ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ  ବଳାତ୍କାର:ଜେଲ ଗଲେ ପ୍ରେମିକ

ଗଣିଆ,୨୩।୮(ଡି.ଏନ.ଏ.)-ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ନୟାଗଡ ଜିଲା ଗଣିଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଖଣ୍ଡପଡା ବ୍ଲକ ଗଡିଆସାହି ଫାଣ୍ଡି ସେରଜଙ୍ଗ ଗ୍ରାମର ଗୋପୀନାଥ ବିଶ୍ୱାଳ(୩୦)ା ତାଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା

ପୋଲିସ ସୂତ୍ରରୁ ପ୍ରକାଶ, ଗଣିଆ ଥାନା ଅଞ୍ଚଳର ଜଣେ ଯୁବତୀ(୨୨)ଙ୍କ ସହ ଗୋପୀନାଥଙ୍କ ଗତ ୧ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା ା କିଛିଦିନ ତଳେ ଯୁବତୀ ଜଣଙ୍କ ନିଜ ସାଙ୍ଗମାନଙ୍କ ସହ କଳାପାଟ ପୀଠ ପରିସରକୁ ବଣଭୋଜି କରିବାକୁ ଆସିଥିଲେ ା ବଣଭୋଜିସ୍ଥଳକୁ ଯୁବତୀ ପ୍ରେମିକ ଗୋପୀନାଥଙ୍କୁ ଫୋନ ଯୋଗେ ଡାକିଥିଲେ । ଭୋଜି ସରିବା ପରେ ସମସ୍ତେ ଘରକୁ ଫେରିଯାଇଥିବା ବେଳେ ଗୋପୀନାଥ ସଂପୃକ୍ତ ଯୁବତୀଙ୍କୁ ଘରେ ଛାଡିଦେବା ପାଇଁ କହିଥିଲେ। ପରେ ଗୋପୀନାଥ ଯୁବତୀଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ବିବାହର ପ୍ରଲୋଭନ ଦେଖାଇ ବଳାକତ୍ାର କରିଥିଲେ ା ଯୁବତୀ ଜଣଙ୍କ ବହୁବାର ବିବାହ କରିବାକୁ ଜିଦ୍‌ ଧରିଥିଲେ ମଧ୍ୟ ଚତୁରତାର ସହ ଗୋପୀନାଥ ଏଡାଇ ଚାଲିଥଲେ। ଶେଷରେ ନିରୁପାୟ ହୋଇ ସମ୍ପୃକ୍ତା ଯୁବତୀ ଜଣଙ୍କ ଗତ ୨୦ତାରିଖରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ା ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଏନେଇ ନଂ ୩୧/୧୯ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଗୁରୁବାର ସକାଳୁ ଗୋପୀନାଥଙ୍କୁ ତାଙ୍କ ନିଜ ଗ୍ରାମ ସେରଜଙ୍ଗରୁ ଗିରଫ କରିଥିଲେ ା ପରେ ଉଭୟଙ୍କୁ ଡାକ୍ତରୀମାଇନା କରିବା ପରେ ଗୋପୀନାଥଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ଭିଏତନାମ ଯୁଦ୍ଧ କଥା ମନେପକାଇ ଆମେରିକାକୁ ଘେରିଲା ଇରାନ, କହିଲା ‘ବିଜୟର ମିଥ୍ୟା ଦାବି କରିବା ବନ୍ଦ କର…’

ତେହରାନ୍‌,୨୧।୩: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ମନ୍ତବ୍ୟ…

ମଧ୍ୟପ୍ରାଚ୍ୟ ଅଭିମୁଖେ ୟୁଏସ୍‌ଏସ୍‌ ଟ୍ରିପୋଲି

ଓ୍ବାଶିଂଟନ,୨୧ା୩: ଆମେରିକା ନୌସେନା ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ଟ୍ରିପୋଲି ମଧ୍ୟପ୍ରାଚ୍ୟ ଅଭିମୁଖେ ଅଗ୍ରସର ହେଉଛି। ଏଥିରେ ୨,୨୦୦ ସୈନ୍ୟ ରହିଥିବାରୁ ଉକ୍ତ ଅଞ୍ଚଳରେ ଆମେରିକା ଅଧିକ ସେନା ନିୟୋଜିତ…

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri