Posted inଫୁରସତ

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଜେଲ୍‌ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି ଯାହାର ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ନାହିଁ ବରଂ ଏଠାରେ କଏଦୀଙ୍କ ପଛରେ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। କାରଣ ଏଠାରେ ଜଣେ କଏଦୀଙ୍କ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ବା ଦାମୀ ଜେଲ୍‌ ବୋଲି କୁହାଯାଏ। ଏହି ଜେଲ୍‌ର ନାଁ ଗୁଅନ୍ତନମୋ ବେ ଜେଲ୍‌। ଏହାର ଏପରି ନାମକରଣ ପଛର କାରଣ ହେଲା ଏହା ଗୁଅନ୍ତନମୋ ଉପକୂଳରେ ଅବସ୍ଥିତ। ଆମେରିକାର ଏକ ଖବର କାଗଜର ରିପୋର୍ଟ ଅନୁଯାୟୀ, ଏବେ ଏଠାରେ ପ୍ରାୟ ୪୦ କଏଦୀ ଥିବା ବେଳେ ଏମାନଙ୍କ ପାଇଁ ପ୍ରତିବର୍ଷ ପାଖାପାଖି ୯୩ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଜେଲ୍‌ରେ ପ୍ରାୟ ୧୮ ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। କାରଣ ସେହି ଜେଲ୍‌ରେ ଜଣେ କଏଦୀଙ୍କ ପାଇଁ ୪୫ ସୁରକ୍ଷାକର୍ମୀ ନିଯୁକ୍ତ ଥାଆନ୍ତି। ଏହି ସୁରକ୍ଷାକର୍ମୀଙ୍କ ପାଇଁ ପ୍ରତିବର୍ଷ ପାଖାପାଖି ୩ହଜାର ୯ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ କାହିଁକି ଏଠାରେ କଏଦୀଙ୍କ ପାଇଁ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ବୋଲି ମନରେ ପ୍ରଶ୍ନ ଉଠିପାରେ। ଅସଲ କଥା ହେଲା ଏହି ଜେଲ୍‌ରେ ସବୁଠାରୁ ବଡ ଅପରାଧୀ ରହିଛନ୍ତି। ଗଣମାଧ୍ୟମର ସୂଚନା ମୁତାବକ ୯/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଖାଲିଦ ଶେଖ ମହମ୍ମଦ ମଧ୍ୟ ଏହି ଜେଲ୍‌ରେ ରହୁଛନ୍ତି। ଏହି ଜେଲ୍‌ରେ ୩ଟି ବଡ ବଡ କୋଠା, ୨ ଗୁପ୍ତ ମୁଖ୍ୟାଳୟ ଓ ୩ ହସ୍ପିଟାଲ ରହିଛି। ଏହାସହ ଓକିଲଙ୍କ ପାଇଁ ଏଠାରେ ଅଲଗା ଅଲଗା କମ୍ପାଉଣ୍ଡ ତିଆରି କରାଯାଇଛି ଯେଉଁଠାରେ କଏଦୀମାନେ ସେମାନଙ୍କ ସହ କଥା ହୋଇପାରିବେ। ଏହାସହ ଚର୍ଚ୍ଚ, ସିନେମା ଘର, ଜିମ୍‌ ଓ ପ୍ଲେ ଷ୍ଟେଶନ ଭଳି ସୁବିଧା ମଧ୍ୟ ରହିଛି। ପ୍ରଥମେ ଗୁଅନ୍ତନମୋ ଆମେରିକା ନୌ ସେନା ବେସ୍‌ ଥିଲା ପରେ ଏହାକୁ ଜେଲ୍‌ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ: ବାହାରକୁ ନ ଯାଇ ପାରି ବାଡିରେ ଖୋଳିଲେ ୨୫ ଫୁଟର କୂଅ

ମୁମ୍ବାଇ,୨୧।୪: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଏଠାରେ ଅନ୍ୟ ରାଜ୍ୟ...

ଜାଣନ୍ତୁ ନାସା କେମିତି କରିଥାଏ ଅନ୍ତରୀକ୍ଷ ଯାନର ନାମକରଣ

କଲମ୍ବିଆ : ନାସା ମହାକାଶକୁ ବିଭିନ୍ନ ନାମରେ ଅନ୍ତରୀକ୍ଷ ଯାନ ପ୍ରେରିତ କରିଥାଏ। ତେବେ ଏହି ଯାନଗୁଡ଼ିକର କିପରି ନାମକରଣ ହୋଇଥାଏ ହୁଏତ ଅଧିକାଂଶ ଲୋକ...

ପର୍ଯ୍ୟଟନରେ ମନୋରମ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ...

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌...

୫ହଜାର ଟଙ୍କାରେ ୩ ଦେଶ ଭ୍ରମଣ

ଲଣ୍ଡନ: ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ଏହା ଯୋଗାଡ଼ କରିନିଅନ୍ତି। କିନ୍ତୁ ନିକଟରେ ଜଣେ...

୧୧୮ ବର୍ଷ ଧରି ଜଳୁଛି ବିଦ୍ୟୁତ୍‌ ବଲ୍‌ବ

କାଲିଫର୍ନିଆ : ସାଧାରଣତଃ ଆମେ ଘରେ, କାର୍ଯ୍ୟାଳୟରେ, ବ୍ୟବସାୟ ପ୍ରତିଷ୍ଠାନରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଲୋକ ପାଇଁ ବିଦ୍ୟୁତ୍‌ ବଲ୍‌ବର ବ୍ୟବହାର କରିଥାଉ। କିଛି ଦିନ...

ପରୀକ୍ଷାଗାରରେ ତିଆରି ହେବ ସାପ ବିଷ

ଭବିଷ୍ୟତରେ ସାପ ବିଷରୁ ତିଆରି ହେବାକୁ ଥିବା ଆଣ୍ଟି ଭେନମର ପ୍ରସ୍ତୁତିରେ ବଡ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ପରୀକ୍ଷାଗାରରେ ପ୍ରକୃତ ସାପର...

ଏମିତି ଜିନିଷ ଚୋରି କଲେ ଚୋର, ଶେଷରେ ଚିଠିରେ ଲେଖିଲେ…

କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଏହି ଭୟାବହ ପରିସ୍ଥିତିରେ ପରସ୍ପର ପରସ୍ପରକୁ ସାହାଯ୍ୟ କରୁଛନ୍ତି। ଏପରି ସମୟରେ ଜଣେ ଚୋର ଅଜବ ଜିନିଷ...

Advertisement
Archives

Model This Week