ବିଧାନସଭାରେ ନୂଆ ମନ୍ତ୍ରୀ ହଟହଟା: ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେଉନାହାନ୍ତି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ବିଜେଡି ସରକାରର ପଞ୍ଚମ ପାଳିରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦବୀ ମିଳିଛି। ତେବେ ନୂଆ କରି ବିଧାନସଭାକୁ ନିର୍ବାଚିତ ହୋଇଥିବା ଓ ମନ୍ତ୍ରୀ ପଦବୀ ପାଇଥିବା ସଦସ୍ୟଙ୍କୁ ହଟହଟା ହେବାକୁ ପଡ଼ିଛି। ଉକ୍ତ ମନ୍ତ୍ରୀମାନେ ବିଧାନସଭାରେ ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେଉନାହାନ୍ତି। ଶନିବାର ବିଧାନସଭାରେ ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ହସ୍ତତନ୍ତ, ବୟନଶିଳ୍ପ, ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଧାନସଭାରେ ଉତ୍ତର ଦେଇ ନ ପାରି ହନ୍ତସନ୍ତ ହୋଇଛନ୍ତି।

କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ହସ୍ତତନ୍ତ,ବୟନଶିଳ୍ପ ବିଭାଗ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କଠାରୁ ଉତ୍ତର ଚାହିଁଥିଲେ। କେଉଁ କେଉଁ ସ୍ଥାନରେ କେଉଁ ପ୍ରକାର ହସ୍ତଶିଳ୍ପ ହେଉଛି, କେତେଜଣ କାରିଗର କାର୍ଯ୍ୟରତ ଅଛନ୍ତି, ସରକାର ଏହି ଶିଳ୍ପର ପ୍ରଚାର ଏବଂ ପ୍ରସାର ଲାଗି କ’ଣ ପଦକ୍ଷେପ ନେଉଛନ୍ତି, ୨୦୧୯ ଆର୍ଥିକ ବର୍ଷରେ କେଉଁ ଜିଲାର କେଉଁ ସଂସ୍ଥାକୁ କେତେ ଟଙ୍କା ଋଣ ଦିଆଯାଇଛି ବୋଲି ସେ ପଚାରିଥିଲେ। ମନ୍ତ୍ରୀ ଲେଖା ଉତ୍ତର ପଢ଼ି ଜଣାଇଥିଲେ ଯେ, ରାଜ୍ୟରେ ୫୦ ପ୍ରକାର ହସ୍ତଶିଳ୍ପ ରହିଛି। ୧ଲକ୍ଷ ୨୯ହଜାର ୯୫୮ଜଣ କାରିଗର କାର୍ଯ୍ୟ କରୁଛନ୍ତି। ହସ୍ତଶିଳ୍ପର ପ୍ରଚାର, ପ୍ରସାର ଏବଂ ବ୍ୟବସାୟ ଲାଗି ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟକ୍ତିବିଶେଷଙ୍କୁ ବ୍ୟାଙ୍କ ସହାୟତାରେ ଋଣ ଯୋଗାଇ ଦିଆଯାଇଛି। ମୂଳ ପ୍ରଶ୍ନକର୍ତ୍ତା ସୁରେଶ କୁମାର ରାଉତରାୟ ରାଜ୍ୟର ବିଭିନ୍ନ ଜିଲାରେ ହସ୍ତଶିଳ୍ପୀଙ୍କୁ ଉତ୍ସାହିତ କରିବା ଲାଗି କି’ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ବିଜେଡି ସଭ୍ୟ ଭୁପିନ୍ଦର ସିଂ ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟଗୁଡ଼ିକୁ ବିକ୍ରି ଲାଗି କି’ ବ୍ୟବସ୍ଥା କରାଯାଇଛି ବୋଲି ପଚାରିଥିଲେ। ତେବେ ମନ୍ତ୍ରୀ ଏହାର କୌଣସି ଉତ୍ତର ଦେଇପାରି ନ ଥିଲେ। ପରେ ତଥ୍ୟ ଦେଇଦେବେ ବୋଲି କହିଥିଲେ। ବାଚସ୍ପତି ଏହି ପ୍ରଶ୍ନକୁ ଆଗକୁ ନ ବଢ଼ାଇ ମୂଳ ପ୍ରଶ୍ନକର୍ତ୍ତାଙ୍କୁ ଆଉ କ’ଣ ପଚାରିବେ ବୋଲି କହିଥିଲେ। ସୁରେଶ କହିଥିଲେ, ଆଉ କ’ଣ ପଚାରିବି। ପଇସାପତ୍ର ଦେଇ ଶିଳ୍ପୀଙ୍କୁ ଉତ୍ସାହିତ କରନ୍ତୁ।

ଭାଜପା ସଭ୍ୟ ମୋହନ ଚରଣ ମାଝିଙ୍କ ପ୍ରଶ୍ନରେ ହସ୍ତଶିଳ୍ପ ମନ୍ତ୍ରୀଙ୍କୁ ପୁଣିଥରେ ଅନୁରୂପ ଅବସ୍ଥା ଭୋଗିବାକୁ ପଡ଼ିଥିଲା। ସେ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନ ଥିଲେ। ଫଳରେ ବାଚସ୍ପତି ସେହି ପ୍ରଶ୍ନକୁ ସେଠାରେ ସମାପ୍ତ କରି ଅନ୍ୟ ପ୍ରଶ୍ନ ଉପରକୁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri