Advertisement

ବିଦେଶ ଫେରନ୍ତାଙ୍କୁ ନେଇ ଗାଁରେ ଉତ୍ତେଜନା

ନାଉଗଁ।, ୨୯।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱବାସୀ ଆତଙ୍କିତ ରହିଥିବା ବେଳେ ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଯାଇ ଗଁାକୁ ଫେରୁଥିବା ଶ୍ରମିକମାନଙ୍କୁ ନେଇ ଏବେ ବିଭିନ୍ନ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ବିଦେଶାଗତଙ୍କୁ ଗ୍ରାମରେ ନ ରଖିବା ପାଇଁ କେତେକ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରୁଛନ୍ତି। ଜଗତ୍‌ସିଂହପୁର ଜିଲା ନାଉଗଁ। ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଦେଖାଯାଇଛି। ଉକ୍ତ ବ୍ଲକର ବିଭିନ୍ନ ଗ୍ରାମକୁ ରାଜ୍ୟ ଓ ଦେଶ ବାହାରୁ ଶତାଧିକ ଲୋକ ଆସିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଗଠିତ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନେ ହୋମ୍‌ କ୍ୱାରାଣ୍ଟାଇନରେ ରହିଛନ୍ତି। ହେଲେ ସେମାନେ ଗ୍ରାମରେ ରହିଲେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଭୟରେ କେତେକ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେଉଥିବା ଦେଖାଯାଉଛି।
ରବିବାର ସୁଦ୍ଧା ନାଉଗଁା ବ୍ଲକ ଅଞ୍ଚଳର ୨୦୯ ଜଣ ରାଜ୍ୟ ବାହାରୁ ଆସିଥବବା ବେଳେ ୧୧ ଜଣ ଦେଶ ବାହାରୁ ଆସିଥିବା ବ୍ଲକ ପ୍ରଶସନ ନିକଟରୁ ଖବର ମିଳିଛି। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ହୋମକ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ରାଜ୍ୟ ବା ଦେଶ ବାହାରୁ ଆସିଥିବା ଲୋକମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆଇସୋଲେଶନ ସେଣ୍ଟର କରାଯାଇଛି। ସେହିପରି ଗରିବ, ଅସହାୟ, ଦିନ ମଜୁରିଆମାନଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଯୋଗାଇବା ପାଇଁ ସମସ୍ତ ପଞ୍ଚାୟତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଦିନରେ ଗଜରାଜପୁର ଓ ଘୋଡାଂଶରେ ରନ୍ଧା ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିପିଓ ଦିନେଶ ରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚଟକଣି ମାରିଥିବା କଲେକ୍ଟରଙ୍କୁ କାର୍ଯ୍ୟରୁ ହଟାଇଲେ ମୁଖ୍ୟମନ୍ତ୍ରୀ…

ସୁରଜପୁର,୨୩।୫: ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରିଥିବା ଛତିଶଗଡ଼ର ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ରଣବୀରଙ୍କୁ...

ମହିଳା ଦିବସରେ ପାଣି ପାଇଁ ପ୍ରତିବାଦ କଲେ ମହିଳା

ବସ୍ତା,୮।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସରେ ବସ୍ତା ବ୍ଲକ ଅନ୍ତର୍ଗତ ଗୋଡ଼ିଖାଳ ନିକଟ ଜୁଣବଳଦାଠାରେ ପାନୀୟ ଜଳର ସମସ୍ୟା ନେଇ ମହିଳାମାନଙ୍କ ଦ୍ୱାରା ୬୦ ନଂ ଜାତୀୟ...

ନିର୍ବନ୍ଧ ସାରି ଫେରୁଥିଲେ, ଓଲଟିଲା ଗାଡ଼ି, ୩ ଗୁରୁତର

ସୋରଡ଼ା,୨୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଦାରିଙ୍ଗବାଡ଼ି ଜାତୀୟ ରାଜପଥ ଗାଜଲବଡ଼ି ନିକଟ ଭୂତପଙ୍କାଳ ରାସ୍ତାରେ ବୁଧବାର ଅପରାହ୍ନରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ...

ଶ୍ରୀମନ୍ଦିର ଫଟୋ ଭାଇରାଲ ନେଇ ଥାନାରେ ଏତଲା

ପୁରୀ ଅଫିସ, ୨୧ା୧୧: ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏହି ଘଟଣାରେ...

ବାଇକ୍‌ ଡିକିରୁ ୧ ଲକ୍ଷ ଲୁଟ୍‌, ମିଳିଛି ସିସିଟିଭି ଫୁଟେଜ୍‌; ମିଳୁନି ସୁରାକ

ବ୍ରହ୍ମପୁର ଅଫିସ,୧୩।୩: ଜଣେ ଲୋକଙ୍କ ବାଇକ୍‌ ଡିକିରୁ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ...

ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ। ନବରଙ୍ଗପୁର...

ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି, ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ ପରିବର୍ତ୍ତନ କରିଥାଏ…

ରୋମ/ନୂଆଦିଲ୍ଲୀ,୨୯।୧୧: କରୋନା ମହାମାରୀର ଦକ୍ଷିଣ ଆଫ୍ରିକାରେ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି କରାଯାଇଛି। କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ନିଜକୁ...

ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ଅଭିଯୋଗ : ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ପୁରୀ ଅଫିସ,୫ା୮: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା...

Advertisement
Archives

Model This Week