Posted inଫୁରସତ

ବିଶ୍ୱର ସବୁଠାରୁ ହାଲୁକା ମିଠା, ଯାହାର ୯୬% ପବନ

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ! ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା ମିଳିଥାଏ। ଭାରତରେ ତ ଏହାର ସଂଖ୍ୟା ଅନେକ। ହେଲେ ଏମିତି ଏକ ମିଠା ବିଷୟରେ ଆମେ ଜାଣିବା ଯାହା ସବୁଠାରୁ ଭିନ୍ନ। କେହି କେବେହେଲେ ଏମିତି ମିଠା ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ।
ବ୍ରିଟେନ୍‌ର ଜଣେ ମିଠା ଦୋକାନୀ ବିଶ୍ୱର ସବୁଠାରୁ ହାଲ୍‌କା ମିଠା ତିଆରି କରିଛନ୍ତି। ଏହାର ବିଶେଷତ୍ୱ ହେଉଛି, ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକଙ୍କ ସହାୟତା ନିଆଯାଇଛି। ଏହି ମିଠାର ଓଜନ ମାତ୍ର ୧ ଗ୍ରାମ୍‌। ଏଥିରେ ୯୬% ବାୟୁ ରହିଥିବା ବେଳେ ମାତ୍ର ୪% ମିଠା ରହିଛି। ଏହି ମିଠାକୁ ଲଣ୍ଡନରେ ଥିବା ଡିଜାଇନର ଷ୍ଟୁଡିଓ ବୋମପାସ ଆଣ୍ଡ୍‌ ପାର କାରିଗରମାନେ ଏରୋଜେଲେକ୍ସ ଲାବୋରେଟରୀର ବୈଜ୍ଞାନିକଙ୍କ ସହ ମିଶି ତିଆରି କରିଛନ୍ତି। ଏହାକୁ ଜର୍ମାନର ହୈମବର୍ଗରେ ତିଆରି କରାଯାଇଛି। ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ସର୍ବପ୍ରଥମେ ବିଶ୍ୱର ସବୁଠାରୁ ହାଲୁକା ସଲିଡ୍‌ ପଦାର୍ଥକୁ ଖାଇବାଯୋଗ୍ୟ କରିଥିଲେ। ପରେ ସେଥିରେ ମିଠା ତିଆରି କଲେ। ଏହି ମିଠାକୁ ଆରୋଓ୍ବେଲ୍‌ରୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଆରୋଓ୍ବେଲ ବିଶ୍ୱର ସବୁଠାରୁ ହାଲୁକା ପଦାର୍ଥ। ତେବେ ଏହି ମିଠାର ସ୍ବାଦ କିପରି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଶାଢି ପିନ୍ଧି ସ୍କେଟିଂ କଲେ ଯୁବତୀ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ...

ଭଲ ପୋଷାକ ନୁହେଁ, କେବଳ ଧାରେ ହସକୁ ନେଇ ଲୋକଙ୍କୁ କିମିଆଁ କରୁଛନ୍ତି ପାକିସ୍ତାନର ଏହି ଯୁବତୀ; ଆପଣ ଦେଖିଲେ…

ଇନ୍‌ଷ୍ଟ୍ରାଗ୍ରାମରେ ଲୋକପ୍ରିୟତାକୁ ନେଇ ଚର୍ଚ୍ଚାରେ ପାକିସ୍ତାନର ଜଣେ ଯୁବତୀ। ସେ ହେଲେ ଆମ୍‌ନା ରିଆଜ। ସାଧାସିଧା ପୋଷାକରେ ସୁନ୍ଦରତା ସହ ତାଙ୍କ ହସ ପ୍ରଶଂସକଙ୍କ ହୃଦୟ...

ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ମା’, ଫଳାଫଳ ଆସିଲା ଏମିତି

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେ...

ସୁନ୍ଦର ପୁରୁଷଙ୍କୁ ଦେଖିବା ମାତ୍ରେ ବେହୋସ୍‌ ହୋଇଯାଆନ୍ତି ଏହି ମହିଳା: ଆଖି ସହ ଆଖି ମିଶାଇବାକୁ….

ସୁନ୍ଦର ପୁରୁଷଙ୍କ ପ୍ରତି ମହିଳାଙ୍କ ଦୁର୍ବଳତା ରହିଥାଏ। ହେଲେ ଯଦି କେହି ହ୍ୟାଣ୍ଡସମ୍‌ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଚେତାଶୂନ୍ୟ ହୋଇଯିବେ କି ବୋଲି ପ୍ରଶ୍ନ କରନ୍ତି...

ପୁରୁଷବନ୍ଧୁଙ୍କୁ ଡେଟିଂରୁ ଜାଣନ୍ତି ଯୁବତୀ

ନିଜର ଗର୍ଲଫ୍ରେଣ୍ଡକୁ ଡେଟିଂରେ ନେଇ ଯାଉଥିବା ଯୁବକମାନେ ବହୁ ବିଷୟରେ ସତର୍କ ରହିବା ଆବଶ୍ୟକ। ବିଶେଷକରି ଯେତେବେଳେ ବିଲ୍‌ ପଇଠ କରିବାର ସମୟ ଆସୁଛି ସେତେବେଳେ...

ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ

ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍‌ ପଦାର୍ଥ ଅକାମୀ ହେବା...

ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା

ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ...

ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର

ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଏକ ମନ୍ଦିରମାଳିନୀ ସହର ଭାବେ ଜେଜୁରୀର ବେଶ୍‌ ଖ୍ୟାତି ରହିଛି। ଖଣ୍ଡୋବା ମନ୍ଦିର ହେଉଛି ଏଠାକାର ସବୁଠୁ ବଡ଼ ଆକର୍ଷଣ।...

Advertisement
Archives

Model This Week