Posted inଜାତୀୟ

ବିଫଳତାରୁ ଧ୍ୟାନ ହଟାଇବାକୁ ଉଦ୍ୟମ

ନୂଆଦିଲ୍ଲୀ,୭ା୧୨(ପି.ଟି.): କୌଣସି ପରିସ୍ଥିତିରେ ବି ପୋଲିସ ଭିଡ଼ହିଂସାକାରୀ ଉତ୍ତ୍ୟକ୍ତ ଲୋକଙ୍କ ଭଳି କାର୍ଯ୍ୟ କରିପାରିବ ନାହିଁ ବୋଲି ଅଧିକାର କର୍ମୀମାନେ କହିଛନ୍ତି। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏନ୍‌କାଉଣ୍ଟର ଏକ ଉଦ୍ୟମ ବୋଲି ସେମାନେ ମତ ଦେଇଛନ୍ତି। ଏହା ନ୍ୟାୟ ନୁହେଁ, ପୋଲିସ, ବିଚାର ବିଭାଗ, ସରକାରଙ୍କ ଉତ୍ତରଦାୟିତ୍ୱ ଦାବିକୁ ବନ୍ଦ କରିଦେବା ଲାଗି ଏକ ଚାଲ୍‌ ବୋଲି ଅଲ୍‌ ଇଣ୍ଡିଆ ପ୍ରୋଗ୍ରେସିଭ୍‌ ଓ୍ବମେନ୍ସ ଆସୋସିଏଶନର ସମ୍ପାଦକ କବିତା କ୍ରିଷ୍ଣନ କହିଛନ୍ତି। ମାନବାଧିକାର ସଂଗଠନଗୁଡ଼ିକ ଏହାକୁ ଆଇନ ବହିର୍ଭୂତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଏନ୍‌କାଉଣ୍ଟର କରିଥିବା ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବାକୁ ସେମାନେ ଦାବି କରିଛନ୍ତି। ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପିପୁଲ୍ସ ୟୁନିୟନ ଫର ସିଭିଲ ଲିବର୍ଟିଜ୍‌ (ପିୟୁସିଏଲ୍‌) କହିଛି। ସରକାରଙ୍କ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହା ଏକ ଉଦ୍ୟମ ବୋଲି ଭାରତୀୟ ମହିଳା ଜାତୀୟ ମହାସଂଘ (ଏନ୍‌ଏଫ୍‌ଆଇଡବ୍ଲ୍ୟୁ)ର ସାଧାରଣ ସମ୍ପାଦକ ଆନି ରାଜା କହିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏନ୍‌କାଉଣ୍ଟର ଆଦୌ ଗ୍ରହଣୀୟ ନୁହେଁ ବୋଲି ଆଇନଜୀବୀ ତଥା ଅଧିକାର କର୍ମୀ ବୃନ୍ଦା ଗ୍ରୋଭର କହିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଲୋକଙ୍କ ଧ୍ୟାନ ହଟାଇବା ଲାଗି ଏହା ସରକାରଙ୍କ ଉଦ୍ୟମ ବୋଲି ମାନବାଧିକାର କର୍ମୀ ଶବନମ୍‌ ହାଶମି କହିଛନ୍ତି। ସେହିପରି ଜାତୀୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଲଲିଥା କୁମାରମଙ୍ଗଳମ୍‌ କହିଛନ୍ତି, ବର୍ବରତାପୂର୍ଣ୍ଣ ଗଣବଳାତ୍କାରକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବାବେଳେ ଏନ୍‌କାଉଣ୍ଟର ଘଟଣାରେ ଲୋକେ ବିନା ବିଚାରରେ ପ୍ରତିକ୍ରିୟା ଦେଉଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ୍‌। ଏଭଳି ହେଲେ ଦେଶରେ ଭିଡ଼ହିଂସା ନ୍ୟାୟକୁ ଜନ୍ମଦେବ। ଆଇନକୁ ଲୋକଙ୍କ ହାତକୁ ଟେକିଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri