Posted inଜାତୀୟ

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଭୋଟଗଣତି ଜାରି ରହିଥିଲାବେଳେ କେତେକ ଆସନର ଫଳାଫଳ ପ୍ରକାଶ ପାଇଛି। ୫୧ ଆସନରୁ ଭାଜପା ଏବଂ ଏହାର ସହଯୋଗୀ ଦଳକୁ ୨୬ ଆସନ ମିଳିଥିଲାବେଳେ କଂଗ୍ରେସ ୧୨ ଆସନରେ ବିଜୟୀ ହୋଇଛି। ଦୁଇ ଲୋକସଭା ଆସନକୁ ଏଲ୍‌ଜେପି ଏବଂ ଏନ୍‌ସିପି ବଜାୟ ରଖିଛନ୍ତି। ବିହାରର ସମସ୍ତିପୁର ଲୋକ ସଭା ଉପନିର୍ବାଚନରେ ଏଲ୍‌ଜେପି ବିଜୟୀ ହୋଇଛି। ଏଲ୍‌ଜେପିର ପ୍ରିନ୍ସ ରାଜ୍‌ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାରଙ୍କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ସେହିପରି ମହାରାଷ୍ଟ୍ରର ସତାରା ଲୋକ ସଭା ଆସନ ଉପନିର୍ବାଚନ ଫଳାଫଳ ଘୋଷଣା ହୋଇ ନ ଥିଲେ ହେଁ ସେଠାରେ ଏନ୍‌ସିପି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଭାଜପା ଟିକେଟରେ ଲଢ଼ୁଥିବା ପୂର୍ବତନ ଏନ୍‌ସିପି ଏମ୍‌ପି ଉଦୟନରାଜେ ଭୋଁସଲେ ଏନ୍‌ସିପି ପ୍ରାର୍ଥୀ ଶ୍ରୀନିବାସ ପାଟିଲଙ୍କଠାରୁ ୮୫୦୦୦ ଭୋଟ ପଛରେ ଥିବା ଜଣାପଡିଛି।
ଉତ୍ତରପ୍ରଦେଶର ୧୧ ଆସନରେ ଉପନିର୍ବାଚନ ହୋଇଥିଲାବେଳେ ସେଥିରୁ ୭ଟି ଭାଜପା ଦଖଲକୁ ଯାଇଛି। ସେଗୁଡିକ ହେଲା ଗଙ୍ଗୋହ, ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ, ଇଗ୍‌ଲାସ, ମାନିକପୁର, ବଲାହ ଏବଂ ଗୋବିନ୍ଦ ନଗର ଆସନ। ସମାଜବାଦୀ ପାର୍ଟି ଜାଇଦପୁର, ଜଲାଲାପୁର ଓ ରାମପୁର ଆସନ ଦଖଲ କରିଛି। ପ୍ରତାପଗଡ ଆସନରେ ଭାଜପା ସହଯୋଗୀ ଅପ୍‌ନା ଦଳର ପ୍ରାର୍ଥୀ ରାଜକୁମାର ପାଲ ବିଜୟୀ ହୋଇଛନ୍ତି। ଜାଇଦପୁର ଆସନକୁ ଏସ୍‌ପି ଶାସକ ଦଳ ଭାଜପାଠାରୁ ଛଡାଇନେଇଛି। ବିହାରର ୫ ବିଧାନସଭା ଆସନ ମଧ୍ୟରୁ ଆରଜେଡି ୨ଟିରେ ଜିତିଥିଲାବେଳେ ଜେଡିୟୁ, ଏଆଇଏମ୍‌ଆଇଏମ୍‌ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନ ଦଖଲ କରିଛନ୍ତି। ସେହିପରି ଗୁଜରାଟର ୬ ଆସନରୁ ଭାଜପା ୩ ଓ କଂଗ୍ରେସ ୩ ଆସନରେ ବିଜୟୀ ହୋଇଛନ୍ତି।
ମଧ୍ୟପ୍ରଦେଶର ଝାବୁଆ ଆସନରେ କଂଗ୍ରେସର କାନ୍ତିଲାଲ ଭୁରିଆ ଭାଜପା ପ୍ରାର୍ଥୀ ଭାନୁ ଭୁରିଆଙ୍କୁ ୨୭,୮୦୦ରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ତାମିଲନାଡୁର ବିକ୍ରାବନ୍ଦୀ ଓ ନଙ୍ଗୁନେରି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଏଆଇଏଡିଏମ୍‌କେ ବାଜିମାତ୍‌ କରିଛି। ବିକ୍ରାବନ୍ଦୀ ଆସନରୁ ଏଆଇଏଡିଏମ୍‌କେରେ ଏମ୍‌.ଆର୍‌. ମୁଥାମିଝ୍‌ସେଲଭାନ୍‌ ଏବଂ ନଙ୍ଗୁନେରିରୁ ଭି. ନାରାୟଣନ୍‌ ବିଜୟୀ ହୋଇଛନ୍ତି। ସେହିପରି ରାଜସ୍ଥାନ ଉପନିର୍ବାଚନରେ କଂଗ୍ରେସ ମଣ୍ଡଓ୍ବା ଆସନରେ ବିଜୟୀ ହୋଇଥିଲାବେଳେ ଆର୍‌ଏଲ୍‌ପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି) ଖିନ୍‌ସାର ଆସନ ବଜାୟ ରଖିଛି। ପଞ୍ଜାବର ୪ ବିଧାନସଭା ଆସନରୁ କଂଗ୍ରେସ ୩ଟିରେ ଓ ଅକାଳୀ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛି। ଏପରିକି ସୁଖବୀର ସିଂ ବାଦଲଙ୍କ ଜଲାଲାବାଦ ଆସନ ମଧ୍ୟ କଂଗ୍ରେସ ହାତକୁ ଯାଇଛି। ଓଡ଼ିଶାର ବିଜେପୁର ଆସନକୁ ବିଜେଡି ପୁନଃଦଖଲ କରିଛି। ଏଠାରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୯୭ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ହିମାଚଳପ୍ରଦେଶରେ ଭାଜପାକୁ ସଫଳତା ମିଳିଛି। ଏଠାର ଧର୍ମଶାଳା ଓ ପଛାଡ୍‌ ଆସନରେ ଯଥାକ୍ରମେ ଭାଜପା ପ୍ରାର୍ଥୀ ବିଶାଲ ନେହରିଆ ଏବଂ ରୀନା କାଶ୍ୟପ ବିଜୟୀ ହୋଇଛନ୍ତି।
ଆସାମ ବିଧାନସଭା ଉପନିର୍ବାଚନରେ ଭାଜପା ଗୋଟିଏ ଆସନରେ ବିଜୟୀ ହୋଇଥିଲାବେଳେ ଅନ୍ୟ ଦୁଇଟି ଆସନରେ ଆଗରେ ରହିଛି। ଅନ୍ୟପକ୍ଷରେ ଗୋଟିଏ ଆସନରେ ଅଲ୍‌ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌) ଆଗରେ ଥିବା ଜଣାପଡିଛି। ରତାବାରି ଆସନରେ ଭାଜପା ପ୍ରାର୍ଥୀ ବିଜୟ ମାଲାକାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କେଶବ ପ୍ରସାଦ ରଜକଙ୍କୁ ୨୪ ହଜାର ଭୋଟରେ ପରାଜିତ କରିଛନ୍ତି। ସିକିମ୍‌ରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓରଫ ପି.ଏସ. ଗୋଲେ ଉପନିର୍ବାଚନରେ ୮୯୫୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ପକଲୋକ କମ୍‌ରାଙ୍ଗ ଆସନରୁ ଲଢ଼ୁଥିଲେ। ସିକିମ୍‌ରେ ଭାଜପାକୁ ଦୁଇଟି ଆସନ ମିଳିଛି। ମେଘାଳୟର ଶେଲା ଆସନରେ ୟୁଡିପି ପ୍ରାର୍ଥୀ ବାଲାଜିଏଦ୍‌ କୁପାର ସାଇନ୍‌ରେମ୍‌ ବିଜୟୀ ହୋଇଛନ୍ତି। ଗୁଜରାଟରେ ଭାଜପାକୁ ଝଟକା ଲାଗିଛି। ସେଠାର ରାଧାନପୁର ବିଧାନସଭା ଆସନରେ ଓବିସି ନେତା ତଥା ଭାଜପା ପ୍ରାର୍ଥୀ ଅଳ୍ପେଶ ଠାକୁର କଂଗ୍ରେସ ପ୍ରାର୍ଥୀ ରଘୁଭାଇ ଦେଶାଇଙ୍କଠାରୁ ୩୫୦୦ ଭୋଟରେ ପରାଜିତ ହୋଇଛନ୍ତି। ସେହିପରି ବୟାଦ ଆସନରେ ଭାଜପା ପ୍ରାର୍ଥୀ ଧବଳସିଂ ଝାଲା ମଧ୍ୟ ପରାଜିତ ହୋଇଛନ୍ତି। ଛତିଶଗଡ଼ର ଶାସକ କଂଗ୍ରେସ ଦଳ ଚିତ୍ରକୋଟ ବିଧାନସଭା ଆସନରେ ବିଜୟୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମା ମାଳିନୀଙ୍କ ଗାଲ ସହ ସଡକକୁ ତୁଳନା କରି କ୍ଷମା ମାଗିଲେ ମନ୍ତ୍ରୀ

ମୁମ୍ବାଇ,୨୦।୧୨: ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲ ଜଲଗାଓଁ ଜିଲାର ସଡକକୁ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ସହ ତୁଳନା କରିବା...

ଦେଶରେ ୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୪ ନୂଆ...

ବୁଦ୍ଧି ଶିଖିଲେ ଓଲି: ଅପଲୋଡ୍‌ କଲେ ନେପାଳର ପୁରୁଣା ମାନଚିତ୍ର

ନୂଆଦିଲ୍ଲୀ, ୨୪।୧୦: ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ବୁଦ୍ଧି ଶିଖିଛନ୍ତି। ଚାଇନା ସହିତ ବନ୍ଧୁତା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ର’ ମୁଖ୍ୟ...

ଫିଟ୍‌ ହେଲା ଗୋଟିଏ ଟ୍ରାକ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଭୟାନକ ଟ୍ରେନ୍‌ ଦୁର୍ଘଟଣାର ସ୍ଥିତି ସଜାଡ଼ିବାରେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ତେବେ...

ସମୁଦ୍ରରେ ୨୪ ଘଣ୍ଟା: ଗଣେଶଙ୍କ ମୂର୍ତ୍ତି ଯୋଗୁ ବଞ୍ଚିଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ…

ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ...

ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଲେ ମମତା

ଭୁବନେଶ୍ୱର,୬।୬(ବ୍ୟୁରୋ) ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ମମତା...

କୋଭିଶିଲ୍ଡ ପରେ କୋଭାକ୍ସିନ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୧: ଭାରତର ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଶୁକ୍ରବାର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକାକୁ ଅନୁମୋଦନ ଲାଗି ସୁପାରିସ କରିବା ପରେ...

ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୮।୧୦: ସୁପ୍ରିମକୋର୍ଟ ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ...

Advertisement
Archives

Model This Week