Posted inଖେଳ

ବିଶ୍ୱକପ୍‌: କରୁଣାରତ୍ନେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୮।୪(ପି.ଟି.)- ଆଗାମୀ ବିଶ୍ୱକପ୍‌ ପାଇଁ ଗୁରୁବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ତେବେ ଦଳ ଘୋଷଣା ହେବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କଠାରୁ ନେତୃତ୍ୱ କାଢିନିଆଯାଇଛି। ତାଙ୍କ ସ୍ଥାନରେ ଟେଷ୍ଟ ଅଧିନାୟକ ଦିମୁଥ କରୁଣାରତ୍ନେ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗାଟିଏ ଦିନ ପରେ ବିଶ୍ୱକପ୍‌ ଦଳ ଘୋଷଣା କରାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ତରଫରୁ କୁହାଯାଇଛି। ୩୧ ବର୍ଷୀୟ କରୁଣାରତ୍ନେ ୨୦୧୫ଠାରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍‌ ଖେଳିନାହାନ୍ତି। କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ମୋଟ ୧୭ଟି ଦିନିକିଆ ଖେଳିଛନ୍‌ି ଓ ୧୫.୮୩ ହାରରେ ରନ ସଂଗ୍ରହ କରିଛନ୍ତି। ୬୦ ହେଉଛି ତାଙ୍କର ଉଚ୍ଚତମ ସ୍କୋର। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୦-୫ରେ ପରାସ୍ତ ହୋଇଥିଲା। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୨୦୧୪ରେ ବିଶ୍ୱକପ୍‌ ଟି୨୦ ଚାମ୍ପିୟନ ହୋଇଥିଲା। ଟେଷ୍ଟ ଓପନର କରୁଣାରତ୍ନେଙ୍କ ନେତୃତ୍ୱରେ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କା ୨-୦ରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ ମିଳୁଛି କେତେ ପେନସନ୍‌: ଧୋନୀଙ୍କଠୁ କମ୍‌ ନା ବେଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୭: ଅବସରପ୍ରାପ୍ତ ଭାରତୀୟ ଖେଳାଳିମାନେ ପ୍ରତି ମାସରେ ବିସିସିଆଇରୁ ପେନସନ ପାଆନ୍ତି। ବିସିସିଆଇ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପ୍ରତି ମାସରେ ୭୦,୦୦୦ ଟଙ୍କା...

ମୁହଁ ଲୁଚାଇ କାନ୍ଦିଲେ ଶୁବମନ ଗିଲ୍‌: ଜାଣନ୍ତୁ କ’ଣ ଘଟିଲା, ଦେଖନ୍ତୁ ଭିଡିଓ

ଲର୍ଡସ,୧୭।୭: ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିବା ପରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ବହୁତ ଖୁସି ଦେଖାଯାଉଥିଲେ। ସମାନ ଉତ୍ସାହ ସହିତ...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ଏହି ଖ୍ୟାତନାମା କ୍ରିକେଟର, ହଠାତ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା...

ସାଇନାଙ୍କ ପରେ ଆଉ ଜଣେ ଭାରତୀୟ ଖେଳାଳିଙ୍କ ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ…

ନୂଆଦିଲ୍ଲୀ,୧୬।୭: କିଛି ଦିନ ପୂର୍ବରୁ, ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କ ଛାଡପତ୍ର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ୭ ବର୍ଷର ବିବାହ ପରେ ତାଙ୍କ...

୩୪ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ରଚିଲେ ଇତିହାସ

ଲଣ୍ଡନ,୧୬।୭: ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଇତିହାସ ରଚିଛନ୍ତି। ଏଥର ସେ ୩୪ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାର ସାକ୍ଷୀ ହୋଇଛନ୍ତି। ପୁରୁଷ ସିନିୟର ଏବଂ...

ଟାର୍ଗେଟରେ ଶୁବମନ ଗିଲ: ଓ୍ବନ କହିଲେ ଟେକନିକ ଠିକ ନୁହେଁ, ମଞ୍ଜରେକର କହିଲେ ଧୋନି-କୋହଲି ମଧ୍ୟରୁ ଜଣଙ୍କର ଷ୍ଟାଇଲ ବାଛ

ନୂଆଦିଲ୍ଲୀ,୧୫।୭: ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଓ୍ବନ କହିଛନ୍ତି ଯେ ଯେତେବେଳେ ଭାରତୀୟ ଅଧିନାୟକ ଶୁବମନ ଗିଲ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବ୍ୟାଟିଂ...

ଲସ୍‌ ଆଞ୍ଜେଲସ୍‌ ଅଲିମ୍ପିକ୍ସରେ କ୍ରିକେଟ୍‌: ୧୨୮ ବର୍ଷ ପରେ ପୁନରାଗମନ, ୧୨ ଜୁଲାଇରୁ ଆରମ୍ଭ ମ୍ୟାଚ୍‌

ଲସ୍‌ ଆଞ୍ଜେଲସ୍‌, ୧୫।୭: ୧୨୮ ବର୍ଷର ଦୀର୍ଘ ବିରତି ପରେ କ୍ରିକେଟ୍‌ ଆଗାମୀ ୨୦୨୮ ଲସ୍‌ ଆଞ୍ଜେଲସ୍‌ ଅଲିମ୍ପିକ୍ସ (LA28) ରେ ଏକ ଐତିହାସିକ ପୁନରାଗମନ...

ଲର୍ଡସ ଟେଷ୍ଟ ହାରିବା ପରେ ଏମିତି କ’ଣ କହିଲେ ଶୁବମନ ଗିଲ, ଯାହା ଏବେ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୭: ରୋମାଞ୍ଚକର ଲର୍ଡସ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳକୁ ୨୨ଟି ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପରାଜୟ ଯୋଗୁ ଟିମ ଇଣ୍ଡିଆ ସିରିଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri