Posted inଖେଳ

ବିଫଳତାକୁ ଗ୍ରହଣ କରିବାର କଳା ଶିକ୍ଷା କରିଛି: ସାମସନ

ନୂଆଦିଲ୍ଲୀ,୬।୫(ପି.ଟି.): ଗତ ଦୁଇବର୍ଷ ମଧ୍ୟରେ ବିଫଳତା ବହୁତ କିଛି ଶିଖାଇଛି। ବିଫଳତାରୁ କିଛି ଶିକ୍ଷା କରିବାର କଳା ହାସଲ କରିଛି ବୋଲି କେରଳର ୨୫ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ କହିଛନ୍ତି। ସେ ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟର ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଆଶାନୁରୂପ ସଫଳତା ହାସଲ କରିପାରି ନାହାନ୍ତି। ଗତ ୫ ବର୍ଷ ମଧ୍ୟରେ ସେ ମାତ୍ର ୪ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।
ନିଜର ସାମର୍ଥ୍ୟକୁ ବୁଝିବାରେ ସଫଳ ହୋଇଛି ଓ ବିଫଳତାକୁ ଗ୍ରହଣ କରିବା ଓ ଏଥିରୁ ଶିକ୍ଷା କରିବାରେ ସମର୍ଥ ହୋଇଛି। ନିଜର ଭାବପ୍ରବଣତାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସଫଳ ହୋଇଛି। ମହେନ୍ଦ୍ର ସିଂ ଧୋନୀଙ୍କଠାରୁ ବହୁତ କିଛି ଶିକ୍ଷା କରିବାରେ ସମର୍ଥ ହୋଇଛି ବୋଲି ସେ କହିଛନ୍ତି। କିଛିଦିନ ତଳେ ସାମସନ ଭାରତୀୟ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ଭାବେ ବଡ଼କଥା। ଦଳରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି। ତେଣୁ ଭାରତୀୟ ଦଳ ସହ ମୋର ସୁନ୍ଦର ଅଭିଜ୍ଞତା ରହିଛି। କୋହଲି ଓ ରୋହିତଙ୍କ ଭଳି ଖେଳାଳି ମୋତେ ବିଶ୍ୱାସକୁ ନେବା ମଧ୍ୟ ଏକ ବଡ଼ କଥା।
ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସହିତ ମଧ୍ୟ ମୋର ସମ୍ପର୍କ ବେଶ୍‌ ଭଲ ରହିଛି। କ୍ରିକେଟକୁ ନେଇ ତାଙ୍କ ଅଭିଜ୍ଞତା ଓ ଚିନ୍ତାଧାରା ଉଚ୍ଚକୋଟୀର। ତାଙ୍କ ନେତୃତ୍ୱରେ ଆଇପିଏଲ୍‌ ଖେଳିବାର ଅଭିଜ୍ଞାତ ମଧ୍ୟ ବେଶ୍‌ ଭଲ ରହିଛି। ଧୋନୀ ମୋର ଆଦର୍ଶ ଖେଳାଳି। ତେବେ ଜୋସ ବଟଲରଙ୍କ ଖେଳ ମୋତେ ପ୍ରଭାବିତ କରିଛି। ରାଜସ୍ଥାନ ରୟାଲ୍ସ ତରଫରୁ ସେ ଖେଳିଥାନ୍ତି ଓ ତାଙ୍କ ବ୍ୟାଟିଂକୁ ଉପଭୋଗ କରିଛି। ସେ ସବୁବେଳେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିଥାନ୍ତି ବୋଲି ସାମସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର ୧୩/୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri