ବିଧାନସଭା ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଆଲୋଚନା: ଡାକ୍ତର ଅଭାବ ଦୂର ପାଇଁ ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାଁରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ କରାଯାଇଛି। ହେଲେ ସେଠାରେ ସାମାନ୍ୟତମ ଚିକିତ୍ସା ସୁବିଧା କରା ନ ଯାଇ ଗରିବ ରୋଗୀଙ୍କୁ କଟକ ରେଫର କରିଦିଆଯାଉଛି। ଆର୍ଥିକ ଅବସ୍ଥା ଭଲ ନ ଥିବା କାରଣରୁ ସେମାନେ କଟକ ଆସି ହୀନସ୍ତା ହେଉଥିବା କଂଗ୍ରେସ ସଭ୍ୟ ପ୍ରଶ୍ନକାଳରେ କହିଛନ୍ତି।
ତାରା କହିଛନ୍ତି ଯେ, କୋରାପୁଟ ଜିଲାର ବହୁ ପିଏଚ୍‌ସି, ସିଏଚ୍‌ସିରେ ଡାକ୍ତର ଅଭାବ ରହିଛି। ନିକଟରେ ବିଶାଖାପାଟଣା ଯାଇଥିବା ଜଣେ ଗରିବ ଲୋକ ୩ ଲକ୍ଷ ଟଙ୍କା ଦେଇ ନ ପାରିବାରୁ ହଇରାଣ ହେଲା। କୋରାପୁଟ ଜିଲାପାଳ ସେଠାକାର ସ୍ଥାନୀୟ କଲେକ୍ଟରଙ୍କ ସହ କଥା ହେଲେ, ମାତ୍ର କୌଣସି ସୁଫଳ ମିଳିଲାନାହିଁ। ତେଣୁ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ତାରା କହିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ନବ ଦାସ କହିଥିଲେ ଯେ, ଜୟପୁର ବିଧାୟକଙ୍କ ଦ୍ୱାରା ଅଣାଯାଇଥିବା ସମସ୍ତ ବିଷୟକୁ ଧ୍ୟାନ ଦିଆଯିବ। ନିକଟ ଭବିଷ୍ୟତରେ କୋରାପୁଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯିବ। ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ କିଛିବର୍ଷ ମଧ୍ୟରେ ଡାକ୍ତର ଅଭାବ ରହିବ ନାହିଁ। ପିଏଚ୍‌ସି ଏବଂ ସିଏଚ୍‌ସି ସମ୍ପର୍କରେ ଜିଲାୱାରି ସମୀକ୍ଷା ହେବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ। ଏହାପରେ ସନ୍ତୋଷ ସିଂ ସାଲୁଜା କଳିଙ୍ଗ ହସ୍ପିଟାଲ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବଲାଙ୍ଗୀର ଏବଂ କଣ୍ଟାବାଞ୍ଜି ଅଞ୍ଚଳରେ ଥିବା ପିଏଚ୍‌ସି, ସିଏଚ୍‌ସିରେ ଡାକ୍ତର ଅଭାବ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏମ୍ସକୁ ଆସି ହଇରାଣ ହେଉଥିବା ରୋଗୀଙ୍କ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। କେବଳ କଳିଙ୍ଗ ହସ୍ପିଟାଲର ଓଏସ୍‌ଟିଏଫ୍‌ କାଟିଦେଲେ ହେବନାହିଁ। ଏମିତିରେ କଳିଙ୍ଗ ହସ୍ପିଟାଲକୁ ବିଶେଷ ଓଏସ୍‌ଟିଏଫ ପାଣ୍ଠି ଦିଆଯାଇନାହିଁ। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସୁର ଦାବି କରିଥିଲେ। ଏଥିସହିତ ଏମ୍ସରେ ଦେଖାଯାଉଥିବା ସମସ୍ୟାର ଦୂର ପାଇଁ ନିର୍ଦ୍ଦେଶକଙ୍କୁ ଡାକି ତୁରନ୍ତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ ଦାସ ମଧ୍ୟ ଏଥିରେ ସକାରାତ୍ମକ ଉତ୍ତର ପ୍ରଦାନ କରିଥିଲେ। ଏଥିସହିତ ପ୍ରାଥମିକ ଭାବେ କଳିଙ୍ଗ ହସ୍ପିଟାଲର ଓଏସ୍‌ଟିଏଫ୍‌ କଟାଯାଇଛି। ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯାଉଥିବା ମନ୍ତ୍ରୀ ଉତ୍ତର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ):କିଛି ମାସ ପରେ ପୁଣି କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଚାଇନାରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ କରୋନା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ରାତି ପାହିଲେ ଭୋଟ୍‌ ଗଣତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବା ।...

କ୍ୟାମେରା ସ୍କାନରରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୨୯ା୯: ଏଣିକି ସହରରେ ଆଉ ଅଳିଆ ପଡ଼ିବ ନାହିଁ କି ଟ୍ରାଫିକ୍‌ ସମସ୍ୟାରେ ଲୋକମାନେ ଦହଗଞ୍ଜ ହେବେ ନାହିଁ। ସେହିଭଳି ଅପରାଧୀମାନେ ମଧ୍ୟ...

ମହୋଦଧିରେ ଶ୍ରୀଶ୍ରୀ ଦାଦାଙ୍କ ଅସ୍ଥି ବିସର୍ଜନ

ପୁରୀ ଅଫିସ,୫ା୬:  ମହୋଦଧିରେ ରବିବାର ‘ସତ୍‌ସଙ୍ଗ’ର ପୂର୍ବତନ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା(ଅଶୋକ ଚକ୍ରବର୍ତ୍ତୀ)ଙ୍କ ଅସ୍ଥି ବିସର୍ଜନ ତାଙ୍କର କନିଷ୍ଠପୁତ୍ର ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବିଙ୍କିଦା)ଙ୍କ...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କରୋନା ପଜିଟିଭ୍‌

ଭୁବନେଶ୍ୱର,୯।୧୦(ବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩ଜଣ ଥିବା ବେଳେ ୩୬ ଲୋକାଲ କେସ୍‌...

ରଥକାଠ ପାଇଁ ଗଛ କଟା ଅନୁକୂଳ: ଜାନୁୟାରୀ ୬ରେ ନୟାଗଡ଼ ଯିବେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୨୫ା୧୨:ଆସନ୍ତା ରଥଯାତ୍ରା ପାଇଁ ସଜବାଜ ହେଲାଣି ଶ୍ରୀମନ୍ଦିର। ପରମ୍ପରା ଅନୁଯାୟୀ, ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ପରେ ରଥ...

ଜୟଦେବ ଯେନାଙ୍କୁ କରୋନା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଜୟଦେବ ଯେନା କରୋନାରେ ସଂକ୍ରମିତ ହୋଇଛନ୍ତି। କୋଭିଡ-୧୯ ପରୀକ୍ଷାରେ ତାଙ୍କର ପଜିଟିଭ୍‌ ଆସିଛି। ଏନେଇ ଦଳୀୟ କାର୍ଯ୍ୟାଳୟ...

ସ୍ନାନଯାତ୍ରା ନେଇ ମୁଖ୍ୟ ପ୍ରଶାସକ, ଜିଲାପାଳଙ୍କ ସମୀକ୍ଷା

ପୁରୀ ଅଫିସ,୩୦ା୫: ଜୁନ ୪ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଫଳରେ ଶ୍ରୀମନ୍ଦିର ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି...

Advertisement
Archives

Model This Week