ବିଳମ୍ବରେ ପହଞ୍ଚିଲା ସହାୟତା

ଚିତ୍ରଡ଼ା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଗରିବ ଓ ଅସହାୟ ଲୋକଙ୍କୁ ସରକାର ୩ ମାସର ଆଗୁଆ ସହାୟତା ଯୋଗାଇ ଦେଇଥିତ୍ବା ବେଳେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଘଳୋମୁଁହା ପଞ୍ଚାୟତ ଅଧୀନ ଆଣୁଆ ଗ୍ରାମର ଏକ ଅସହାୟ ପରିବାର ବହୁ ବିଳମ୍ବରେ ଏହି ସହାୟତା ପାଇଛନ୍ତି। ସୂଚନା ଅନୁଯାୟୀ, ଗ୍ରାମର ଉଲୁ ଟୁଡୁ ଜଣେ ଅସହାୟ ବ୍ୟକ୍ତି। ତାଙ୍କ ପରିବାରରେ ପତ୍ନୀ ରାଙ୍କିନି ଟୁଡୁ ଓ ଏକ ଛୋଟ ପୁଅ ଅଛନ୍ତି। ଲକ୍‌ ଡାଉନ ସମୟରେ ତାଙ୍କ ପରିବାରକୁ ସରକାରୀ ସହାୟତା ମିଳି ନ ଥିତ୍ବାରୁ ଦୟନୀୟ ଅବସ୍ଥାରେ ସେମାନେ କାଳ କାଟୁଥିଲେ। ଗ୍ରାମର କଳିଙ୍ଗ ସେନାପତି ନାମକ ଜଣେ ବ୍ୟକ୍ତି ଏହି ପରିବାରକୁ ଗୋଟିଏ ବେଳା ଖାଦ୍ୟ ଯୋଗାଇଥିଲେ। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଏବିଷୟରେ ବାରମ୍ବାର ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା l ଏସମ୍ପର୍କରେ ଖବରପାଇ ମୋରଡା ବ୍ଲକ କଂଗ୍ରେସ ସଭାପତି ଶଶଧର ବେହେରା ଏବଂ ଜେଏମଏମ ବ୍ଲକ ସମ୍ପାଦକ ପରିତୋଷ ବାରିକ ବିଡିଓ ପ୍ରିୟବ୍ରତ ପାଢ଼ୀଙ୍କୁ ଅବଗତ କରାଇଥିଲେ। ବିଡିଓ ପାଢ଼ୀ ସଂଗେ ସଂଗେ ଉଲୁଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାରଠାରୁ ଉଲୁଙ୍କ ପରିବାରକୁ ଚାଉଳ, ଡାଲି, ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଇଥିତ୍ବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ଭୟଙ୍କର ଦୁର୍ଘଟଣା ବାଇକ୍‌କୁ ଘୋଷାଡି ନେଲା ବସ୍‌: ଚକା ତଳେ ଗଲା ୩ ଜୀବନ

ବାରିପଦା,୨।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ରାଣାବନ୍ଧ ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ...

ନୂଆ ଲୁକ୍‌ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…

ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ।...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri