ବିଦ୍ୟାଳୟରେ କମୁଛି ବାଳିକା ଉପସ୍ଥାନ

ଭଣ୍ଡାରିପୋଖରୀ,୩।୩(ଡି.ଏନ.ଏ.)-ବାଳିକା ସମୃଦ୍ଧି ଯୋଜନା ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସାଧାରଣତଃ ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାର ବାଳିକା ଡ୍ରପ ଆଉଟ୍‌ ସଂଖ୍ୟା କମାଇବା ଲାଗି ମାଗଣା ପୋଷାକ, ବହି, ଜୋତା, ସାଇକେଲ ଆଦି ଦେଉଥିଲେ ମଧ୍ୟ ବାଳିକାଙ୍କୁ ଉତ୍ସାହିତ କରିପାରୁ ନ ଥିବାରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ବାଳିକା ଉପସ୍ଥାନ ଦିନକୁ ଦିନ କମିବାରେ ଲାଗିଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନରେ ଥିବା ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକା ଉପସ୍ଥାନ ହାର କମୁଥିବା ଜଣାପଡ଼ିଛି।
ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ଲକରେ ୨୦୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ପ୍ରାଥମିକ ସ୍କୁଲରେ ୧୫୦୭୨ ଛାତ୍ରୀଛାତ୍ର ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୩୬୭ ଛାତ୍ରୀଛାତ୍ରଙ୍କୁ ମିଶାଇ ମୋଟ ୧୮୪୩୯ ଜଣ ପଢୁଥିବା ସରକାରୀ ରେକର୍ଡରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଥମରୁ ପଞ୍ଚମ ୪୭୫୭, ଷଷ୍ଠରୁ ଅଷ୍ଟମ ୨୫୬୩ ଏବଂ ନବମରୁ ଦଶମ ୧୬୬୮ ଜଣ ବାଳିକା ଅଧ୍ୟୟନ କରୁଛନ୍ତି। ପ୍ରତ୍ୟେକ ବର୍ଷ ବାଳିକା ସଂଖ୍ୟା ଉପସ୍ଥାନ ହ୍ରାସ ପାଉଛି। ୨୦୧୨-୧୩ରେ ବାଳିକା ସଂଖ୍ୟା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୧୦, ୯୮୦ ଥିବାବେଳେ ୨୦୧୩-୧୪ରେ ୧୦୮୬୨, ୨୦୧୪-୧୫ ରେ ୧୧,୩୨୮ ଓ ୨୦୧୫-୧୬ରେ ୧୧୫୪୯ ରହିଥିଲା। ୨୦୧୬-୧୭ଠାରୁ ଏହି ସଂଖ୍ୟା କମିବା ଆରମ୍ଭ କରି ୯୮୫୩, ୨୦୧୭-୧୮ରେ ୯୨୭୧ ଏବଂ ୨୦୧୮-୧୯ରେ ୯୦୧୯କୁ ଖସିଛି। ସରକାର ବାଳିକାମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବର୍ଷକରେ ୫୮୨ ବାଳିକା ଉପସ୍ଥାନ କମିବା ବିସ୍ମିତ କରିଛି। ଶିକ୍ଷା କ୍ଷେତ୍ରରେ ଶୈକ୍ଷିକ ଓ ସହଶୈକ୍ଷିକ ଦିଗରେ ସରକାରଙ୍କ ପକ୍ଷରୁ ଆକଳନ କରାଯାଇ ଭଣ୍ଡାରିପୋଖରୀ ବ୍ଲକ ରାଜ୍ୟରେ ୨ୟ ଓ ଭଦ୍ରକ ଜିଲାରେ ୧ମ ସ୍ଥାନ ହାସଲ କରୁଛି। ହେଲେ ବିଦ୍ୟାଳୟଗୁଡ଼ିକରେ ବାଳିକା ସଂଖ୍ୟା ଦିନକୁ ଦିନ କମିବା ପ୍ରତି କାହାର ଚିନ୍ତା ନ ଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ କୁହାଯାଇଛି।
ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କୁ ପଚାରିବାରୁ କହିଛନ୍ତି ଯେ, ଉଚ୍ଚଶିକ୍ଷା ପାଇଁ ପିଲାମାନେ ବିଶେଷ କରି ଇଂଲିଶ ମିଡିୟମ ସ୍କୁଲକୁ ଯାଉଛନ୍ତି। ଏହାଛଡ଼ା ଅନୁସୂଚିତ ଜାତି ଓ ଜନଜାତି ପିଲା ଅଧିକ ଥିବା ଗ୍ରାମରେ ଏପରି ହେଉଥାଇପାରେ। ସେ ନେଇ ପ୍ୟାରେଣ୍ଟ କଣ୍ଟାକ୍ଟ ରେଜିଷ୍ଟର ହୋଇଛି। ଯେଉଁ ପିଲା ନ ଆସୁଛନ୍ତି, ଶିକ୍ଷକ ଯାଇ ଅଭିଭାବକଙ୍କୁ ଜଣାଇ ଆଣିବା ବନ୍ଦୋବସ୍ତ କରାଯାଇଛି। ଡ୍ରପଆଉଟ୍‌ ସଂଖ୍ୟା କମାଇବା ପାଇଁ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକ୍ରମମାନ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri