ କରିବାକୁ ଯୋଗ୍ୟ ଅଂଶୀଦାରମାନେ ଆଗେଇ ଆସିଥିବାରୁ ମୁଁ ବହୁତ ଖୁସି । ଉଭୟ ଦକ୍ଷତା ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆମ ରାଜ୍ୟକୁ ସେମାନଙ୍କୁ ସ୍ବାଗତ କରୁଛୁ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୁଷିଆରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଅଶ୍ୱଥ ନାରାୟଣଙ୍କୁ ୧୦ ଲକ୍ଷ ଏବଂ ତାଙ୍କ ପ୍ରଶିକ୍ଷକ ରଜତ ସାମନ୍ତରାୟଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଏହାଛଡ଼ା ସିଭି ରମଣ ଇନଷ୍ଟିଚ୍ୟୁଟ୍‌ ଅଫ ଇଞ୍ଜିନିୟରିଂ ଅଧ୍ୟକ୍ଷ ସଞ୍ଜୀବ ରାଉତଙ୍କୁ ସେଣ୍ଟର ଅଫ ଏକ୍ସିଲେନ୍ସି ଅନ ଓ୍ବାଟର ଟେକ୍ନୋଲୋଜି ପାଇଁ ୫ କୋଟି ଟଙ୍କା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଦକ୍ଷତାା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏବଂ ଉଭୟ ପକ୍ଷର ବହୁ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri