ବିଦ୍ୟୁତ୍‌ ସମସ୍ୟାରୁ ମୁକୁଳିବେ ୬ ହଜାର ଉପଭୋକ୍ତା

ଖଇରା,୧୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ପଞ୍ଚାୟତବାସୀ ଦୀର୍ଘଦିନ ଧରି ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ୨ଦିନ ତଳେ ନୂଆ ଷ୍ଟ୍ରକଚର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଓଡିଏସ୍‌ଏସ୍‌ପି ମାଧ୍ୟମରେ ପଞ୍ଚାୟତର ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଥିବା ୬ ଗ୍ରାମବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଷ୍ଟ୍ରକଚର ପ୍ରତିଷ୍ଠା ପାଇଁ ସାରୁଗାଁ ହାକୁଣ୍ଡ ପୋଖରୀ ନିକଟରେ ଭୂମିପୂଜା କରାଯାଇଛି ା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାର ଶିଳାନ୍ୟାସ କରିଥିବା ବେଳେ ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ଯୁବନେତା ଗୌତମ ରାଉତ, ସମିତିସଭ୍ୟା ପ୍ରତିନିଧି ଜିତେନ୍ଦ୍ର ବେହେରା, ଔପଦା ଫିଡରର କନିଷ୍ଠଯନ୍ତ୍ରୀ ସତୀଶ ଦାସ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ା ଓପିଟିଏଲ(ଓଡିଶା ପାୱାର ଟ୍ରାନ୍ସମିଶନ ଲିମିଟେଡ) ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ରେ ୩୩କେଭି ଲାଇନରେ ୫ଏମଭିର ୨ଟି ପାୱାର ଟ୍ରାନ୍ସଫର୍ମର ବସାଯିବାର ଯୋଜନା ରହିଛି ା ପଞ୍ଚାୟତର ସାରୁଗାଁ ଚନ୍ଦ୍ରାଟିକିରି, ବୁଢାଗଡିଆ, ଫଗୁଣା, ସମସରପୁର, ଦହିପୁର ଓ ସରସତିଆ ସିଧାସଳଖ ଉପକୃତ ହେବେ ଏବଂ ଗଣ୍ଡିବେଡ ଲାଇନରେ ଅନ୍ୟାନ୍ୟ ଗ୍ରାମଗୁଡିକ ମଧ୍ୟ ଏଥିରୁ ଉପକୃତ ହେବେ ଏବଂ ଏହି ପ୍ରକଳ୍ପ ପାଇଁ ୭କୋଟି ଟଙ୍କା ବ୍ୟୟ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି ା ଏହାଛଡା ଏହି ପଞ୍ଚାୟତର ମହାରାସାହି ଗ୍ରାମର ୪୫ ପରିବାରକୁ ଲୋ ଭୋଲଟେଜ ସମସ୍ୟାରୁ ମୁକ୍ତ କରିବାକୁ ବିଧାୟକ ପାଣିଗ୍ରାହୀ ଏଲଟି ଲାଇନରେ ଏକ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri