Posted inଫୁରସତ

ବିଶ୍ୱର ରହସ୍ୟମୟ ସ୍ଥାନ : ଯେଉଁଠି ଏଲିଅନ୍‌ଙ୍କୁ ବନ୍ଧନ ରଖାଯାଇଛି, ମୁକ୍ତ କରିବାକୁ ଯାଉଛି ଏହି କମ୍ପାନୀ

ବିଶ୍ୱରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି, ଯାହା ସମ୍ପର୍କରେ ଲୋକେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି। ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ‘ଏରିଆ ୫୧’। ନାଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା? ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ସମ୍ପର୍କରେ…


ଆମେରିକାର ନେଭେଡାସ୍ଥିତ ‘ଏରିଆ ୫୧’କୁ ବିଶ୍ୱର ସବୁଠୁ ରହସ୍ୟମୟ ସ୍ଥାନ ଭାବେ ଗଣନା କରାଯାଏ। ବର୍ତ୍ତମାନ ଏହି ସ୍ଥାନ ଚର୍ଚ୍ଚିତ ହୋଇଛି। କାରଣ ଇମରସିଭ୍‌ ଏଣ୍ଟରଟେନ୍‌ମେଣ୍ଟ ନାମକ ଏକ କମ୍ପାନୀ ଏହି ଜାଗା ଉପରେ ମୋହର ମାରିବାକୁ ଘୋଷଣା କରିଛି। କମ୍ପାନୀର କହିବା ଅନୁସାରେ, ଏଠାରେ ଏଲିଏନ୍‌ ଦେଖିବାକୁ ମିଳିବ। ଖାଲି ଏତିକି ନୁହେଁ, ଏହାର ଲାଇଭ୍‌ ଶୋ’ ସୋସିଆଲ ମିଡିଆରେ ସିଧା ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ଦାବି ‘ଏରିଆ ୫୧’ରେ ଏଲିଅନଙ୍କୁ ବନ୍ଧନ କରି ରଖାଯାଇଛି। ଯାହାକୁ ସେ ମୁକ୍ତ କରିବ।


ଏକ ରିପୋର୍ଟ ଅନୁଯାୟୀ, ଏଠାକୁ ଏଲିଅନ୍‌ ଦେଖିବାକୁ ଯିବା ପାଇଁ ଲୋକମାନେ ମଧ୍ୟ ଏକଜୁଟ୍‌ ହେଉଛନ୍ତି। ଏହି ସ୍ଥାନରେ ଆମେରିକାର ଏୟାର ଫୋର୍ସ ବେସ୍‌ ରହିଛି। କିନ୍ତୁ ପ୍ରକୃତରେ ଏହା ଭିତରେ କ’ଣ ହେଉଛି, ତାହା ସମ୍ପୂର୍ଣ୍ଣ ଗୁପ୍ତ। ଏଠାରେ ସିସିଟିଭି, ସଶସ୍ତ୍ର ଗାର୍ଡଙ୍କ ଦ୍ୱାରା କଡ଼ା ନଜର ରଖାଯାଇଛି। ଏହି ସ୍ଥାନରେ ବିମାନ ଉଡ଼ାଣରେ ପ୍ରତିବନ୍ଧକ ମଧ୍ୟ ରହିଛି। ‘ଏରିଆ ୫୧’ କୁ ନେଇ କିଛି ଲୋକ ଦାବି କରନ୍ତି, ଏହାର ଆଖପାଖରେ ୟୁଏଫ୍‌ଓକୁ ଦେଖିଛନ୍ତି। ଏହାକୁ ଏଲିଅନ୍‌ ଅପହରଣ କରି ନେଇ ପୁଣି ପୃଥିବୀ ପୃଷ୍ଠରେ ଛାଡ଼ି ଦେଇଥାନ୍ତି। ତେଣୁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ପାଇଁ ଉକ୍ତ କମ୍ପାନୀ ପ୍ରସ୍ତୁତ ହେଉଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri