ବିମାନ, ରେଳ ଟିକେଟ ବୁକିଂ ଆରମ୍ଭ

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): ବିମାନରେ ଘରୋଇ ଉଡ଼ାଣ ସହ ରେଳରେ ଯାତାୟତ କରିବା ପାଇଁ ଟିକେଟ ବୁକିଂ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୮ଟାରୁ ପୂର୍ବତଟ ରେଳପଥ ପକ୍ଷରୁ ଟିକେଟ୍‌ ବୁକିଂ ଆରମ୍ଭ କରାଯାଇଥିବାବେଳେ ମଧ୍ୟାହ୍ନ ୧୨ଟା ୩୦ରୁ ଏୟାର ଇଣ୍ଡିଆ ପକ୍ଷରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ଏନେଇ ଏୟାର ଇଣ୍ଡିଆ ଓ ପୂର୍ବତଟ ରେଳ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ୨୫ତାରିଖରୁ ଏୟାର ଇଣ୍ଡିଆ ଦ୍ୱାରା ଦେଶରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବ। ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ airindia.inରେ ଲଗ୍‌ଇନ୍‌ କରି ଟିକେଟ୍‌ ବୁକ୍‌ କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଯଦି କେହି ଅନ୍‌ଲାଇନ୍‌ରେ ଲଗ୍‌ ଇନ୍‌ କରି ଟିକେଟ ବୁକ୍‌ କରିପାରୁନାହାନ୍ତି, ତେବେ ସେ କୌଣସି ଟ୍ରାଭେଲ୍‌ ଏଜେଣ୍ଟଙ୍କ ଦ୍ୱାରା ଟିକେଟ ବୁକ୍‌ କରିପାରିବେ ଓ ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍‌ କରି ଟିକେଟ୍‌ ବୁକ୍‌ କରିପାରିବେ ବୋଲି କୁହାଯାଇଛି।
ସେହିପରି ଜୁନ୍‌ ୧ତାରିଖରୁ ସାରା ଦେଶରେ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ପାଇଁ ଟିକେଟ୍‌ ବୁକିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ଓଡ଼ିଶାରେ ମୋଟ୍‌ ୮୭ଟି ସ୍ଥାନରେ କମ୍ପ୍ୟୁଟରାଇଜ୍‌ଡ୍‌ ରିଜର୍ଭେଶନ କାଉଣ୍ଟରରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୂର୍ବତଟ ରେଳପଥ ଅଧୀନରେ ଥିବା ଛତିଶଗଡ଼ ଡିଭିଜନ୍‌ରେ ୭ ସ୍ଥାନରେ ଓ ଆନ୍ଧ୍ରପ୍ରଦେଶର ୨୩ ସ୍ଥାନରେ ବୁକିଂ କାଉଣ୍ଟରଗୁଡ଼ିକରେ ସାମାଜିକ ଦୂରତ୍ୱକୁ ବଜାୟ ରଖି ଜନସାଧାରଣ ଟିକେଟ ବୁକିଂ କରିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନରେ ୩ଟି ବୁକିଂ କାଉଣ୍ଟରରେ ଟିକେଟ ବୁକ୍‌ ହୋଇଥିବା କଥା ନଜରକୁ ଆସିଛି। ଶୁକ୍ରବାର ରାତି ୭ଟା ସୁଦ୍ଧା ଖୋର୍ଦ୍ଧାରୋଡ ଡିଭିଜନ ଅନ୍ତର୍ଗତ ବିଭିନ୍ନ କାଉଣ୍ଟରରେ ୩୪୨ଟିକେଟ ବୁକିଂ ହୋଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ଜୁନ୍‌ ୧ ତାରିଖରୁ ସାରା ଦେଶରେ ମୋଟ୍‌ ୧୦୦ ଯୋଡ଼ା ଟ୍ରେନ୍‌ ଚଲାଇବା ପାଇଁ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ଚାଲୁଥିବା ୧୫ଯୋଡ଼ା ସ୍ବତନ୍ତ୍ର ଟେନ୍‌ ପାଇଁ ଟିକେଟ ବୁକିଂ ପଦ୍ଧତିରେ ସଂଶୋଧନ କରାଯାଇଛି। ଆଗୁଆ ସଂରକ୍ଷଣ ଅବଧି ୭ ରୁ ୩୦ଦିନକୁ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନ ୨୪ମେ ଠାରୁ ହେବାକୁ ଥିବା ବୁକିଂ ଏବଂ ୩୧ମେ ଠାରୁ ଚାଲିବାକୁ ଥିବା ସ୍ବତନ୍ତ୍ର ଟ୍ରେନ୍‌ ପାଇଁ ଲାଗୁହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri