Posted inଗଜପତି

ବିନାନୁମତିରେ ଗଜପତିରେ ପଶିପାରିବେନି ଆନ୍ଧ୍ର ଲୋକେ

କାଶୀନଗର ,୧୧ା୫(ଡି.ଏନ.ଏ.)- ଗଜପତି ଜିଲାରେ ଥିବା ଓଡ଼ିଶାର ବହୁ ଅଞ୍ଚଳର ସୀମା ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଆନ୍ଧ୍ରର କରୋନା ପ୍ରଭାବିତ ଅଞ୍ଚଳରୁ କେତେଜଣ ଲୋକ ଲୁଚିଛପି, ଗଳାବାଟ ଦେଇ ଗଜପତି ଜିଲା ଭିତରକୁ ପଶି ଆସୁଛନ୍ତି । ତେଣୁ ଆନ୍ଧ୍ରର କୌଣସି ବ୍ୟକ୍ତି ବିନାନୁମତିରେ ଗଜପତି ଆସିପାରିବେ ନାହିଁ ବୋଲି ଜିଲାପାଳ ନିର୍ଦ୍ଦେଶ ଜାରି କରିଥିବା ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ ଶାନ୍ତିସ୍ବରୂପ ମିଶ୍ର କହିଛନ୍ତି। ତେବେ ଯେଉଁମାନେ ଆନ୍ଧ୍ରରୁ ଗଜପତିକୁ ଆସିବେ ସେମାନେ ଆଗରୁ ଅନୁମତି ନେଇଥିଲେ କେରେଡା ଓ ଗିରିସୋଲା ଦେଇ ଆସିପାରିବେ। ଉଲ୍ଲିଖିତ ସ୍ଥାନର ଗେଟ୍‌ରେ ସେମାନଙ୍କର ରେଜିଷ୍ଟ୍ରେଶନ ଓ ପାସ୍‌ ଯାଞ୍ଚ କରାଯିବ ା ଫର୍ମାଲ ସ୍କ୍ରିନିଂ କରାଯାଇ ସେମାନଙ୍କୁ ଟ୍ରାଞ୍ଜିଟ୍‌ ପାସ୍‌ ପ୍ରଦାନ କରାଯିବ। ଗିରିସୋଲାରୁ ଆସିବାକୁ ଚାହୁଁଥିବା ଲୋକଙ୍କୁ ହାଡୁଭାଙ୍ଗି ଗେଟ୍‌ ଦେଇ ଆସିବାକୁ ହେବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚେନ୍ନାଇ ଓ ଆନ୍ଧ୍ରରୁ ଆସିବାକୁ ଥିବା ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧରେ ରଖିବା ଲାଗି ପ୍ରଶାସନ ପକ୍ଷରୁ ଖାରଡା, ଶିଆଳି ଓ ଅଲଡାଠାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ସୋମବାର ସନ୍ଧ୍ୟାରେ ଜିଲାପାଳ ଅନୁପମ ଶାହା ଓ ଏସପି ସାରା ଶର୍ମା ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?