ବିଶ୍ୱଦରବାରରେ ପରିଚିତ ହେବ ଓଡ଼ିଶା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ପୁଞ୍ଜିନିବେଶ, ପର୍ଯ୍ୟଟନର ପ୍ରଚାର ଇତ୍ୟାଦି କାର୍ଯ୍ୟକୁ ଅଧିକ ସୁସଙ୍ଗଠିତ ଢଙ୍ଗରେ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି। ସେହିକ୍ରମରେ ଓଡ଼ିଶା ପାଇଁ ୧୧ ଜଣ ଭାରତୀୟ ବୈଦେଶିକ ସେବା(ଆଇଏଫ୍‌ଏସ୍‌) ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ବିଶ୍ୱ ଦରବାରରେ ରାଜ୍ୟ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବେ। ୧୧ କେନ୍ଦ୍ରୀୟ ଅଧିକାରୀଙ୍କ ନିଯୁକ୍ତି ସହ ରାଜ୍ୟରେ ଜଣେ ଅଧିକାରୀଙ୍କୁ ସ୍ବତନ୍ତ୍ର ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯାଇଛି। ପୁଞ୍ଜିନିବେଶ, ଶିଳ୍ପ ଏବଂ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରିବା ଏହି ଅଧିକାରୀଙ୍କ ପ୍ରମୁଖ କାର୍ଯ୍ୟ ରହିବ।
ଅଧିକାରୀମାନେ ନିୟମିତ ବ୍ୟବଧାନରେ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟ ତଦାରଖ କରିବେ। ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମ ଏବଂ ସୂଚନା ପ୍ରଦାନରେ ରାଜ୍ୟ ପ୍ରଶାସନ ସହଭାଗିତା ରହିବ। ଅନୁରୂପ ଭାବେ ଓଡ଼ିଶା ସମ୍ପର୍କିତ କୌଣସି କେନ୍ଦ୍ରୀୟ ସମୀକ୍ଷା ଏବଂ ନୀତିଗତ ବୈଠକରେ ଏହି ଅଧିକାରୀମାନେ ପ୍ରସ୍ତାବ ରଖିପାରିବେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଇପିକଲର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ନୀତୀନ୍‌ ଭାନୁଦାସ ଜୱାଲେଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଜାୱଲେ ହିଁ ସିଧାସଳଖ ଓଡ଼ିଶା ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ଯୋଗାଯୋଗରେ ରହିବେ। ଓଡ଼ିଶା ପାଇଁ ନିଯୁକ୍ତ ହୋଇଥିବା ଆଇଏଫ୍‌ଏସ୍‌ ଅଧିକାରୀମାନେ ହେଲେ ଦିନେଶ କୁମାର ପଟ୍ଟନାୟକ, ଅଶୋକ ଦାସ, ସଞ୍ଜୟ ପଣ୍ଡା, ମାନସ ରଞ୍ଜନ ପଟେଲ, ଲକ୍ଷ୍ମୀକାନ୍ତ କୁମ୍ଭାର, ବି.ସି. ପ୍ରଧାନ, ମଦନମୋହନ ସେଠୀ, ଜିତେନ୍ଦ୍ରନାଥ ମାଝି, ମନୋଜ ମହାପାତ୍ର, ଅରୁଣ କୁମାର ସାହୁ ଏବଂ ସଞ୍ଜୟ ସୁଧୀର। ଓଡ଼ିଶାର ପର୍ଯ୍ୟଟନ, କାରୁକାର୍ଯ୍ୟ, ହସ୍ତତନ୍ତ, ବୟନଶିଳ୍ପ ଏବଂ ବୟନଶିଳ୍ପର ପ୍ରଚାର କ୍ଷେତ୍ରରେ ମଧ୍ୟ ଏହି ଅଧିକାରୀମାନଙ୍କ ଯୋଗଦାନ ରହିବ। ସାଧାରଣତଃ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥାଏ। ହେଲେ ପ୍ରଥମ ଥର ପାଇଁ ଅନ୍ୟ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ମଧ୍ୟ ପୂର୍ବାପେକ୍ଷା ଗୁରୁତ୍ୱ ଦିଆଯାଉଛି। ୟୁପି କ୍ୟାଡରର ୧୯୯୧ ବ୍ୟାଚ୍‌ର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ଅନୁରାଧା ଭେମୁରୀଙ୍କୁ କନ୍ଧମାଳ ଜିଲା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଅନୁରାଧା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri