ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। କର୍ମଚାରୀଙ୍କ ପିଲାମାନେ ଏବେ ସ୍କୁଲରେ ନାମଲେଖା କିମ୍ବା ରିଆଡମିଶନ କରିପାରୁ ନାହାନ୍ତି। ପୁରୁଣା କର୍ମଚାରୀ ସେମାନଙ୍କ ଦରମା ପାଇନାହାନ୍ତି କି ଅବସର ନେଇଥିବା କର୍ମଚାରୀ ମଧ୍ୟ ୨ ବର୍ଷ ହେବ ସେମାନଙ୍କ ବକେୟା ନେଇନାହାନ୍ତି। ପରିବାର ଭୋକ ଉପାସରେ ରହିବା ସମୟ ମଧ୍ୟ ଆସିଗଲାଣି ବୋଲି ବିଲ୍ଟ ସେବା ପେପର ମିଲ ଏମ୍ପ୍ଲୋୟର୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରମୋଦ ମହାନ୍ତି କହିଛନ୍ତି। ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ପାଇଁ ଜିଲାପାଳଙ୍କୁ ସେ ପତ୍ର ଲେଖି ଅନୁରୋଧ କରିଛନ୍ତି।ଏପ୍ରିଲ ୨୦ରୁ ପେପର ମିଲର ଉତ୍ପାଦନ ପୁଣି ବନ୍ଦ ହୋଇଛି। ମିଲ୍‌ର କର୍ମଚାରୀମାନେ ଏବେ ନିଜ ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି। ଗତ ଅକ୍ଟୋବର ୫ରେ ମିଳିତ କମିଟି ବୈଠକରେ ଜନ ପ୍ରତିନିଧି, ୪ଟି ୟୁନିୟନର ସଦସ୍ୟ, ପ୍ରଶାସନ, ମିଲ କର୍ତ୍ତୃପକ୍ଷ ଉପସ୍ଥିତ ରହି କାରଖାନା ସ୍ବାର୍ଥକୁ ଦୃଷ୍ଟିରେ ରଖି କେତେକ ସର୍ତ୍ତ ରଖାଯାଇଥିଲା। ଏଥିରେ କର୍ମଚାରୀ ଓ ମିଲ୍‌ କର୍ତ୍ତୃପକ୍ଷଙ୍କ ସହମତି ପରେ ବନ୍ଦ ହୋଇ ପଡ଼ିଥିବା ମିଲ୍‌ ଅକ୍ଟୋବର ୨୯ରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ସେହିଦିନଠାରୁ ମିଲ୍‌ ସୁରୁଖୁରୁରେ ଚାଲିଥିବା ବେଳେ କୌଣସି ସ୍ଥାୟୀ କିମ୍ବା ଠିକା କର୍ମଚାରୀ ଅସହଯୋଗ ତଥା ବିଶୃଙ୍ଖଳା କରିନାହାନ୍ତି। ଏହି ମିଲ୍‌ ଉପରେ ୪୫୦ ସ୍ଥାୟୀ, ୭ ଶହ ଅସ୍ଥାୟୀ, ୨ ଶହ ଅଧିକାରୀ ନିୟୋଜିତ ଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ତେଣୁ ଜୟପୁରବାସୀଙ୍କ ସ୍ବାର୍ଥ ଦୃଷ୍ଟିରେ ରଖି ମିଲ୍‌ ପୁଣି କିପରି ଚାଲିବ ଓ କର୍ମଚାରୀ ଦରମା ପାଇବେ, ଏଥିରେ ଜିଲାପାଳ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଜୀବନ ଗଲା

ରାୟଗଡ଼ା,୧୪ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ଏଚ୍‌ପି ଗ୍ୟାସ୍‌ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାୟଗଡ଼ା ବ୍ଲକ ପିତାମହଲ...

ଫେସ୍‌ବୁକ୍‌ରେ ରାୟଗଡ଼ା ଜିଲାପାଳଙ୍କ ନାଁରେ ନକଲି ଆକାଉଣ୍ଟ,ପୋଲିସକୁ ସୂଚନା ଦେଲେ…

ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ସାଇବର ଅପରାଧୀମାନେ ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାଁରେ ଏକ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଜିଲାର ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି।...

ଜିଲା ପ୍ରଶାସନର ତତ୍ପରତା: ୬ କ୍ଲିନିକ୍‌ ସିଲ୍‌

ଗୁଣପୁର,୬।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ ଗୁଡିକକୁ ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ସିଲ୍‌ କରିଛି। ଉପ...

ଉତ୍ତରାଖଣ୍ଡରେ ରାୟଗଡ଼ା ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ

ରାୟଗଡ଼ା,୭।୧୧ (ଆଶିଷ ରଞ୍ଜନ ପଣ୍ଡା): ଉତ୍ତରାଖଣ୍ଡରେ ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ଏକ ନଦୀରେ ଫିଙ୍ଗି ଦିଆଯାଇଥିଲା।...

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍‌କା, ହାଇକୋର୍ଟ ଦେଲେ ବଡ଼ ରାୟ…

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ...

ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ: କଲେଜରେ ଉତ୍ତେଜନା

ରାୟଗଡ଼ା,୩୧।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହରସ୍ଥିତ ଉକତ୍ଳ ଗୌରବ ମଧୁସୂଦନ ବୈଷୟିକ (ୟୁଜିଏମଆଇଟି) କଲେଜର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶୁକ୍ରବାର କଲେଜ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ଯୁବକଙ୍କ ଚାଲିଗଲା ଜୀବନ

ମୁନିଗୁଡା,୨୫।୧୦ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ...

ବିଲକୁ ପାଣି ମଡାଇବାକୁ ଯାଇଥିଲେ ମାରିଲା ଘଡଘଡି

କଲ୍ୟାଣସିଂହପୁର ୨୦।୧୦(ଦୀପକ କୁମାର ପରଡ଼ା): ବଜ୍ରପାତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri