ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଲାଠୁପଡା ଗ୍ରାମର ମଙ୍ଗଳ ଏକ୍କା ପୁଅର ବିବାହ ଭୋଜି ଶୁକ୍ରବାର ଆୟୋଜନ କରିଥିଲେ। ଗାଁ ଲୋକଙ୍କ ସହ ବିଭିନ୍ନ ଅଞ୍ଚଳରୁ ଲୋକେ ଓ ବନ୍ଧୁବାନ୍ଧବ ବହୁ ସଂଖ୍ୟାରେ ଆସିଥିଲେ। ପୂର୍ବାହ୍ନରେ ମଙ୍ଗଳ ଏକ୍କାଙ୍କ ଘରେ ତିଆରି କରାଯାଇଥିବା ସେଉ,ବୁନ୍ଦି ଆଦି ଜଳଖିଆ ଖାଇଥିଲେ। ସରବତ ପିଇଥିଲେ। କିଛି ସମୟ ପରେ ଛୋଟପିଲା ଓ ବୟସ୍କ ଲୋକଙ୍କ ପେଟ କାଟି ଝାଡାବାନ୍ତି ହୋଇଥିଲା। ସେମାନଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା। ମଧ୍ୟାହ୍ନଭୋଜନ ପରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ସନ୍ଧ୍ୟା ସୁଦ୍ଧା ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ଲୋକଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କେତେକ ଘରୋଇ ଡ଼ାକ୍ତରଖାନା ଓ କୁତ୍ରାରେ ଚିକିତ୍ସିତ ହେଉଛନ୍ତି। ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଡାକ୍ତର ଜଗଦୀଶ ଚନ୍ଦ୍ର ଟପ୍ପୋଙ୍କ ନେତୃତ୍ୱରେ ଡାକ୍ତରୀଦଳ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଖାଦ୍ୟ ଅପମିଶ୍ରଣ ହୋଇଥିବାରୁ ଏପରି ହୋଇଥିବା କୁହାଯାଉଛି।

ରାଜଗାଙ୍ଗପୁର ଅଞ୍ଚଳରେ ଅପମିଶ୍ରିତ ତେଲ ଓ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ। ଫଳରେ ଅପମିଶ୍ରିତ ତେଲ ବିବାହ ଭୋଜିରେ ବ୍ୟବହାର ହୋଇଥିବାରୁ ଏପରି ହୋଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଲଖନପୁର,୧୩।୭(ଡି.ଏନ୍‌.ଏ.) – ଝାରସୁଗୁଡ଼ା ରେଙ୍ଗାଲି ଥାନା କଦମ୍ବଘାଟ ପାହାଡ଼ରୁ ଶନିବାର ପୋଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ର ହେଲେ...

ତାମିଲନାଡୁରେ ଫସି ରହିଛନ୍ତି ୨୫ରୁ ଅଧିକ ଯୁବତୀ

ସମ୍ବଲପୁର, ୨୮।୩ (ବ୍ୟୁରୋ):ସମ୍ବଲପୁରର ଜିଲାର କୁଚିଣ୍ଡା, ଜମନକିରା, ଯୁଯୁମୁରା ଓ ବଲାଙ୍ଗୀର ଜିଲାର ପ୍ରାୟ ୨୫ଜଣ ଯୁବତୀ ତାମିଲନାଡୁରେ ଫସି ରହିଛନ୍ତି । ଲକ୍‌ ଡାଉନ...

ଝାରସୁଗୁଡ଼ାରେ ନବ ଦାସ ଆଗୁଆ

ଲଖନପୁର,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗୁଆ ରହିଛନ୍ତି। ନବ ୧୮୨୭୯ ଭୋଟ ପାଇଥିବାବେଳେ...

ସପକ୍ଷବାଦୀ-ବିପକ୍ଷବାଦୀ ଛକାପଞ୍ଝା

ସମ୍ବଲପୁର,୭।୯(ବ୍ୟୁରୋ): ସମ୍ବଲପୁର ଜିଲାରେ ବନ୍ଦ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସେପ୍ଟେମ୍ବର ୭ରେ...

ସମ୍ବଲପୁରରେ ପୋଲିସ ଉପରକୁ ପଥରମାଡ଼, ୧୦ରୁ ଊର୍ଦ୍ଧ୍ୱ ଆହତ

ସମ୍ବଲପୁର,୧୨ା୪(ବ୍ୟୁରୋ): ସମ୍ବଲପୁରର ଧନୁପାଲି ଛକରେ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ରାଲିରେ ପଥର ମାଡ଼ ହୋଇଛି। ଅନ୍ୟଏକ ଗୋଷ୍ଠୀର ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ୱ ପୋଲିସ...

ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍‌

ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ...

ହାତୀ ଆକ୍ରମଣରେ ବୃଦ୍ଧା ସଙ୍କଟାପନ୍ନ

କେସିଙ୍ଗା/ସେରଗଡ଼,୩୦।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ତେର୍ଲୋ ଗ୍ରାମର ଜଣେ ବୃଦ୍ଧା ଗୁରୁବାର ସକାଳ ସାଢ଼େ ୬ଟାରେ ନିକଟସ୍ଥ ଜଙ୍ଗଲକୁ ମହୁଲ ଫଳ (ଟୋଳ)...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

ସମ୍ବଲପୁର,୯।୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଆମଲିପାଲ୍ଲୀ ନିକଟସ୍ଥ ଜଙ୍ଗଲରୁ ମଙ୍ଗଳବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବନ୍ୟପ୍ରାଣୀ ଶିକାର ପାଇଁ ବିଛା...

Advertisement
Archives

Model This Week