Posted inଫୁରସତ

ବିମାନ ବନ୍ଦରରେ ପ୍ରତିଦିନ ହୁଏ ଫାୟାରିଂ

ସୁରଟ : ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବିମାନବନ୍ଦରରେ ପୁଣି ପ୍ରତିଦିନ ଫାୟାରିଂ! ହେଲେ ହଁ। ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ ବନ୍ଦର ନିକଟରେ କେତେଗୁଡ଼ିଏ ପୋଖରୀ ରହିଛି। ପୋଖରୀକୁ ଖାଦ୍ୟ ଅନ୍ବେଷଣରେ ବହୁ ପକ୍ଷୀ ଆସିଥାନ୍ତି। ସେମାନେ ବିମାନବନ୍ଦର ଉପରେ ଉଡ଼ିବୁଲନ୍ତି। ତେଣୁ ବିମାନ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏଭଳି କରିଥାନ୍ତି। ଏଠାରୁ ପ୍ରତିଦିନ ୪୬ ବିମାନ ଉଡ଼ାଣ କରିଥାଏ। ବିମାନର ସୁରକ୍ଷିତ ଉଡ଼ାଣ ଲାଗି ଗୋଟିଏ ମାସରେ ବିମାନ ବନ୍ଦର କର୍ତ୍ତୃପକ୍ଷ ୪୫ ଶହ ଥର ଫାୟାରିଂ କରିଥାନ୍ତି। ସେହିପରି ଗୋଟିଏ ବର୍ଷରେ ୫୪ ହଜାର ଥର ଫାୟାରିଂ କରାଯାଇଥାଏ। ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ପ୍ରାୟ ୮୦ ଥର ଫାୟାରିଂ କରାଯାଇଥାଏ। ସେହିପରି ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୭ଟା ୩୦ ମଧ୍ୟରେ ପ୍ରାୟ ୭୦ ଥର ଫାୟାରିଂ ହୋଇଥାଏ। ଏଥିପାଇଁ ବର୍ଷକୁ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନିଲ ଅମ୍ବାନୀଙ୍କ ସହ ବିବାହ ବାର୍ଷିକୀ ଫଟୋ ଶେୟାର କଲେ ସ୍ତ୍ରୀ

ଫେବୃୟାରୀ ୨ ଅର୍ଥାତ୍‌ ବୁଧବାର ବିଶିଷ୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀ ସେମାନଙ୍କର ୩୧ ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି...

ମୂଷା କାଟି ଦେଲେ ଜମିଜମା କାଗଜପତ୍ର: ପ୍ରଶାସନର ଅକଲ ଗୁଡୁମ୍‌

ଆଗ୍ରା, ୧୦।୧୦: ଆଗ୍ରା ନଗର ନିଗମ କାର୍ଯ୍ୟାଳୟର ଅବହେଳା ସମ୍ପର୍କରେ ଏକ ଖବର ପଦାକୁ ଆସିଛି। ଏଠାରେ ମୂଷାମାନେ ଲୋକଙ୍କ ଜମିଜମା କାଗଜ ପତ୍ରର ରେକର୍ଡ...

ଏମିତି ବହି: ଚାହିଁଲେ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କାରଣ

ବିଶ୍ୱରେ ଅନେକ ଅଜବ ଜିନିଷ ଭରପୂର ହୋଇରହିଛି। ଯାହାର କାରଣ ଆଜି ମଧ୍ୟ ଅସ୍ପଷ୍ଟ। ସେହିପରି ଏକ ଅଜବ ବହି ଦେଖିବାକୁ ମିଳିଛି ଇଂଲଣ୍ଡରେ। ଯାହାକୁ...

ସୂର୍ଯ୍ୟଙ୍କ ତୃତୀୟ ମନ୍ଦିର

ଓଡ଼ିଶାର ଉପାସନା ଧାରା ପ୍ରାଚୀନକାଳରୁ ସାଂସ୍କୃତିକ ସଂହତିର ମାଧ୍ୟମ ହୋଇ ରହିଆସିଛି। ଆମର ମହାଜନମାନେ ଶ୍ରୀବିଷ୍ଣୁଙ୍କର ଚାରି ଆୟୁଧକୁ ନେଇ ଚାରୋଟି କ୍ଷେତ୍ର କରିଥିଲେ। ଏହି...

କୁଟାକାଠି ଯୋଗାଡ କରି ଏମିତି ବସା ନିର୍ମାଣ କଲା ପକ୍ଷୀ: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ପଶୁ ଏବଂ ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ବସା ତିଆରି କରିବାକୁ ବହୁ ସଂଘର୍ଷ କରିବାକୁ ପଡେ। ପକ୍ଷୀମାନେ ସେମାନଙ୍କର ଅଣ୍ଡା ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା...

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ...

ସାହିତ୍ୟ ଖେଳପଡ଼ିଆ ନୁହେଁ

ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଲେଖିକା ଯଶୋଧାରା ମିଶ୍ର। ୧୯୫୧ ମସିହାରେ ସମ୍ବଲପୁରରେ ଜନ୍ମିତ ଏହି ସାହିତ୍ୟ ସାଧିକା ପେସାରେ ଥିଲେ ଇଂରାଜୀ ପ୍ରାଧ୍ୟାପିକା। ଓଡ଼ିଆ,...

ପ୍ରେମ ପାଇଁ ଦିନଟିଏ…

ପ୍ରେମ ଶାଶ୍ୱତ, ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି...

Advertisement
Archives

Model This Week