ବ୍ରହ୍ମପୁର ଅଫିସ,୬ା୨-ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ବିତରକ ସଂସ୍ଥାଗୁଡ଼ିକ ଜୋରସର ପ୍ରୟାସ ଚଳାଇଛନ୍ତି। ସେଥିପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଗତ ସୋମବାରରୁ ଶୁଣାଣି ଆରମ୍ଭ କରିଛନ୍ତି। ଏବେ ପ୍ରତି ୟୁନିଟ ପିଛା ଘରୋଇ ବ୍ୟବହାର ଲାଗି ୨ ଟଙ୍କା ୫୦ ପଇସା ଧାର୍ଯ୍ୟ କରି ସାଧାରଣ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା ବେଳେ ପୁଣି ଶୁଳ୍କ ବୃଦ୍ଧି ନ କରିବା ଲାଗି ଗଞ୍ଜାମ ଜିଲା କଂଗ୍ରେସ ଦାବି କରିଛି। ଓଇଆରସି ଶୁଣାଣି ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସରକାର ଯଦି ପରିବଣ୍ଟନ ସଂସ୍ଥାଗୁନିକୁ ସୁହାଇଲା ଭଳି ନିଷ୍ପତ୍ତି ନେଲେ ଏହାର ପ୍ରତିବାଦରେ ଉପଭୋକ୍ତାଙ୍କୁ ମେଳି କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଭଳି ରାଜ୍ୟ ବିଜେଡି ସରକାର ପ୍ରତି ମାସରେ ୨ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବାକୁ ଦାବି କରାଯାଇଛି। ଗଞ୍ଜାମ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପୀତବାସ ପଣ୍ଡା କହିଛନ୍ତି, ବିତରକ ସଂସ୍ଥାଗୁଡ଼ିକ ବିଦ୍ୟୁତ୍ ଦର ବଢ଼ାଇବା ନିମନ୍ତେ ଦୀର୍ଘଦିନରୁ ଚକ୍ରାନ୍ତ ଚଳାଇଛନ୍ତି। ଗତବର୍ଷ ଶୁଳ୍କ ବଢ଼ାଇବା ଲାଗି ବିଭିନ୍ନ ଭାବରେ ଉଦ୍ୟମ କରାଯାଇଥିଲା। କଂଗ୍ରେସ ସମେତ ବାମପନ୍ଥୀ ଦଳ ବିରୋଧ କରିବାରୁ ଏବଂ ୨୦୧୯ ନିର୍ବାଚନ ବର୍ଷ ଥିବାରୁ ସରକାର ରାଜି ହୋଇ ନ ଥିଲେ। ବିଧାସଭା ଓ ଲୋକ ସଭା ନିର୍ବାଚନ ସରିଥିବା ଏବଂ ପୌର ନିର୍ବାଚନ ସମ୍ଭାବନା ନ ଥିବାରୁ ଓଇଆରସି ଦ୍ୱାରା ଶୁଣାଣି ଚଳାଇଛନ୍ତି। ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଶୁଣାଣି ଚାଲିବାର କାର୍ଯ୍ୟକ୍ରମ ରଖାଯାଇଛି। ୟୁନିଟ ପିଛା ଆସନ୍ତା ଆର୍ଥିକ ବର୍ଷରୁ ୨୬ ପଇସା ବଢ଼ାଇବାକୁ ଓପିଜିସି (ଓଡ଼ିଶା ପାୱାର ଜେନରେଶନ କର୍ପୋରେଶନ) ପ୍ରସ୍ତାବ ଦେଇଥିବା ବେଳେ ଆଉ କେତେକ ସଂସ୍ଥା ପକ୍ଷରୁ ୟୁନିଟ ପ୍ରତି ୮୦ରୁ ଅଧିକ ପଇସା ବୃଦ୍ଧି ପାଇଁ ଦାବି ହେବାର ଆଭାଷ ମିଳିଛି।
ଓଇଆରସି ସରକାରୀ ସଂସ୍ଥା ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଣାଣି ବନ୍ଦ ନିର୍ଦ୍ଦେଶ ଦେବାକୁ କାର୍ଯ୍ୟକାରୀ ସଭାପତି ପଣ୍ଡା ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ୮ ଜିଲାରେ ବିଜୁଳି ପରିବଣ୍ଟନ କରୁଛି ସାଉଥ-କୋ। ଏହାର କର୍ପୋରେଟ ଅଫିସ ବ୍ରହ୍ମପୁରରେ ଅଛି। ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ରେଶମ ନଗରୀରେ ଘଡ଼ିକେ ଘଡ଼ି ବିଦ୍ୟୁତ ବିଭ୍ରାଟ ନିତିଦିନିଆ ହୋଇଛି। ପୁରୁଣା ଟ୍ରାନ୍ସଫର୍ମର ବଦଳା ଯାଉ ନ ଥିବା ଏବଂ ଶହ ଶହ କର୍ମଚାରୀ ପଦ ଖାଲିପଡ଼ିଥିବାରୁ ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନଥିବା ବିଭ୍ରାଟର ମୂଳ କାରଣ ହୋଇଛି। ବିଲ୍ ଆଦାୟକୁ ଯେତିକି ଗୁରୁତ୍ୱ ଦିଆଯାଉଛି ଉପଭୋକ୍ତାଙ୍କୁ ସେବା ଯୋଗାଇବାର ସାଉଥ-କୋ ବିଫଳ ହୋଇଥିବା ସମାଲୋଚନା କରାଯାଇଛି। ଦକ୍ଷିଣାଞ୍ଚଳ ୮ ଜିଲାରେ ୧୩ ଶହ କୋଟିରୁ ଅଧିକ ଟଙ୍କା ବକେୟା ପଡ଼ିଥିବାରୁ ଆସନ୍ତା ୧୫ ତାରିଖ ସୁଦ୍ଧା ଉପଭୋକ୍ତାମାନେ ପୈଠ ନ କଲେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାର ଘୋଷଣା କରାଯାଇଛି। ଏହାକୁ ମଧ୍ୟ ଗଞ୍ଜାମ କଂଗ୍ରେସ ତୀବ୍ର ବିରୋଧ କରିଛି। ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ସାଉଥ-କୋ ନେଇଥିବା ନିଷ୍ପତ୍ତି କୋହଳ କରିବା ଏବଂ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ଦାବି କରିଛନ୍ତି ପଣ୍ଡା।
ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍; ଚାଲିଗଲା…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…
ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…
ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…
ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍, ଅର୍ଥ ଅନୁମୋଦନ କେବେ…?
ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…
କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…
ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ
ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…
ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…
କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ
ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…
Archives

