Posted inଖେଳ

ବିଶ୍ୱର ୧୦ ସବୁଠୁ ଅଳସୁଆ କ୍ରିକେଟର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନେ ଫିଲ୍ଡିଂରେ ଦୁର୍ବଳ ଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ…


ଇଞ୍ଜାମାମ୍‌-ଉଲ୍‌-ହକ୍‌
ବିଶ୍ୱର ସବୁଠୁ ଅଳସୁଆ କ୍ରିକେଟର ଭାବେ ପରଚିତ ଥିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍‌। ସେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରୁଥିଲେ ମଧ୍ୟ ଆଦୌ ଦୌଡିପାରୁ ନ ଥିଲେ। ଏହି କାରଣରୁ ସେ କ୍ରିକେଟ କ୍ୟାରିୟରରେ ୪୦ ଥର ରନଆଉଟ୍‌ ହୋଇଛନ୍ତି।

ମହମ୍ମଦ ଶେହଜାଦ
ଆଫଗାନସ୍ତାନ କ୍ରିକେଟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ ମଧ୍ୟ ଏହି ଲିଷ୍ଟରେ ଆସନ୍ତି। ସେ ଚୌକା ଏବଂ ଛକା ମାରି ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥାନ୍ତି। ସେ ଫିଟ୍‌ନେସରେ ଦୁର୍ବଳ ଥିବା କଥା ମଧ୍ୟ ନିଜେ ସ୍ବୀକାର କରିଛନ୍ତି।


କ୍ରିସ୍‌ ଗେଲ୍‌
ଓ୍ବେଷ୍ଟଇଣ୍ଡିଜର ବିସ୍ପୋରକ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଚୌକା ଏବଂ ଛକାରେ ପାଳି ଆଗକୁ ବଢାଇବାକୁ ଚାହଁିଥାନ୍ତି। ରନ୍‌ ନେଇ ସ୍କୋର କରିବାକୁ ସେ ପସନ୍ଦ କନ୍ତି ନାହିଁ। ଫିଲ୍ଡିଂରେ ମଧ୍ୟ ସେ ଏତେଟା ଉତ୍ତମ ନୁହଁନ୍ତି। ସେ ଆଜି ପର୍ଯ୍ୟନ୍ତ ୩ ରନ୍‌ ଉଇକେଟରେ ଦୌଡିକି ନେବାରେ ସମର୍ଥ ହୋଇନାହାନ୍ତି।

ସରଫରାଜ ଅହମ୍ମଦ
ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ମଧ୍ୟ ଅଳସୁଆ ସ୍ବାଭାବର ଖେଳାଳି ଅଟନ୍ତି। ଫିଟନେସରେ ସେ ଦୁର୍ବଳ ଥିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

ମୁନାଫ୍‌ ପଟେଲ
ଭାରତୀୟ ଦଳର ପୂର୍ବତନ ପେସ୍‌ ବୋଲର୍‌ ମୁନାଫ୍‌ ପଟେଲ ଫିଲ୍ଡିଂରେ ଦୁର୍ବଳ। ସେ ସାମାନ୍ୟ କ୍ୟାଚ୍‌ ଧରିବାରେ ମଧ୍ୟ ବିଫଳ ଥାନ୍ତି।

ବିରେନ୍ଦ୍ର ସେହ୍ବାଗ
ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର ବିରେନ୍ଦ୍ର ସେହ୍ବାଗ ମଧ୍ୟ ଅଳସୁଆ କ୍ରିକେଟର ଲିଷ୍ଟରେ ଆସୁଛନ୍ତି। ସେ ପ୍ରାୟ ରନ୍‌-ଆଉଟ୍‌ ହେଉଥିବାର ଦେଖାଯାଏ। ସେ କେବେ ବି ଉଇକେଟ୍‌ ପଛରେ ଦୌଡି ରନ୍‌ ନେବାକୁ ପସନ୍ଦ କରନ୍ତି ନାହିଁ।

ରୋହିତ ଶର୍ମା
ଏହି ଲିଷ୍ଟ ଅଛନ୍ତି ଭାରତୀୟ ଓପନର ରୋହିତ ଶର୍ମା। ସେ ମଧ୍ୟ ଫିଲ୍ଡିରେ ଟିକେ ଦୁର୍ବଳ।

ୟୁସୁଫ ପଠାନ
ଅଲରାଉଣ୍ଡର ୟୁସୁଫ ପଠାନରେ ଫିଲ୍ଡିରେ ଦୁର୍ବଳ। ସେ ଆlଦୌ ଦୌଡିପାରନ୍ତି ନାହିଁ।

ଥିସାରା ପେରେରା
ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଥିସାରା ପେରେରା ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଫିଲ୍ଡିଂରେ ଦୁର୍ବଳ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri