ବିଲରେ ପଚୁଛି ପରିବା, ଋଣ ଶୁଝିବା ଚିନ୍ତାରେ ଚାଷୀ

ବାଲିଗୁଡା,୨୩ା୪(ଡି.ଏନ୍‌.ଏ.)- ପରିବାର ଚାଷୀଙ୍କ ଉପରେ କରୋନା ମାଡ। ଗଛରେ ପଚିଗଲାଣି ବାଇଗଣ, ବିଲାତି। ପୋଟଳ ଜମିରେ ପାଚି ହଳଦିଆ ପଡିଥିବାବେଳେ, କଦଳୀ ଗଛରେ ପାକଳ ହୋଇଗଲାଣି। ବେପାରୀ ଆସୁ ନଥିବାରୁ ବିକ୍ରି ହୋଇପାରୁନାହିଁ। ଋଣ କରି ପରିବା ଓ କଦଳୀ ଚାଷ କରିଥିବା ଚାଷୀ ଏବେ କିପରି ଋଣ ଶୁଝିବ ଚିନ୍ତା ଘାରିଛି। ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ। ଏକର ଏକର ଜମିରେ ପରିବା ଓ କଦଳୀ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ। ଏକର ପିଛା ୨୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରି ପରିବା ଚାଷ କରିଥିଲା ଚାଷୀ। ପାଣିପାଗ ଅନୁକୂଳ ଯୋଗୁ ଭଲ ଫଳ ମଧ୍ୟ ଧରିଥିଲା। ଆଶା କରିଥିଲା ଭଲ ଦି ପଇସା ରୋଜଗାର କରିବ ବୋଲି। ମାତ୍ର କରୋନା କଟକଣା ସବୁ ଆଶା ଧୂଳିସାତ୍‌ କରି ଦେଇଛି। ଜିଲା ବାହାରକୁ ପରିବା ଯାଇ ପାରୁ ନାହିଁ। ପାଖ ବଜାରକୁ ନେଇ ଶାଖ ମାଛ ଦରରେ ବିକିବାକୁ ପଡୁଛି। ସବୁ ଉଜୁଡିଯିବା ପରେ ଏବେ ଚାଷୀ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ସହାୟତା ନ ମିଳିଲେ ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି ବହୁ ଚାଷୀ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ସାମିଲ ହୋଇଥିଲେ ଅଣସେବକ

ପୁରୀ ଅଫିସ,୬ା୭: ଆଇନର କାଠଗଡ଼ା ଭିତରେ ଦୀର୍ଘଦିନ ଲଢେଇ ଚାଲିଲା। ପ୍ରଥମେ ନାଁ ଓ ପରେ ହଁ କହିଲେ ସୁପ୍ରିମକୋର୍ଟ। ଶେଷରେ ପୁରୀ ରଥଯାତ୍ରାକୁ ଦେଲେ...

ସାନିଟାଇଜ ହେଲା କେନ୍ଦୁଝର ମୁଖ୍ୟ ଡାକଘର

କେନ୍ଦୁଝର,୭ା୪(ଡିଏନ୍‌ଏ): କେନ୍ଦୁଝର ମୁଖ୍ୟ ଡାକଘର ପରିସରକୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ୍‌ କରାଯାଇଛି। ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମୁଖ୍ୟ ଡାକଘର ସମେତ...

ଜଙ୍ଗଲ ବିଭାଗର ଅବହେଳା: ଭବାନୀପାଟଣା ରାସ୍ତାରେ ଗଛ ପଡ଼ି ବାଇକ୍‌ ଆରୋହୀ ଗୁରୁତର

ଭବାନୀପାଟଣା,୨୨।୭ (ଡି.ଏନ୍‌.ଏ.): ଜଙ୍ଗଲ ବିଭାଗ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ସୋମବାର ଭବାନୀପାଟଣା ରାସ୍ତାରେ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଥିବା ଏକ ଶୁଖିଲା ଗଛ ପଡ଼ି...

ସ୍କୁଲ, କଲେଜ ଫି ଛାଡ ଦାବିକଲା ଛାତ୍ର କଂଗ୍ରେସ

ବଲାଙ୍ଗୀର ଅଫିସ, ୨୮ା୫-କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଶିକ୍ଷାକ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି...

ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼: ୩ ଗିରଫ

କଣ୍ଟାପଡ଼ା, ୨୯ା୧୨(ଡି.ଏନ୍‌.ଏ.): ଅଡ଼ଶପୁରସ୍ଥିତ କାନାରା ବ୍ୟାଙ୍କ ଶାଖା ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ସଫେଇ କର୍ମଚାରୀ ସମ୍ମାନିତ

ବାଲିଗୁଡ଼ା,୧୮ା୪(ଡି.ଏନ୍‌.ଏ.)- ବାଲିଗୁଡ଼ା ଏନ୍‌ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସାମାଜିକ କର୍ମୀ...

ନିମାପଡ଼ାକୁ ଫେରିଲେ ୨୪୫ ପ୍ରବାସୀ

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏ ନେଇ କେତେଟା ନିୟମ କୋହଲ କରାଯାଇଥିବାବେଳେ ରାଜ୍ୟ ବାହାରେ...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍‌: ୫ ଗୁରୁତର,୧୫ ଆହତ

ସଜନାଗଡ଼,୨୦।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ପିଡବ୍ଲୁ ରଜ୍ୟ ରାଜପଥ ପାର୍ଶ୍ୱ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା...

Coronavirus Update


Archives

Model This Week

Why Dharitri