Posted inଜାତୀୟ

ବିମୁଦ୍ରୀକରଣକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ ଏବେ ଏହାକୁ ନେଇ ରାହୁଲ ଗାନ୍ଧୀ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଏହା ପଛରେ ଯାହାର ହାତ ଅଛି ଏବେ ତାଙ୍କୁ କାଠଗଡ଼ାକୁ ଆଣିବା ବାକି ରହିଛି। ୨୦୧୬ ନଭେମ୍ବର ୮ରେ ମୋଦି ୫ଶହ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରି ଦେଇଥିଲେ। ଆଉ ତାଙ୍କର ଏହି ବିମୁଦ୍ରୀକରଣ ରୂପି ଆତଙ୍କବାଦୀ ଆକ୍ରମଣ ଯୋଗୁ ଆଜି ଦେଶର ଅର୍ଥନୀତି ବିଗିଡି ଯାଇଛି ବୋଲି ରାହୁଲ କହିଛନ୍ତି। ଏହାଫଳରେ କେତେ ଜଣଙ୍କ ଜୀବନ ଗଲା, ଛୋଟ ଛୋଟ ବ୍ୟବସାୟ ବନ୍ଦ ହେଲା, ବେରୋଜଗାର ସମସ୍ୟା ବଢିଲା। ତେଣୁ ଏଥିପାଇଁ ମୋଦି ଦାୟୀ ବୋଲି ରାହୁଲ କହିଛନ୍ତି। ଏପର୍ଯ୍ୟନ୍ତ ମୋଦିଙ୍କ ଉପରେ ରାହୁଲ ଯେତେସବୁ ଅଭିଯୋଗ ଆଣିଥିଲେ ଏହା ସବୁଠାରୁ ବଡ ଅଭିଯୋଗ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଜବୁଲ ମୁଜାହିଦ୍ଦିନରୁ ବେତନ ପାଉଥିଲେ ଦାବିନ୍ଦର

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରୁ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦନଠାରୁ ପୁରା ବର୍ଷକର ଦରମା ମିଳୁଥିଲା ବୋଲି ଜଣାପଡ଼ିଛି। ଦାବିନ୍ଦର...

ଏନ୍‌ଡିଏ ସ୍ଥିର କରିବ କିଏ ହେବ ମୁଖ୍ୟମନ୍ତ୍ରୀ: ନୀତୀଶ

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ଗୁରୁବାର ପ୍ରଥମ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖବରଦାତାଙ୍କ ସହ କଥା ହୋଇଛନ୍ତି ।...

ଡିଏମ୍‌କେ ବିଧାୟକ କେପିପି ସାମୀଙ୍କ ପରଲୋକ

ଚେନ୍ନାଇ,୨୭।୨: ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍‌କେ ବିଧାୟକ କେପିପି ସାମୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ...

ଦିଲ୍ଲୀରେ ଗରିବ ଓଡ଼ିଆଙ୍କ ଦୁର୍ଦ୍ଦଶା ବଢ଼ୁଛି

ନୂଆଦିଲ୍ଲୀ,୨୧।୪: ଲକ୍‌ଡାଉନ ଯୋଗୁ ଦିଲ୍ଲୀରେ ଥିବା ଗରିବ, ଖଟିଖିଆ ଓଡ଼ିଆଙ୍କ ଦୁର୍ଦ୍ଦଶା ଅସମ୍ଭାଳ ହୋଇପଡ଼ିଛି। ହାତରେ କାମ ନାହିଁ କି ପେଟରେ ଦାନା ନାହିଁ। ଠିକାରେ...

ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଜମ୍ମୁ-କଶ୍ମୀର ଯୁବକ

ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଇ ଦିଆଯିବା ପରେ ସେଠାରେ ଏବେ ଭିନ୍ନ ବାତାବରଣ ଦେଖିବାକୁ ମିଳିଛି। ଗୋଟିଏ ଦିନ ପୂର୍ବରୁ ଏଠାକାର...

ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ...

ଏପ୍ରିଲ ୧ରୁ ଆରମ୍ଭ ହେବ କୁମ୍ଭମେଳା

ଡେରାଡୁନ,୧୮ ।୨: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଏପ୍ରିଲ ୧ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ । ଏଥିପାଇଁ ସରକାରଙ୍କ ପକ୍ଷରୁ...

ଜୈଶ୍‌ ଟାର୍ଗେଟ୍‌ରେ ମୋଦି-ଶାହ-ଡୋଭାଲ୍‌: ୩୦ ସହର ଓ ୪ ବିମାନ ବନ୍ଦର ଉପରେ ଆକ୍ରମଣ ପାଇଁ ମିଳିଲା ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ,୨୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ...

Advertisement

BGU

Archives

Model This Week

Why Dharitri