ବିଲ୍‌ ଆଦାୟ ପାଇଁ ତତ୍ପର ସେସୁ

କଟକ ସଦର,୨୯ା୧୨(ଡି.ଏନ୍‌.ଏ.): କଟକ ସଦର ବିଦ୍ୟୁତ୍‌ ଡିଭିଜନ ନଂ.୨ ଅନ୍ତର୍ଗତ ୩ଟି ବିଦ୍ୟୁତ୍‌ ସେକ୍ସନର ଉପଭୋକ୍ତାଙ୍କ ଉପରେ ପ୍ରାୟ ୧୪କୋଟି ୫୪ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଲ୍‌ ଆଦାୟ ପାଇଁ ସେସୁ ପକ୍ଷରୁ ତତ୍ପରତା ଦେଖାଯାଇଛି। ଏଥି ଲାଗି ସେକ୍ସନ ଅଫିସରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଅନ୍ୟପକ୍ଷେ ସେସୁକୁ ଟାଟା ପାଓ୍ବାର ଅଧିଗ୍ରହଣ କରିବା ପରେ ଉପଭୋକ୍ତାମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ୪୨ମୌଜା ବିଦ୍ୟୁତ୍‌ ସେକ୍ସନରେ ୮ହଜାର ଉପଭୋକ୍ତାଙ୍କ ଉପରେ ୫କୋଟି ୬୯ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ଥିବା ବେଳେ କନ୍ଦରପୁରର ୭ହଜାର ଉପଭୋକ୍ତାଙ୍କ ୫କୋଟି ୭୫ଲକ୍ଷ ଟଙ୍କା ଏବଂ କିଶନ୍‌ନଗରର ୬ହଜାର ଉପଭୋକ୍ତଙ୍କ ଉପରେ ୩କୋଟି ୧୦ ଲକ୍ଷ ଟଙ୍କାର ବକେୟା ରହିଛି। ଏମାନଙ୍କ ମଧ୍ୟରେ ବହୁ ଉପଭୋକ୍ତା ବର୍ଷ ବର୍ଷ ଧରି ବିଲ୍‌ ପଇଠ କରି ନ ଥିଲେ। ଫଳରେ ଲକ୍ଷାଧିକ ଟଙ୍କା ବିଲ୍‌ ବକେୟା ରହିଥିଲା। ୨୦୦୯-୧୦ ଆର୍ଥିକ ବର୍ଷରେ ସେସୁ ଦ୍ୱାରା ଆପୋସ ସମାଧାନ ଦ୍ୱାରା ବକେୟା ବିଲ୍‌ ପଇଠ ସୁଯୋଗ ଦିଆଯାଇଥିଲା। ଏକକାଳୀନ ବିଲ୍‌ ପଇଠ କଲେ, ୫୦ପ୍ରତିଶତ ରିହାତି ପ୍ରଦାନ କରାଯାଇଥିଲା। ହେଲେ ସେହି ସମୟରେ ରିହାତି ପାଇବା ପରେ ପୁଣି ବିଲ୍‌ ପଇଠ କରିବାରେ ଅବହେଳା କରିଥିଲେ। ଯେଉଁମାନେ ଏକକାଳୀନ ବିଲ୍‌ ପଇଠ ନ କରିପାରିବେ, ସେମାନେ ୬ଟି କିସ୍ତିରେ ପଇଠ କରିପାରିବେ ବୋଲି ସହକାରୀ ପରିଚାଳକ ସରୋଜ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri