ବିବାହର ୬ବର୍ଷ ପରେ ନିର୍ଯାତନା : ନ୍ୟାୟ ପାଇଁ ଢେଙ୍କାନାଳରେ ପଶ୍ଚିମବଙ୍ଗ ମହିଳା

ଢେଙ୍କାନାଳ ଅଫିସ, ୩୦।୬ – ବିବାହର ୫ବର୍ଷ ପରେ ପଶ୍ଚିମବଙ୍ଗର ଜଣେ ମହିଳା ସ୍ବାମୀଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ନ୍ୟାୟ ପାଇଁ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ସହାୟତାରେ ଶନିବାର ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍‌ସଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିବାକୁ ପୀଡ଼ିତା ଦାବି କରିଛନ୍ତି।
ପଶ୍ଚିମବଙ୍ଗର ଦକ୍ଷିଣ ଚବିଶପ୍ରଗଣା ଜିଲା ଅନ୍ତର୍ଗତ ଠାକୁରପୁକାର ଥାନା ଅଞ୍ଚଳର ସମ୍ପୃକ୍ତା ମହିଳା ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ୨୦୧୩ ଜୁନ୍‌ ୨୨ରେ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ କଲିକତାରେ ରେଜିଷ୍ଟ୍ରୀ ବିବାହ କରିଥିଲେ। ଦୀର୍ଘ ୬ବର୍ଷ ହେଲା ସେମାନେ ସ୍ତ୍ରୀସ୍ବାମୀ ଭାବେ ଚଳୁଥିଲେ। ଏପରି କି ଯୁବକ ଜଣକ ତାଙ୍କୁ ନିଜ ଘରକୁ ଆଣିଥିଲେ। ଏହାପରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରେ ଥିବା ଏକ ହୋଟେଲରେ ରଖିଥିଲେ। ୬ବର୍ଷ ମଧ୍ୟରେ ସ୍ବାମୀ ୧୭ଥର ଗର୍ଭପାତ କରିଛନ୍ତି, ଯାହାର ରିପୋର୍ଟ ମହିଳାଙ୍କ ନିକଟରେ ରହିଛି। ଏପରି କି ତାଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଅଧିକାଂଶ ସମୟରେ ଶାରୀରିକ, ମାନସିକ ନିର୍ଯାତନା ଦେଉଥିଲେ। ଏସବୁ ଭିତରେ ଜୁନ୍‌ ୧୫ରେ ସ୍ବାମୀ ହଠାତ୍‌ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ଶାଶୁ ଘର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ସ୍ବାମୀ ୨ୟ ବିବାହ କରିସାରିଥିବା ସେମାନେ ସୂଚନା ଦେଇଥିଲେ। ସ୍ବାମୀଙ୍କ ଗଁାକୁ ଯାଇ ଖୋଜାଖୋଜି କରି ସେ ନିରାଶ ହୋଇଛନ୍ତି। ଢେଙ୍କାନାଳ ରେଳଷ୍ଟେଶନରେ ତାଙ୍କୁ ଅନେକ ସମୟରେ ଭୋଗ ଉପାସରେ ଅସହାୟ ଅବସ୍ଥାରେ ରହିବାକୁ ପଡ଼ିଛି। ଭାଷା ଜାଣି ନ ଥିବାରୁ ସେ ହିନସ୍ତା ହେଉଛନ୍ତି। ଶନିବାର ଅନ୍ତର୍ଜାତୀୟ ମାନବ ଅଧିକାର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସସ୍ମିତା ଦାସଙ୍କ ସହାୟତାରେ ନିର୍ଯାତିତା ମହିଳା ଜଣକ ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି।
ଏ ନେଇ ଏସ୍‌ପି କୁହନ୍ତି, ଅଭିଯୋଗକାରିଣୀ ବିବାହର ସମସ୍ତ ପ୍ରମାଣପତ୍ର ଦେଖାଉଛନ୍ତି। ଉକ୍ତ କାଗଜପତ୍ରରେ କେତେ ସତ୍ୟତା ରହିଛି, ତାହାର ବିଧିବଦ୍ଧ ତଦନ୍ତ କରାଯିବ। ଏବେ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଗ୍ରାମରେ ନାହାନ୍ତି। ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri