ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। କର୍ମଚାରୀଙ୍କ ପିଲାମାନେ ଏବେ ସ୍କୁଲରେ ନାମଲେଖା କିମ୍ବା ରିଆଡମିଶନ କରିପାରୁ ନାହାନ୍ତି। ପୁରୁଣା କର୍ମଚାରୀ ସେମାନଙ୍କ ଦରମା ପାଇନାହାନ୍ତି କି ଅବସର ନେଇଥିବା କର୍ମଚାରୀ ମଧ୍ୟ ୨ ବର୍ଷ ହେବ ସେମାନଙ୍କ ବକେୟା ନେଇନାହାନ୍ତି। ପରିବାର ଭୋକ ଉପାସରେ ରହିବା ସମୟ ମଧ୍ୟ ଆସିଗଲାଣି ବୋଲି ବିଲ୍ଟ ସେବା ପେପର ମିଲ ଏମ୍ପ୍ଲୋୟର୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରମୋଦ ମହାନ୍ତି କହିଛନ୍ତି। ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ପାଇଁ ଜିଲାପାଳଙ୍କୁ ସେ ପତ୍ର ଲେଖି ଅନୁରୋଧ କରିଛନ୍ତି।ଏପ୍ରିଲ ୨୦ରୁ ପେପର ମିଲର ଉତ୍ପାଦନ ପୁଣି ବନ୍ଦ ହୋଇଛି। ମିଲ୍‌ର କର୍ମଚାରୀମାନେ ଏବେ ନିଜ ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି। ଗତ ଅକ୍ଟୋବର ୫ରେ ମିଳିତ କମିଟି ବୈଠକରେ ଜନ ପ୍ରତିନିଧି, ୪ଟି ୟୁନିୟନର ସଦସ୍ୟ, ପ୍ରଶାସନ, ମିଲ କର୍ତ୍ତୃପକ୍ଷ ଉପସ୍ଥିତ ରହି କାରଖାନା ସ୍ବାର୍ଥକୁ ଦୃଷ୍ଟିରେ ରଖି କେତେକ ସର୍ତ୍ତ ରଖାଯାଇଥିଲା। ଏଥିରେ କର୍ମଚାରୀ ଓ ମିଲ୍‌ କର୍ତ୍ତୃପକ୍ଷଙ୍କ ସହମତି ପରେ ବନ୍ଦ ହୋଇ ପଡ଼ିଥିବା ମିଲ୍‌ ଅକ୍ଟୋବର ୨୯ରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ସେହିଦିନଠାରୁ ମିଲ୍‌ ସୁରୁଖୁରୁରେ ଚାଲିଥିବା ବେଳେ କୌଣସି ସ୍ଥାୟୀ କିମ୍ବା ଠିକା କର୍ମଚାରୀ ଅସହଯୋଗ ତଥା ବିଶୃଙ୍ଖଳା କରିନାହାନ୍ତି। ଏହି ମିଲ୍‌ ଉପରେ ୪୫୦ ସ୍ଥାୟୀ, ୭ ଶହ ଅସ୍ଥାୟୀ, ୨ ଶହ ଅଧିକାରୀ ନିୟୋଜିତ ଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ତେଣୁ ଜୟପୁରବାସୀଙ୍କ ସ୍ବାର୍ଥ ଦୃଷ୍ଟିରେ ରଖି ମିଲ୍‌ ପୁଣି କିପରି ଚାଲିବ ଓ କର୍ମଚାରୀ ଦରମା ପାଇବେ, ଏଥିରେ ଜିଲାପାଳ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

କୋରାପୁଟ MP ସପ୍ତଗିରି ଉଲାକାଙ୍କୁ ମିଳିଲା ‘ସଂସଦ ରତ୍ନ’ ଉପାଧି! କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ଓ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଶେଷ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?