Posted inରାଜ୍ୟ

ବିଦ୍ୟୁତ୍‌ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା:ଠିକାଦାରଙ୍କ ଘର ସମ୍ମୁଖରେ ଧାରଣା, କ୍ଷତିପୂରଣ ଦାବି

କୋରେଇ,୧୨ା୬(ସ୍ବ.ପ୍ର.) – କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ଖୁଣ୍ଟରେ ଚଢି କାମ କରୁଥିବାବେଳେ ସୋମବାର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବିଭାଗର ଠିକାକାମ ନେଇଥିବା ଠିକାଦାର କ୍ଷତିପୂରଣ ଦେବାକୁ ସ୍ଥିର ହୋଇଥିଲା। ହେଲେ ମଙ୍ଗଳବାର ଟଙ୍କା ନ ମିଳିବାରୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ଠିକାଦାରଙ୍କ ଘର ଦୂଆରେ ରଖିଥିଲେ। ଏନେଇ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଇବା ପରେ ପୋଲିସର ହସ୍ତକ୍ଷେପ ପରେ ଘଟଣାର ସମାଧାନ କରାଯାଇ ଶବଦାହ କରାଯାଇଥିଲା।
ପ୍ରକାଶ ଯେ, କୋରେଇ ଥାନା ତାରାକୋଟ ଗ୍ରାମର ପ୍ରହ୍ଲାଦ ଜେନା କଣ୍ଟାବଣିଆରେ ବିଦ୍ୟୁତ୍‌ ଖୁଣ୍ଟରେ ଚଢି କାମ କରୁଥିବାବେଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିଲା। ପରେ ପ୍ରହ୍ଲାଦଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ତାରାକୋଟ ଗ୍ରାମର ଶିଶିର ସାହୁ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାକି ପ୍ରହ୍ଲାଦଙ୍କ ଶୁଦ୍ଧିକ୍ରିୟା ପୂର୍ବରୁ ୧୦ ହଜାର ଟଙ୍କା ଏବଂ ମାସକ ମଧ୍ୟରେ ବାକି ୯୦ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ହେଲେ ଏନେଇ କିଛି ଲିଖିତ ପ୍ରତିଶ୍ରୁତି ଦେଇ ନ ଥିବାରୁ ମଙ୍ଗଳବାର ପ୍ରହ୍ଲାଦଙ୍କ ପରିବାର ସମେତ କିଛି ଗ୍ରାମବାସୀ ମୃତଦେହ ବ୍ୟବଚ୍ଛେଦ ପରେ ଶିଶିରଙ୍କ ଘରେ ପହଞ୍ଚିଥିଲେ। ହେଲେ ଶିଶିର ଘରେ ନ ଥିବା ପରିବାର ଲୋକ କହିବାରୁ ମୃତଦେହ ଶିଶିରଙ୍କ ଘର ଦୁଆରେ ରଖି ପଳାଇଥିଲେ। ଖବରପାଇ ଶିଶିର ଘରେ ପହଞ୍ଚି ସମସ୍ତ ଘଟଣା ଜାଣିବା ପରେ କୋରେଇ ପୋଲସକୁ ଅବଗତ କରାଇଥିଲେ। ମୃତଦେହକୁ ନେଇ ଉଭୟ ଗ୍ରାମରେ ଛକାପଞ୍ଝା ଲାଗିବାରୁ ଥାନାଧିକାରୀ ରଞ୍ଜିତ ମହାନ୍ତି ଏବଂ ଏଏସ୍‌ଆଇ ସଲିଳ ମଲିକ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ମାମଲା ଥଣ୍ଡା ପଡିଥିଲା। ହେଲେ ଏନେଇ ଠିକାଦାର ଶିଶିରଭିନ୍ନ ଅଭିଯୋଗ କରିଛନ୍ତି। ସୋମବାର ମୋଟ ୧ ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଥିବାବେଳେ ମଙ୍ଗଳବାର ପ୍ରହ୍ଲାଦଙ୍କ ପରିବାର ପକ୍ଷରୁ ହଠାତ୍‌ ୫ ଲକ୍ଷ ଟଙ୍କା ଦେବାକୁ ଦାବି ହୋଇଥିଲା। ଏତେ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି ଶିଶିର ମନା କରିଥିଲେ। ଫଳରେ ଉତ୍ତେଜିତ ହୋଇ ପରିବାର ଲୋକେ ମୃତଦେହକୁ ତାଙ୍କ ଘରେ ରଖି ଚାଲିଯାଇଥିବା ଶିଶିର ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରହ୍ଲାଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପ୍ରହ୍ଲାଦଙ୍କୁ ସରକାରୀ ସହାୟତା ସହ ଠିକାଦାର ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୨ ରୁ ୧୭ ରୁଟ୍‌ରେ ଗଡ଼ିବ ମୋ-ବସ୍‌

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ)-ସୋମବାର ଅର୍ଥାତ୍‌ ନଭେମ୍ବର ୨ରୁ ମୋ-ବସ୍‌ ୧୭ ରୁଟ୍‌ରେ ଗଡ଼ିବ। ରୁଟ୍‌ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨,...

ମନ୍ଦିରରେ ଝଣ୍ଡା ଲଗାଇବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଯୋଡାରେ ୧୪୪ ଧାରା ଜାରି

ଯୋଡ଼ା, ୧୧।୪ (ଡି.ଏନ.ଏ.): ରାମନବମୀ ଅବସରରେ ଏକ ଶିବ ମନ୍ଦିରରେ ଝଣ୍ଡା ଲଗାଇବାକୁ ନେଇ କେନ୍ଦୁଝର ଜିଲା ଯୋଡ଼ା ସହରରେ ସୋମବାର ଦୁଇ ଗୋଷ୍ଠୀ ମୁହାଁମୁହିଁ...

ଧରାପଡ଼ିଲେ ଫେରାର ପ୍ରେମୀଯୁଗଳ, ପ୍ରେମିକ ଗିରଫ

ବାରଙ୍ଗ,୯।୭(ଡି.ଏନ୍‌.ଏ): ନନ୍ଦନକାନନ ଥାନା ପୋଲିସ ଗତ ୨୦ତାରିଖଠାରୁ ଫେରାର ଥିବା ଏକ ପ୍ରେମୀଯୁଗଳଙ୍କୁ ରବିବାର ବିଶାଖାପାଟଣାରୁ ଧରଛି। ଧରାପଡିବା ପରେ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବାବେଳେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଣ୍ଡିତ ଦାମୋଦର ହୋତାଙ୍କ ଶେଷକୃତ୍ୟ

ଭୁବନେଶ୍ୱର, ୯।୨ (ବ୍ୟୁରୋ):ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ, ଗବେଷକ ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ତିତ ଡ. ଦାମୋଦର ହୋତାଙ୍କର ମଙ୍ଗଳବାର...

ଜିଲାବାସୀଙ୍କୁ ସତର୍କ କରିବା ପାଇଁ ସାଇକେଲ୍‌ରେ ବୁଲିଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୨୧ା୨: ପୁଣି କରୋନା କାୟା ମେଲାଉ ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।...

ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିଦେଲେ

କର୍ଲାମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା...

ପ୍ରକାଶ ପାଇଲା ପିଜି ନାମଲେଖା ପାଇଁ ମେଧା ତାଲିକା

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୧୬ ଓ ୧୭ ତାରିଖରେ...

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୬୪କୁ ବୃଦ୍ଧି ପାଇଛି। ମୃତକ ବାଲେଶ୍ୱର ଜିଲାର। ତେବେ ଆଜି...

Advertisement
Archives

Model This Week