ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ନରସିଂହ: କହିବାକୁ ନ ଦେବାରୁ ବିରୋଧୀଙ୍କ ହଟ୍ଟଗୋଳ, ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମହାନଦୀ ଜଳବିବାଦ ପ୍ରସଙ୍ଗ ଶାନ୍ତ ପଡ଼ିବା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି ଯେ, ଗତ ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ଅଧିବେଶନରେ ମହାନଦୀ ଜଳ ବିବାଦକୁ ନେଇ ଶାସକ ଦଳ ଗୃହକୁ ଓଠାଉଥିଲେ ପକାଉଥିଲେ। ମାତ୍ର ଚଳିତ ଅଧିବେଶନରେ କେନ୍ଦ୍ର କଥା ଆଉ ଉଠାଉନାହାନ୍ତି। ଏ ବିଷୟରେ ପୂରା ଚୁପ୍‌ ହୋଇଯାଇଛନ୍ତି। ମହାନଦୀରେ ବର୍ଷକୁ ଚାରିମାସ ପାଣି ଆସୁଛି। ଖରାଦିନେ ଯେତିକି ପାଣି ଆସିବା କଥା ତାହା ଆସୁନାହିଁ। ସମୁଦ୍ର ପାଣି ନଦୀକୁ ପଶି ଆସୁଛି। ମହାନଦୀରୁ ପାଣି ନ ଗଲେ ସମୁଦ୍ରରୁ ଲୁଣିପାଣି ନଦୀକୁ ପଶିଆସିବ। ମହାନଦୀ ଜଳ ବିବାଦର ବର୍ତ୍ତମାନ ସ୍ଥିତି କ’ଣ। ଟ୍ରିବ୍ୟୁନାଲରେ ଏହା କେତେଦୂର ଯାଇଛି। ତୁରନ୍ତ ଏହା ଗୃହକୁ ଜଣାନ୍ତୁ ବୋଲି ନରସିଂହ ଦାବି କରିଛନ୍ତି। ଏଥିସହ ସେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ଅଡିଟ୍‌ ରିପୋର୍ଟ ଗୃହରେ ଉପସ୍ଥାପନ କରିବା ଲାଗି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦ୍ରବ୍ୟ ଓ ସେବା ଟିକସ ବିଲ୍‌ ଗୃହରେ ଗୃହୀତ କରିବା ପୂର୍ବରୁ ଏ ବିଷୟରେ ଭଲ ଭାବେ ଆଲୋଚନା ହେବା ଆବଶ୍ୟକ ବୋଲି ନରସିଂହ କହିଛନ୍ତି।
ଶୂନ୍ୟକାଳରେ ବିରୋଧୀ ଭାଜପା ସଦସ୍ୟଙ୍କୁ କହିବାକୁ ସୁଯୋଗ ନ ମିଳିବାରୁ ପ୍ରବଳ ହଟ୍ଟଗୋଳ କରିଥିଲେ। ଏପରିକି ଗୃହର ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ। ପାଟିତୁଣ୍ଡ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଓ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ନିଗମର ୨୦୧୯-୨୦ ବାର୍ଷିକ ରିପୋର୍ଟ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଓଡ଼ିଶା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ କହିଥିଲେ। ଏଥିସହ ଜିଏସ୍‌ଟି ବିଲ-୨୦୧୯କୁ ଗୃହରେ ଆଗତ କରିବା ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କହିଥିଲେ। ପାଟିତୁଣ୍ଡକୁ ଦେଖି ଉପବାଚସ୍ପତି ଗୃହକୁ ୧୨.୦୭ରୁ ବୁଧବାର ୧୦.୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ: ୨ ଘଣ୍ଟା ଆନ୍ଦୋଳନ ପାଇଁ ରୋଗୀ ହୀନସ୍ତା

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓଏମ୍‌ଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସକାଳ ୯ଟାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ...

ଭେନେଜୁଏଲାରେ ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ୩୨ ଅଧିକାରୀ ମୃତ; ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ବିବୃତ୍ତି ଜାରି କଲେ କ୍ୟୁବା ସରକାର

ହାଭାନା,୫।୧: ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ୩୨ କ୍ୟୁବା ସାମରିକ ଏବଂ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। କ୍ୟୁବା ସରକାର ରବିବାର (ଜାନୁଆରୀ ୪, ୨୦୨୬)...

ଖଇଗାଁ ଦର ଆକାଶଛୁଆଁ: ନଈମଝିକୁ ଯାଇ ଡଙ୍ଗିରେ ଜାଲ ପକାଇ ଧରୁଛନ୍ତି ଧୀବର

ମହାକାଳପଡ଼ା,୫।୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ମହାନଦୀ ସଂଲଗ୍ନ ବନ୍ତନାଶି କନ୍ଧା ମୁହାଣଠାରେ ଖଇଙ୍ଗା ମାଛ ଧରିବାକୁ ଡଙ୍ଗିରେ...

ଆସୁ ଆସୁ ଆକ୍ସନ ମୋଡ୍‌ରେ ଅନୁ ଗର୍ଗ: ନିଯୁକ୍ତି ପ୍ରକ୍ରିୟାକୁ ନେଇ କହିଲେ…

ଭୁବନେଶ୍ୱର,୫ା୧(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଯେଉଁ ଅର୍ଥ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମ ବାବଦରେ ରଖାଯାଉଛି ତାହାକୁ ତ୍ୱରିତ ଭାବରେ ଖର୍ଚ୍ଚ କର। ଏହାସହିତ ଇଂଲିଶ...

ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ; ଗୋଡ଼କୁ ପିଟି ବାଡ଼ି ଭାଙ୍ଗିଲେ, ପ୍ଲାସରେ ନଖ ବାହାର କରି…..

ନୂଆଦିଲ୍ଲୀ,୫।୧: ଉତ୍ତର ପ୍ରଦେଶର ଆଗ୍ରାର ଛତା ଥାନା ଅଞ୍ଚଳର ଜୀବନୀ ମଣ୍ଡି ପୋଲିସ ପୋଷ୍ଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି...

ଖୋର୍ଦ୍ଧାରେ ଜଣ୍ଡିସ୍‌ ଆତଙ୍କ: ଅନୁଧ୍ୟାନ ପାଇଁ ଗଲା ଜନସ୍ବାସ୍ଥ୍ୟ ଟିମ୍‌

ଭୁବନେଶ୍ୱର/ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ପରେ ଭୁବନେଶ୍ୱରରୁ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍‌ ବିଦ୍ୟାଳୟକୁ ଯାଇଛନ୍ତି। ଏନେଇ...

ଦୁଇ ଝିଅ ପରେ ପୁଣିଥରେ ପିତା ହେଲେ Ambati Rayudu

ନୂଆଦିଲ୍ଲୀ,୫।୧: ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ ଅମ୍ବାତି ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପାଲ୍ଲି ବିଦ୍ୟା ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି।...

ସ୍ବାସ୍ଥ୍ୟସେବାରେ ଅପହଞ୍ଚ ୩୧୬ ଗାଁ: ବୋଟ-ବାଇକ୍‌ ଆମ୍ବୁଲାନ୍ସ ହିଁ ସାହା ଭରସା

ଭବାନୀପାଟଣା,୫।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାକୁ ଆକାଂକ୍ଷୀ ଜିଲାଭାବେ ସରକାର ଚୟନ କରିଛନ୍ତି। ତେବେ ପଛୁଆ ଅଞ୍ଚଳର ସାମୂହିକ ବିକାଶ ସହିତ ଲୋକଙ୍କ ଖାଦ୍ୟ ସୁରକ୍ଷା, ପରିବହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri