ବିଳମ୍ବ ହେଲା ଯୁକ୍ତ ୨ ଖାତା ମୂଲ୍ୟାୟନ

ବ୍ରହ୍ମପୁର ଅଫିସ୍‌,୧୬ା୫-ଚଳିତ ଥର ଯୁକ୍ତ ୨ ଖାତା ମୂଲ୍ୟାୟନ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହେବାରେ ଲାଗିଛି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ନେଇ ମଧ୍ୟ ସନ୍ଦେହ ଉପୁଜୁଛି । ଅନ୍ୟପଟେ ଅଫ୍‌ଲାଇନ୍‌ ଅପେକ୍ଷା ଅନ୍‌ଲାଇନ୍‌ ଖାତା ମୂଲ୍ୟାୟନରେ ବିଭ୍ରାଟ ଦେଖିବାକୁ ମିଳିଛି। ବିଶେଷକରି ବ୍ରହ୍ମପୁର ଜୋନ୍‌ରେ ଥିବା ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ନିୟମିତ ସମସ୍ୟା ଦେଖାଦେଉଛି। କେଉଁଠି ଇଣ୍ଟର୍‌ନେଟ୍‌ ସଂଯୋଗ ନାହିଁ ତ ପୁଣି କେଉଁଠାରେ ବିଳମ୍ବରେ ମୂଲ୍ୟାୟନ ଆରମ୍ଭ ହେଉଛି। ବୁଧବାର ପରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଥିବା ଇ-ମୂଲ୍ୟାୟନ କେନ୍ଦ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଖାତା ଦେଖା ଅବଦ୍ଧି ବୃଦ୍ଧି ହୋଇଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନ ଥିଲା। ଏଣୁ ଖାତା ଦେଖା ଶେଷ ହୋଇଥିବା ଭାବି କଲେଜ କର୍ତ୍ତୃପକ୍ଷ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ, ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉଚ୍ଚ ପଦସ୍ଥ ଅଧିକାରୀମାନେ ପହଞ୍ଚିବା ପରେ ଖାତା ଦେଖା ଆରମ୍ଭ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଖାତା ଦେଖା ଶେଷ ହୋଇଛି। ମେ’ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଜୋନ ଅଧୀନରେ ୧୧ ମାନୁଆଲ ଏବଂ ୫ଟି ଇ-ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଏକ ଘରୋଇ ସଂସ୍ଥାକୁ ଇ-ମୂଲ୍ୟାୟନ ଦାୟିତ୍ୱ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଏବଂ ଗିରିରୋଡ଼ ସ୍ଥିତ ସିଏସ୍‌ପିରେ ଦୁଇଟି ଇ-ମୂଲ୍ୟାୟନ କେନ୍ଦ୍ର ହୋଇଛି।  ତେବେ ସମସ୍ୟା ହେଲା ଗତ ୩ ତାରିଖରେ ବାତ୍ୟା ଫନୀ ଯୋଗୁ ୧୩ଟି ଜିଲାରେ ଖାତା ଦେଖା ବନ୍ଦ ହୋଇଯାଇଥିଲା। ହେଲେ ଗଞ୍ଜାମ ଜିଲାରେ କୌଣସି ସମସ୍ୟା ନ ଥିବା ଯୋଗୁ ଖାତାଦେଖା ସ୍ବାଭାବିକ ଭାବେ ଚାଲିଥିଲା ।

ମଙ୍ଗଳବାର(୧୪ତାରିଖ)ରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଖାତା ଦେଖା ଶେଷ ହେବାକୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ବାତ୍ୟା ଯୋଗୁ ଯେଉଁ ଜିଲାଗୁଡ଼ିକରେ ଇ-ମୂଲ୍ୟାୟନ ବନ୍ଦ ହୋଇଛି, ସେଇସବୁ ଜିଲାର କେତେକ ଖାତାକୁ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ମୂଲ୍ୟାୟନ କରିବାକୁ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଇ-ମୂଲ୍ୟାୟନ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଏବଂ ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପିକା ଅଧ୍ୟାପକଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ଘରୋଇ ସଂସ୍ଥା ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ଏଣୁ ୧୪ତାରିଖରେ ଇ-ମୂଲ୍ୟାୟନ ଶେଷ ହୋଇଯାଇଥିବା ଭାବି କଲେଜ କର୍ତ୍ତୃପକ୍ଷ ମୂଲ୍ୟାୟନ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ବୁଧବାର(ମେ’ ୧୫ତାରିଖ) ସକାଳ ୮ଟା ପୂର୍ବରୁ ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପିକା ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚତ୍ଥିଲେ। କିନ୍ତୁ କେନ୍ଦ୍ରରେ ତାଲା ଝୁଲୁଥିଲା । ସେମାନେ ଫାଟକ ବାହାରେ ଠିଆ ହୋଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖବର ପାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜୋନ ଉପସଚିବ ଡ. କୁଳମଣି ଓଝା ଏବଂ କଲେଜ ଅଧ୍ୟକ୍ଷ ରଞ୍ଜନ ସ୍ବାଇଁ ପହଞ୍ଚିବା ପରେ ତାଲା ଖୋଲାଯାଇଥିଲା। ପ୍ରାୟ ସାଢ଼େ ୧୦ଟା ବେଳେ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା ।

ଉପସଚିବ ଡ. ଓଝାଙ୍କ କହିବାନୁଯାୟୀ, ଇ-ମୂଲ୍ୟାୟନର ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା କଥା । କିନ୍ତୁ ଯୋଗାଯୋଗ ହୋଇ ନ ଥିବା ଯୋଗୁ କଲେଜ କର୍ତ୍ତୃପକ୍ଷ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ମୁଁ ପହଞ୍ଚିବା ପରେ ତାଲା ଖୋଲାଯାଇଥିଲା । ଖାତାଦେଖା ସ୍ବାଭାବିକ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri