ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟି, ତାର: ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଓ୍ବେସ୍କୋ

ରାଉରକେଲା ଅଫିସ, ୨୪।୨- ଷ୍ଟିଲ ସିଟି ସ୍ମାର୍ଟ ସିଟି ମାନ୍ୟତା ପାଇଲା। ହେଲେ ରାଉରକେଲାରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଯେମିତିକୁ ସେମିତି ପୁରୁଣାକାଳିଆ ଢଙ୍ଗରେ ଚାଲିଛି। ସହରର ଅଧିକାଂଶ ସ୍ଥାନରେ ଏବେ ବି ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟି ଓ ତାରଗୁଡ଼ିକ ରହିଛି। ସ୍ଥାନେ ସ୍ଥାନେ ଖୁଣ୍ଟିଗୁଡ଼ିକ ଏଭଳି ଭଗ୍ନ ଅବସ୍ଥାରେ ରହିଛି ଯେ, ସାଧାରଣ ବର୍ଷା ପବନରେ ବି ଭାଙ୍ଗି ପଡ଼ିବା ଆଶଙ୍କା ରହିଛି। ଓ୍ବେସ୍କୋ ବିପଦକୁ ଆମନ୍ତ୍ରଣ କରୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।
ସ୍ମାର୍ଟ ସିଟି ମାନ୍ୟତା ପରେ ସହରର ପରିବ୍ୟାପ୍ତ ଅଞ୍ଚଳ ମଧ୍ୟରୁ ରିଙ୍ଗରୋଡ଼, ବ୍ଲକ୍‌ଅଞ୍ଚଳର କେତେକ ସ୍ଥାନ, ସେକ୍ଟର ଏବଂ ବସ୍ତି ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକ ଭଙ୍ଗାଦଦରା ଅବସ୍ଥାରେ ଥିବାରୁ ଓ ତାରଗୁଡ଼ିକ ଜାଲପରି ଛନ୍ଦିହୋଇ ଓହଳି ଥିବାରୁ ଏହି ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେହିଭଳି ମଧୁସୂଦନ ନଗର, ଭବାନୀପୁର ଅଞ୍ଚଳରେ ମଧ୍ୟ ବିଦ୍ୟୁତ ଖୁଣ୍ଟଗୁଡ଼ିକର ଅବସ୍ଥା ଶୋଚନୀୟ ରହିଛି। କେବଳ ଏହିସବୁ ଅଞ୍ଚଳ ନୁହେଁ, ଅଧିକାଂଶ ସ୍ଥାନରେ ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟି ଅତି ଦୟନୀୟ ଅବସ୍ଥାରେ ଅଛି। ସେହିଭଳି ଲୁହା ବିଦ୍ୟୁତ୍‌ ଖୁଣ୍ଟର ଅବସ୍ଥା ମଧ୍ୟ ଶୋଚନୀୟ। ଏଗୁଡ଼ିକ କଦବା କେତେବେଳେ ମରାମତି କରାଯାଏ। ନଚେତ୍‌ ସେମିତି ବର୍ଷବର୍ଷ ଧରି ଭଙ୍ଗାଦଦରା ଅବସ୍ଥାରେ ରହିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସହରର ଗୋପବନ୍ଧୁପାଲି ଅଞ୍ଚଳର ବାସିନ୍ଦା ଏ ବିଷୟରେ ସ୍ଥାନୀୟ ଓ୍ବେସ୍କୋ ଅଫିସରେ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ଫଳକିଛି ହୋଇନାହିଁ।
ଖାଲୁଆ ବା ତଳି ଅଞ୍ଚଳରେ ଅଧିକାଂଶ ବିଦ୍ୟୁତ୍‌ ଖୁଣ୍ଟ ମୂଳରେ ବର୍ଷା ଦିନେ ପାଣି ଜମାହୋଇ ରହେ। ଏହା ଖୁଣ୍ଟକୁ ଦୁର୍ବଳ କରେ। ଖୁଣ୍ଟମୂଳ କଳଙ୍କି ଲାଗି ଲୁହା ଗୁଣ୍ଡ ଖୁଣ୍ଟରୁ ଖସି ଦୁର୍ବଳ କରେ। ଏହି କାରଣରୁ ଅଧିକାଂଶ ସ୍ଥାନରେ ଖୁଣ୍ଟି ଅତି ଦୁର୍ବଳ ହୋଇରହିଛି। ଟିମ୍ବର କଲୋନୀର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକ ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ସାଧାରଣ ବର୍ଷା ହେଲେ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି। ଛେଣ୍ଡ କଲୋନୀ, ଡ଼େଲିମାର୍କେଟ, ଗୋପବନ୍ଧୁପାଲି ଭଳି ଅନେକ ଅଞ୍ଚଳରେ ଥିବା ଖୁଣ୍ଟିଗୁଡ଼ିକ ଆଜକୁ ୧୦ ବର୍ଷ ହେଲା ପରିବର୍ତ୍ତନ ହୋଇନାହିଁ। ଛେଣ୍ଡ ଅଞ୍ଚଳର ବାସିନ୍ଦା ପୁନୀତ ଗୋଏଲଙ୍କ ଅଭିଯୋଗ ଅନୁଯାୟୀ ସେଠାରେ ଥିବା ଖୁଣ୍ଟିଗୁଡ଼ିକ ଅତି ଦୟନୀୟ ଅବସ୍ଥାରେ ଅଛି। ଏପରିକି କେତେକ ସିମେଣ୍ଟ ଖୁଣ୍ଟିରୁ ଲୁହାତାର ଖଣ୍ଡ ବାହାରିପଡ଼ିଲାଣି। ସହରରେ ଲୋକସଂଖ୍ୟା ଦ୍ରୁତ ବଢୁଥିବାରୁ ଏହି ଦୁର୍ବଳ ଖୁଣ୍ଟିଗୁଡ଼ିକ ଭାଙ୍ଗିପଡ଼ି ବଡ଼ଧରଣର କ୍ଷତି ଘଟାଇବାର ସମ୍ଭାବନା ରହିଛି। ଓ୍ବେସ୍କୋର ଅଧିକାରୀମାନେ ବିଦ୍ୟୁତ୍‌ ଖୁଣ୍ଟି ଦୁର୍ବଳ ଅବସ୍ଥାରେ ଥିବା ଜାଣିଛନ୍ତି ବୋଲି ସ୍ବୀକାର କରିଛନ୍ତି। ତଥାପି ଏ ବିଷୟରେ କିଛି ପ୍ରତିକାର କରୁ ନ ଥିବା ଗୋଏଲ ଅଭିଯୋଗ କରିଛନ୍ତି। ଏନେଇ ଜଣେ ଓ୍ବେସ୍କୋ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଖୁଣ୍ଟି ମିଳୁଛି। କିନ୍ତୁ ଚାହିଦା ଅଧିକ ଥିବାରୁ ସବୁ ଅଞ୍ଚଳକୁ ଯୋଗାଇ ହେଉନି। ଏହା ବ୍ୟତୀତ କର୍ମଚାରୀ କମ ରହିଛନ୍ତି। ତେଣୁ ସବୁ ସ୍ଥାନରେ ଖୁଣ୍ଟି ପରିବର୍ତ୍ତନ ହୋଇପାରୁ ନାହିଁ ବୋଲି କହିଛନ୍ତି। କେବଳ ଉପରିସ୍ଥ ଅଧିକାରୀ ନୁହେଁ, ବିଭାଗର ସେକ୍‌ସନ ଅଧିକାରୀମାନେ ନିଜ ଅଞ୍ଚଳରେ ଥିବା ବିଦ୍ୟୁତ୍‌ ସମସ୍ୟାଗୁଡ଼ିକ ଖୋଜି ବାହାର କରିବା ସହ ତାହାର ମରାମତି କରିପାରିବେ। ନୂଆଖୁଣ୍ଟିଗୁଡ଼ିକ ମଞ୍ଜୁର ହୋଇଛି। କିଛି ମାସ ମଧ୍ୟରେ ଲାଗିବ ବୋଲି ଅଧିକାରୀ କହିଛନ୍ତି। ସେହିଭଳି କେଶବ ପଣ୍ଡା ନାମକ ସାମାଜିକ କର୍ମୀ କହନ୍ତି, ବିଦ୍ୟୁତ୍‌ ତାରଗୁଡ଼ିକ ସବୁସ୍ଥାନରେ କେବୁଲ ଭିତରେ ମାଟି ତଳେ ଗଲେ ଭଲ ହେବ। ତାର ଛିଣ୍ଡିବା ଭୟ ନ ଥିବ। ମାଟିତଳେ ତ୍ରୁଟି ବାହାରିଲେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମରାମତି କରାଯାଇପାରିବ। ବ୍ରହ୍ମପୁରରେ ବିଦ୍ୟୁତ୍‌ ତାର ବସରେ ଲାଗି ଏକ ବଡ଼ ଦୁର୍ଘଟଣା ଘଟିବା ପରେ ମଧ୍ୟ ବିଭାଗର ଚେତାପଶୁ ନାହିଁ। ସତେ ଯେମିତି ଓ୍ବେସ୍କୋ ଆଉ ଏକ ବଡ଼ଦୁର୍ଘଟଣାକୁ ଅପେକ୍ଷା କରିଛି କି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ରାଉରକେଲା ସହରର ୧୩୦ଟି ବସ୍ତି ଅଞ୍ଚଳରେ ୪୫ବର୍ଷ ଧରି ବିଦ୍ୟୁତ୍‌ ତାର ମରାମତି ହୋଇନାହିଁ। ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପ୍ରତିକାର କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri