ବ୍ରହ୍ମପୁର ଅଫିସ,୬ା୨-ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ବିତରକ ସଂସ୍ଥାଗୁଡ଼ିକ ଜୋରସର ପ୍ରୟାସ ଚଳାଇଛନ୍ତି। ସେଥିପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଗତ ସୋମବାରରୁ ଶୁଣାଣି ଆରମ୍ଭ କରିଛନ୍ତି। ଏବେ ପ୍ରତି ୟୁନିଟ ପିଛା ଘରୋଇ ବ୍ୟବହାର ଲାଗି ୨ ଟଙ୍କା ୫୦ ପଇସା ଧାର୍ଯ୍ୟ କରି ସାଧାରଣ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା ବେଳେ ପୁଣି ଶୁଳ୍କ ବୃଦ୍ଧି ନ କରିବା ଲାଗି ଗଞ୍ଜାମ ଜିଲା କଂଗ୍ରେସ ଦାବି କରିଛି। ଓଇଆରସି ଶୁଣାଣି ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସରକାର ଯଦି ପରିବଣ୍ଟନ ସଂସ୍ଥାଗୁନିକୁ ସୁହାଇଲା ଭଳି ନିଷ୍ପତ୍ତି ନେଲେ ଏହାର ପ୍ରତିବାଦରେ ଉପଭୋକ୍ତାଙ୍କୁ ମେଳି କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଭଳି ରାଜ୍ୟ ବିଜେଡି ସରକାର ପ୍ରତି ମାସରେ ୨ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବାକୁ ଦାବି କରାଯାଇଛି। ଗଞ୍ଜାମ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପୀତବାସ ପଣ୍ଡା କହିଛନ୍ତି, ବିତରକ ସଂସ୍ଥାଗୁଡ଼ିକ ବିଦ୍ୟୁତ୍ ଦର ବଢ଼ାଇବା ନିମନ୍ତେ ଦୀର୍ଘଦିନରୁ ଚକ୍ରାନ୍ତ ଚଳାଇଛନ୍ତି। ଗତବର୍ଷ ଶୁଳ୍କ ବଢ଼ାଇବା ଲାଗି ବିଭିନ୍ନ ଭାବରେ ଉଦ୍ୟମ କରାଯାଇଥିଲା। କଂଗ୍ରେସ ସମେତ ବାମପନ୍ଥୀ ଦଳ ବିରୋଧ କରିବାରୁ ଏବଂ ୨୦୧୯ ନିର୍ବାଚନ ବର୍ଷ ଥିବାରୁ ସରକାର ରାଜି ହୋଇ ନ ଥିଲେ। ବିଧାସଭା ଓ ଲୋକ ସଭା ନିର୍ବାଚନ ସରିଥିବା ଏବଂ ପୌର ନିର୍ବାଚନ ସମ୍ଭାବନା ନ ଥିବାରୁ ଓଇଆରସି ଦ୍ୱାରା ଶୁଣାଣି ଚଳାଇଛନ୍ତି। ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଶୁଣାଣି ଚାଲିବାର କାର୍ଯ୍ୟକ୍ରମ ରଖାଯାଇଛି। ୟୁନିଟ ପିଛା ଆସନ୍ତା ଆର୍ଥିକ ବର୍ଷରୁ ୨୬ ପଇସା ବଢ଼ାଇବାକୁ ଓପିଜିସି (ଓଡ଼ିଶା ପାୱାର ଜେନରେଶନ କର୍ପୋରେଶନ) ପ୍ରସ୍ତାବ ଦେଇଥିବା ବେଳେ ଆଉ କେତେକ ସଂସ୍ଥା ପକ୍ଷରୁ ୟୁନିଟ ପ୍ରତି ୮୦ରୁ ଅଧିକ ପଇସା ବୃଦ୍ଧି ପାଇଁ ଦାବି ହେବାର ଆଭାଷ ମିଳିଛି।
ଓଇଆରସି ସରକାରୀ ସଂସ୍ଥା ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଣାଣି ବନ୍ଦ ନିର୍ଦ୍ଦେଶ ଦେବାକୁ କାର୍ଯ୍ୟକାରୀ ସଭାପତି ପଣ୍ଡା ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ୮ ଜିଲାରେ ବିଜୁଳି ପରିବଣ୍ଟନ କରୁଛି ସାଉଥ-କୋ। ଏହାର କର୍ପୋରେଟ ଅଫିସ ବ୍ରହ୍ମପୁରରେ ଅଛି। ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ରେଶମ ନଗରୀରେ ଘଡ଼ିକେ ଘଡ଼ି ବିଦ୍ୟୁତ ବିଭ୍ରାଟ ନିତିଦିନିଆ ହୋଇଛି। ପୁରୁଣା ଟ୍ରାନ୍ସଫର୍ମର ବଦଳା ଯାଉ ନ ଥିବା ଏବଂ ଶହ ଶହ କର୍ମଚାରୀ ପଦ ଖାଲିପଡ଼ିଥିବାରୁ ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନଥିବା ବିଭ୍ରାଟର ମୂଳ କାରଣ ହୋଇଛି। ବିଲ୍ ଆଦାୟକୁ ଯେତିକି ଗୁରୁତ୍ୱ ଦିଆଯାଉଛି ଉପଭୋକ୍ତାଙ୍କୁ ସେବା ଯୋଗାଇବାର ସାଉଥ-କୋ ବିଫଳ ହୋଇଥିବା ସମାଲୋଚନା କରାଯାଇଛି। ଦକ୍ଷିଣାଞ୍ଚଳ ୮ ଜିଲାରେ ୧୩ ଶହ କୋଟିରୁ ଅଧିକ ଟଙ୍କା ବକେୟା ପଡ଼ିଥିବାରୁ ଆସନ୍ତା ୧୫ ତାରିଖ ସୁଦ୍ଧା ଉପଭୋକ୍ତାମାନେ ପୈଠ ନ କଲେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାର ଘୋଷଣା କରାଯାଇଛି। ଏହାକୁ ମଧ୍ୟ ଗଞ୍ଜାମ କଂଗ୍ରେସ ତୀବ୍ର ବିରୋଧ କରିଛି। ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ସାଉଥ-କୋ ନେଇଥିବା ନିଷ୍ପତ୍ତି କୋହଳ କରିବା ଏବଂ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ଦାବି କରିଛନ୍ତି ପଣ୍ଡା।
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…
ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...
ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…
ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...
କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…
ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...
Archives


