ବିନା କାରଣରେ ୪ ଦିନ ବନ୍ଦ ରହିଲା ଇଫ୍‌କୋର ସାର ପରିବହନ

ପାରାଦୀପ,୫ା୯(ସ୍ବ.ପ୍ର.): ରାଜନୈତିକ ସ୍ବାର୍ଥ ପାଇଁ କିପରି ଚାଷୀ, ଶିଳ୍ପସଂସ୍ଥା ଓ ପ୍ରଶାସନ ବଳିପଡ଼ନ୍ତି ତାର ଦୃଷ୍ଟାନ୍ତ ପାରାଦୀପରେ ଦେଖିବାକୁ ମିଳିଛି। କୌଣସି କାରଣ ନ ଥାଇ ୪ ଦିନ ଇଫ୍‌କୋ କମ୍ପାନୀର ଉତ୍ପାଦିତ ସାର ପରିବହନ ବନ୍ଦ ରହିଲା। ଫଳରେ ଚାଷୀଙ୍କ ନିକଟକରେ ସାର ପହଞ୍ଚତ୍ବାରେ ବାଧା ଉପୁଜିଥିଲା। କାହଁକି ବନ୍ଦ ହୋଇଛି ତା’ର କାରଣ କମ୍ପାନୀ, ପ୍ରଶାସନ, ଗଣମାଧ୍ୟମ, କିମ୍ବା କମ୍ପାନୀ ସହ ସଂଯୁକ୍ତ ୟୁନିୟନ୍‌ ମଧ୍ୟ ଜାଣି ନ ଥିଲା। ବୁଧବାର ପରିସ୍ଥିତି ଜଣାପଡିବା ପରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାରୁ ସାର ପରିବହନ ସ୍ବାଭାବିକ ହୋଇଛି। ୧୦ ପ୍ଲାଟୁନ୍‌ ଫୋର୍ସ ଓ ୪ଜଣ ମାଜିଷ୍ଟ୍ରେଟ ଯାଇ ଏହାର ତଦନ୍ତ କରିଥିଲେ। ପ୍ରଶାସନର ଏପରି ପ୍ରତିହତକାରୀ ବ୍ୟବସ୍ଥା ଦେଖି ଯେଉଁମାନେ ବନ୍ଦ କରିଥିଲେ ସେମାନେ ବିନା ସର୍ତ୍ତରେ ପରିବହନ ପାଇଁ ରାଜି ହୋଇଥିଲେ। ସନ୍ଧ୍ୟା ୭ଟା ସୁଦ୍ଧା ଇଫ୍‌କୋର ସାର ପରିବହନ ପୂର୍ବବତ ହୋଇଛି।
ପ୍ରକାଶ ଯେ, ଇଫ୍‌କୋର କାରଖାନାଠାରୁ ରଙ୍ଗିଆଗଡ ରେଳଷ୍ଟେସନ ପର୍ଯ୍ୟନ୍ତ ସାର ପରିବହନ ହୁଏ। ରେଳରେ ସେହି ସାର ବିଭିନ୍ନ ରାଜ୍ୟକୁ ଯାଇଥାଏ। ସାର ପରିବହନ କାମ ଦୀର୍ଘ ବର୍ଷ ହେଲା କଳିଙ୍ଗ ଟ୍ରାନ୍ସପୋର୍ଟ ନାମକ ସଂସ୍ଥା କରୁଥିଲା। ଉକ୍ତ ସଂସ୍ଥାର ମୁଖ୍ୟ ଥିଲେ ସ୍ଥାନୀୟ ପୂର୍ବତନ ବିଧାୟକ ଦାମୋଦର ରାଉତ ଓ ଖୋର୍ଦ୍ଧାର ଜଣେ ବିଧାୟକ। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ଦାମଙ୍କୁ ଦଳରୁ ବହିଷ୍କାର କରିବା ପରେ ପରିସ୍ଥିତି ବଦଳିଗଲା। ଅର୍ଥାତ୍‌ ଅକ୍ଟୋବରରୁ ପିପିଏଲ୍‌ (ପାରାଦୀପ ପରିବହନ ପ୍ରାଇଭେଟ୍‌ ଲିମିଟେଡ୍‌) ନାମକ ସଂସ୍ଥା ଏହି ପରିବହନ କରୁଛି। ଗତ ରବିବାରୁ ହଠାତ୍‌ ପରିବହନରେ ନିୟୋଜିତ ଚାଳକ ଗାଡି ବନ୍ଦ କରିଦେଲେ। କାରଣ ସମ୍ପର୍କରେ କାହାକୁ କିଛି ଅଭିଯୋଗ ନାହିଁ। କମ୍ପାନୀ ଓ ପରିବହନକାରୀ ସଂସ୍ଥା ପିପିଏଲ୍‌ ଖୋଳତାଡ଼ କରିବାରେ କେତେକ ଚାଳକ କହିଥିଲେ, ପୁରୁଣା ଟ୍ରାନ୍ସପୋର୍ଟ ସଂସ୍ଥାର ଦେଖାଶୁଣା କରୁଥିବା ବ୍ୟକ୍ତି ଆମକୁ ପରିବହନ ବନ୍ଦ କରିବାକୁ କହିଥିଲେ। ଏହି ଖବର ରାଜ୍ୟ ନେତୃତ୍ୱଙ୍କ ପାଖରେ ପହଞ୍ଚତ୍ବା ପରେ ନିର୍ଦ୍ଦେଶ ଆସିଲା ସ୍ଥିତି ସ୍ବାଭାବିକ କରିବା ପାଇଁ। ଜିଲା ପ୍ରଶାସନ ବ୍ୟାପକ ଫୋର୍ସ ସହ କାରଖାନାରେ ପହଞ୍ଚତ୍ବା ପରେ ବନ୍ଦ କରିଥିବା ଚାଳକମାନେ ଆସି ଗାଡି ଚଳାଇବେ ବୋଲି କହିଥିଲେ। ଘଟଣାର ସମାଧାନ କରୁଥିବା ପ୍ରଶାସନିକ ଅଧିକାରୀ ଏଡିଏମ୍‌ କାହ୍ନୁଚରଣ ଧୀର ଏ ସମ୍ପର୍କରେ କହିଛନ୍ତି, ଯେଉଁ ଚାଳକମାନେ ବନ୍ଦ କରିଥିଲେ ସେମାନେ ନିଃସର୍ତ୍ତ ଆସି କାମ କରିଛନ୍ତି। ପ୍ରଶାସନ ପକ୍ଷରୁ ବିକଳ୍ପ ଚାଳକ ଓ ପରିବହନ ବ୍ୟବସ୍ଥା କରାଯାଇଥିଲା। ଚାଳକ ଏହି କାମ ପାଇଁ ମାସିକ ୫୦ରୁ ୬୦ ହଜାର ଟଙ୍କା ଦରମା ପାଉଛନ୍ତି। ତାଙ୍କର କିଛି ଦାବି ନାହିଁ। ଘଟଣା ସମାଧାନ କରାଯାଇଛି। ଆଗକୁ ଯଦି ସେଭଳି କିଛି କରିବେ ସେମାନେ ସବୁଦିନ ପାଇଁ ଚାକିରି ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri