ବିମାନ ଯାତ୍ରା ବେଳେ ମୁହଁ ହେବ ବୋର୍ଡିଂ ପାସ୍‌;ଡିଜି ଯାତ୍ରା ନାମରେ ଆରମ୍ଭ ହେବ ପ୍ରକଳ୍ପ

ନୂଆଦିଲ୍ଲୀ,୨୨-୫: ଏଣିକି ଦେଶର ସମସ୍ତ ବିମାନ ବନ୍ଦରରେ ଖୁବ୍‌ଶୀଘ୍ର ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଓ ଲମ୍ବା ଲାଇନରୁ ମୁକ୍ତି ମିଳିବାକୁ ଯାଉଛି। ବେଙ୍ଗାଲୁରୁ ବିମାନ ବନ୍ଦରରୁ ନୂତନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଇଲେକ୍ଟ୍ରୋନିକ ମାଧ୍ୟମରେ ଯାତ୍ରୀମାନେ ମୁହଁକୁ ଯାଞ୍ଚ କରି ବିମାନ ବନ୍ଦରରେ ପ୍ରବେଶ କରିପାରିବେ ବୋଲି ଜଣାପଡିଛି।
ଅସଲରେ ବିମାନ ବନ୍ଦରରେ ଏକ ଡିପାର୍ଚର କଣ୍ଟ୍ରୋଲ ସିଷ୍ଟମ ଲଗାଯିବ, ଯାହା କି ବାୟୋମେଟ୍ରିକ ଆଇଡି ଜରିଆରେ ଚେକ୍‌-ଇନ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବ। ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ‘ଡିଜି ଯାତ୍ରା’ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ। ଚଳିତ ବର୍ଷର ତୃତୀୟ ତ୍ରୈମାସରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପ୍ରକଳ୍ପ ଅଧୀନରେ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦର ବାହାରେ ଡିଜି ଯାତ୍ରା କିଓସ୍କ ଲଗାଯିବ। ଏଥିରେ ଯାତ୍ରୀଙ୍କୁ ନିଜର ରେଜିଷ୍ଟ୍ରେଶନ କରିବାକୁ ହେବ। ଘରୋଇ ଯାତ୍ରୀଙ୍କୁ ସର୍ବପ୍ରଥମେ ଏହି ପ୍ରକଳ୍ପ ଅଧୀନକୁ ଅଣାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିଦେଶ ଯାଉଥିବା ଯାତ୍ରୀଙ୍କୁ ଏହି ପ୍ରକଳ୍ପ ଅଧୀନରେ ସାମିଲ କରାଯିବ। ପ୍ରଥମେ ଭିସ୍ତାରା ଏୟାରଲାଇନ୍ସ ଜରିଆରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ। ପରେ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଏହି ପ୍ରକଳ୍ପ ଅଧୀନକୁ ଅଣାଯିବ। ସୂଚନାଥାଉ କି, ବର୍ତ୍ତମାନ ଯାତ୍ରୀମାନଙ୍କୁ ନିଜର ଟିକଟ, ପରିଚୟପତ୍ର ଏବଂ ବୋର୍ଡିଂ ପାସ୍‌କୁ ଏୟାରପୋର୍ଟ ଟର୍ମିନାଲର ଏକାଧିକ ସ୍ଥାନରେ ଦେଖାଇବାକୁ ପଡିଥାଏ।
ଏଥିଲାଗି ଯାତ୍ରୀ ଲମ୍ବା ଲାଇନରେ ଛିଡା ହେବାକୁ ବାଧ୍ୟ ହୁଏ। ବାରମ୍ବାର ବୋର୍ଡିଂ ପାସ୍‌ ଓ ପରିଚୟ ପତ୍ର ଦେଖାଇ ଯାତ୍ରୀ ଥକିଯାଏ ଓ ବିରକ୍ତ ହୁଏ। ଲମ୍ବା ଚେକିଂ କାରଣରୁ ବିମାନ ଯାତ୍ରୀଙ୍କୁ ଯାତ୍ରାର ପ୍ରାୟ ୪୫ମିନିଟ୍‌ରୁ ୧ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚତ୍ବାକୁ ପଡିଥାଏ। ଡିଜି ଯାତ୍ରା ପ୍ରକଳ୍ପ ଆରମ୍ଭ ହେବା ପରେ ଯାତ୍ରୀଙ୍କୁ ନିଜର ଟିକେଟ, ବୋର୍ଡିଂ ପାସ୍‌, ପରିଚୟ ପତ୍ର ବାରମ୍ବାର ଦେଖାଇବାର ଝଞ୍ଜଟରୁ ମୁକ୍ତି ମିଳିବ। କେବଳ ବାୟୋମେଟ୍ରିକ ଅଥବା କ୍ୟୁଆର୍‌ କୋଡ୍‌ ଜରିଆରେ ତାଙ୍କର ପରିଚୟ ସତ୍ୟତା ଯାଞ୍ଚ ହୋଇଯିବ। ଏହାଦ୍ୱାରା ବିମାନ ବନ୍ଦରରେ ଥିବା ଏକାଧିକ ଯାଞ୍ଚ ସ୍ଥାନରେ ସହଜରେ ପ୍ରବେଶ ମିଳିଯିବ। ଏହାଦ୍ୱାରା ଲମ୍ବା ଲାଇନରେ ଛିଡା ହେବାକୁ ପଡିବନି ଓ ସମୟ ସାଶ୍ରୟ ହେବ। ଏହି ସୁବିଧାର ଲାଭ ନେବା ଲାଗି ଯାତ୍ରୀଙ୍କୁ ନିଜର ନାମ, ଇ-ମେଲ୍‌ ଆଇଡି, ମୋବାଇଲ ନମ୍ବର ଏବଂ ଆଧାର କାର୍ଡ ଭଳି ପରିଚୟ ପତ୍ର ସହାୟତାରେ ଏକ ୟୁନିକ ଡିଜି ଆଇଡି ତିଆରି କରିବାକୁ ହେବ। ଟିକେଟ ବୁକିଂ ସମୟରେ ଏହି ଆଇଡିର ବ୍ୟବହାର କରିବାକୁ ହେବ। ଏହା ପରେ ଯାତ୍ରୀଙ୍କ ଯାତ୍ରା ସ୍ଥାନର ବିମାନ ବନ୍ଦରକୁ ଏୟାରଲାଇନ୍ସ କମ୍ପାନୀ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ କରାଇବେ। ପ୍ରଥମଥର ବିମାନରେ ଯାତ୍ରା କରୁଥିଲେ ଯାତ୍ରୀଙ୍କ ଆଇଡିର ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ସଫଳ ହେବା ପରେ ତାଙ୍କ ମୁହଁର ବାୟୋମେଟ୍ରିକ ନିଆଯାଇ ଆଇଡି ସହ ଯୋଡିଦିଆଯିବ।
ଥରେ ଏହି ପ୍ରକ୍ରିୟା ସଫଳ ହେବା ପରେ ବାରମ୍ବାର ବୋର୍ଡିଂ ପାସ୍‌, ପାସପୋର୍ଟ ଅଥବା ଅନ୍ୟ ପରିଚୟପତ୍ର ସାଙ୍ଗରେ ନେବାର ଅଥବା ପ୍ରଦର୍ଶନ କରିବାର ଆବଶ୍ୟକତା ପଡିବ ନାହିଁ। ବେଙ୍ଗାଲୁରୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଲିମିଟେଡ ଏମ୍‌ଡି ତଥା ସିଇଓ ହରି ମରାର୍‌ କହିଛନ୍ତି ଯେ, ଏଣିକି ଯାତ୍ରୀଙ୍କ ମୁହଁ ହିଁ ହେବ ତାଙ୍କର ବୋଡିର୍ର୍ଂ ପାସ୍‌। ଏହି ସୁବିଧା ଯୋଗୁ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡିବନି। ସେମାନଙ୍କୁ ଲମ୍ବା ଲାଇନରେ ଛିଡା ହେବାର ଆବଶ୍ୟକତା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪।୩: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

ରାଷ୍ଟ୍ରପତିଙ୍କ ଘର ଆଗରେ ପିଲାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ’ଣ ପଚାରିଲେ ମୋହନ ମାଝୀ, ଏହି ଘର କାହାର କହି…

ଭୁବନେଶ୍ୱର,୪ା୨: ରାଷ୍ଟ୍ରପତିଙ୍କ ଘର ଆଗରେ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri