Posted inଫୁରସତ

ବିଶ୍ୱର ସବୁଠୁ ଲମ୍ବା ବ୍ୟକ୍ତି

ଓ୍ବାଶିଂଟନ୍‌: ସାଧାରଣତଃ ବିଶ୍ୱରେ ଲମ୍ବା ବ୍ୟକ୍ତିଙ୍କ ରେକର୍ଡ ବାରମ୍ବାର ବଦଳିଥାଏ। କିନ୍ତୁ ଏକ ରେକର୍ଡ ଅଛି, ଯାହା ୮୦ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଛି। ୧୯୪୦ ପରଠାରୁ କେହି ସେହି ରେକର୍ଡ ଭାଙ୍ଗି ନାହାନ୍ତି। ଏହି ରେକର୍ଡ ହେଉଛି ରୋବର୍ଟ ଓ୍ବାଡ୍‌ଲୋ। ଯିଏ କି ଇତିହାସରେ ସବୁଠାରୁ ଉଚ୍ଚ ବ୍ୟକ୍ତି ଭାବରେ ଜଣାଶୁଣା। ତାଙ୍କର ଲମ୍ବ ୮ ଫୁଟ ୧୧.୧ ଇଞ୍ଚ ଥିଲା। ଏହିପରି ଲମ୍ବା ବ୍ୟକ୍ତି ଆଜି ପର୍ଯ୍ୟନ୍ତ ପୃଥିବୀରେ ଜନ୍ମ ହୋଇନାହାନ୍ତି। ତାଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ଲିପିବଦ୍ଧ ହୋଇଛି।
ରୋବର୍ଟ ଆମେରିକାର ଏଲ୍‌ଟନ (ଇଲିନୋଇସ୍‌) ସହରର ବାସିନ୍ଦା ଥିଲେ। ୨୨ ଫେବୃୟାରୀ ୧୯୧୮ରେ ସେ ଜନ୍ମ ନେଇଥିଲେ। ଜନ୍ମର କିଛି ମାସ ପରେ ତାଙ୍କର ଉଚ୍ଚତା ଅସ୍ବାଭାବିକ ଭାବରେ ବଢ଼ିବାରେ ଲାଗିଲା। ମାତ୍ର ଛଅ ମାସ ମଧ୍ୟରେ ତାଙ୍କର ଲମ୍ବ ୩ ଫୁଟ ପାଖାପାଖି ହୋଇଯାଇଥିଲା। ଯାହାକି ସାଧାରଣ ପିଲାଙ୍କୁ ଅତି କମ୍‌ରେ ଦୁଇ ବର୍ଷ ସମୟ ଲାଗେ।
ଯେତେବେଳେ ରୋବର୍ଟଙ୍କୁ ୧ ବର୍ଷ ହୋଇଥିଲା, ସେ ୩ ଫୁଟ ଛଅ ଇଞ୍ଚ ଲମ୍ବ ଥିଲେ। ଯାହା ଦୁଇ ବର୍ଷ ବେଳକୁ ୪ ଫୁଟ ୬ ଇଞ୍ଚରୁ ଅଧିକ ବଢ଼ିଥିଲା। ୫ ବର୍ଷ ବୟସରେ ସେ ୫ଫୁଟ ୬ ଇଞ୍ଚରୁ ଅଧିକ ଏବଂ ୧୨ ବର୍ଷ ବୟସରେ ୭ ଫୁଟ ଉଚ୍ଚର ହୋଇଯାଇଥିଲେ। ରୋବର୍ଟ ସେତେବେଳେ ବିଶ୍ୱର ସବୁଠାରୁ ଲମ୍ବା ବାଳକ ବୋଲି ରେକର୍ଡ ସୃଷ୍ଟି କରିଥିଲେ।
୧୯୩୬ ମସିହାରେ ମାତ୍ର ୧୮ ବର୍ଷ ବୟସରେ ସେ ବିଶ୍ୱର ସବୁଠାରୁ ଉଚ୍ଚ ବ୍ୟକ୍ତିଙ୍କ ରେକର୍ଡ ଭାଙ୍ଗିଥିଲେ। ସେତେବେଳେ ତାଙ୍କର ଉଚ୍ଚତା ୮ ଫୁଟ ୪ ଇଞ୍ଚ ଥିଲା। ଯଦିଓ ଲୋକମାନେ ସାଧାରଣତଃ ଲୋକେ ୯,୧୦ କିମ୍ବା ୧୧ ନଂ ଜୋତା ପିନ୍ଧନ୍ତି। ମାତ୍ର ଏକ ଜୋତା କମ୍ପାନୀ ରୋବର୍ଟଙ୍କ ୩୭ ନଂ ଜୋତା ତିଆରି କରିଥିଲା। ରୋବର୍ଟଙ୍କ ଅସାଧାରଣ ଲମ୍ବ ବୃଦ୍ଧି ହେବାର ମୁଖ୍ୟ କାରଣ ହେଲା ତାଙ୍କ ପିଟୁଇଟାରୀ ଗ୍ରନ୍ଥି ବୃଦ୍ଧି। ଅବଶ୍ୟ ରୋବର୍ଟଙ୍କ ପାଇଁ ତାହା ସାଂଘାତିକ ହୋଇଥିଲା। କାରଣ ତାଙ୍କର ଗୋଡ଼ ଦୁର୍ବଳ ଥିଲା, ଯାହା ତାଙ୍କୁ ଚାଲିବାରେ କଷ୍ଟ ହେଉଥିଲା। ତାଙ୍କ ଗୋଡରେ ଫୁଲା ମଧ୍ୟ ହୋଇଥିଲା। ପରେ ସଂକ୍ରମଣର କାରଣ ପାଲଟିଥିଲା। ଏପରି ସମସ୍ୟା ସହ ସଂଗ୍ରାମ କରୁଥିବାବେଳେ ସେ ୧୫ ଜୁଲାଇ ୧୯୪୦ରେ ମାତ୍ର ୨୨ ବର୍ଷ ବୟସରେ ପୃଥିବୀରୁ ସବୁଦିନ ପାଇଁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri