ତାଳଚେର,୪ା୮ (ନି.ପ୍ର.)-ଏମ୍ସିଏଲ୍ର ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ଜାରି ରହିଥିବା ଆନ୍ଦୋଳନ ଯୋଗୁ ତାଳଚେର କୋଲ୍ ଫିଲଡ୍ସରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ୩୦୦୦ ମେଗାୱାଟ୍ ବିଶିଷ୍ଟ ମହାରତ୍ନ କମ୍ପାନୀ କଣିହଁାସ୍ଥିତ ଏନ୍ଟିପିସି ଓ ଏହା ଅଧୀନରେ ଥିବା ଟିଟିପିଏସ୍ ଉପରେ ପଡ଼ିଛି। କୋଲ୍ ଫିଲଡ୍ସରୁ ଉତ୍ତୋଳନ ଓ ପରିବହନ ହୋଇପାରୁ ନ ଥିବାରୁ ଏହି ଦୁଇ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଗୁରୁତର କୋଇଲା ସଙ୍କଟ ସୃଷ୍ଟି ହୋଇଛି। ଏଥିଯୋଗୁ ଶନିବାର ଏନ୍ଟିପିସିର ଗୋଟିଏ ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍କୁ ବନ୍ଦ ରଖାଯାଇଛି। ଏହାକୁ ମିଶାଇ ପ୍ରକଳ୍ପର ମୋଟ୍ ୪ଟି ୟୁନିଟ୍ ବନ୍ଦ ହେଲାଣି। ସେହିପରି ଟିଟିପିଏସ୍ର ୫ଟି ୟୁନିଟ୍ ଶୁକ୍ରବାରଠାରୁ ବନ୍ଦ ରହିଛି।
ଏନ୍ଟିପିସିରେ ଥିବା ମୋଟ୍ ୬ଟି ୟୁନିଟ୍ରୁ ଦୈନିକ ୩ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦିତ ହୋଇଥାଏ। ଏଥିପାଇଁ ଦିନକୁ ୫୫ ହଜାର ମେଟ୍ରିକ୍ ଟନ୍ କୋଇଲା ଆବଶ୍ୟକ ପଡ଼ିଥାଏ। ଗତ ମାସ ୨୩ ତାରିଖ ଭରତପୁର ଖଣି ଦୁର୍ଘଟଣା ପରଠାରୁ ଏନ୍ଟିପିସିକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ପ୍ରକଳ୍ପ ଷ୍ଟକୟାର୍ଡରେ ମଧ୍ୟ ଆଉ ଅଧିକ କୋଇଲା ନାହିଁ। ଫଳରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଓ ୫ ନମ୍ବର ୟୁନିଟ୍କୁ ଗତ ୨୯ ତାରିଖରୁ ବନ୍ଦ ରଖିଛନ୍ତି। ବାହାରୁ କୋଇଲା ଯୋଗାଡ଼ କରି ବାକି ୩ଟି ୟୁନିଟ୍ ଚଳାଯାଉଥିଲେ ବି ଶନିବାର ୨ ନମ୍ବର ୟୁନିଟ୍କୁ ବନ୍ଦ ରଖାଯାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଅବଶିଷ୍ଟ ୨ ୟୁନିଟ୍କୁ ମଧ୍ୟ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟହେବେ ବୋଲି ଜଣାପଡିଛି। ମୋଟ୍ ୪ଟି ୟୁନିଟ୍ ବନ୍ଦ ହୋଇଯାଇଥିବାରୁ ବିଦ୍ୟୁତ୍ ଉପତ୍ାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସେହିପରି ୪୬୦ ମେଗାୱାଟ୍ ବିଶିଷ୍ଟ ଟିଟିପିଏସ୍ରେ ୬ଟି ୟନିଟ୍ ରହିଛି। ଏହା ଚାଲିବା ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ୍ କୋଇଲା ଆବଶ୍ୟକ। କିନ୍ତୁ ଏଠାରେ ମଧ୍ୟ ସମାନ ପରିସ୍ଥିତି ଯୋଗୁ ୧, ୨, ୩, ୪ ଓ ୫ ନମ୍ବର ୟୁନିଟ୍କୁ ବନ୍ଦ କରି ଦିଆଯାଇଛି।
ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ମିଳୁନି: ଏନ୍ଟିପିସିର ୪, ଟିଟିପିଏସ୍ର ୫ ୟୁନିଟ୍ ବନ୍ଦ
Posted inଅନୁଗୋଳ, ଆମ ଜିଲା ଖବର View All
କାଲି ନିଖୋଜ, ଆଜି ମିଳିଲା ବୃଦ୍ଧଙ୍କ ମୃତଦେହ; କେନାଲରେ ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ…
କୋକସରା,୧୮।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ଦିନ ଇନ୍ଦ୍ରାବତୀ ଉଠା ଜଳସେଚନ…
ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….
ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…
ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ
ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…
ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….
ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…
ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ
ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…
ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା
ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…
ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ
ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…
ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ
ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…
Archives

