ବିଦେଶୀ କାରବାର ନେଇ ଚିନ୍ତାରେ ଇଣ୍ଡିଆ ଇଙ୍କ

ନୂଆଦିଲ୍ଲୀ, ୧୫। ୪ : ବିଦେଶରେ ନିଜର ୟୁନିଟ ସ୍ଥାପନା କରିଥିବା କମ୍ପାନୀଗୁଡିକ ଏବେ ଚିନ୍ତାରେ ଅଛନ୍ତି। କରୋନା ପାଇଁ ସାରା ବିଶ୍ୱ ଏବେ ଲକ୍‌ଡାଉନ ହୋଇଥିବା ବେଳେ କମ୍ପାନୀଗୁଡିକର କାରବାର ଠପ୍‌ ହୋଇଛି। ୟୁନିଟଗୁଡିକ କେବେ ପୁଣି ଥରେ କାର୍ଯ୍ୟକ୍ଷମ ହେବ ନେଇ ସ୍ପଷ୍ଟ ଭାବେ କିଛି କହିବା ସ୍ଥିତି ଏବେ ଆସିନାହିଁ। ଏଭଳି ବିଭିନ୍ନ ପ୍ରସଙ୍ଗ ନେଇ ଇଣ୍ଡିଆ ଇଙ୍କ ବା ଭାରତୀୟ ଶିଳ୍ପଜଗତ ଏବେ ବେଶ ଚିନ୍ତିତ ହୋଇପଡିଛି। ଭାରତୀୟ କମ୍ପାନୀଗୁଡିକ ପ୍ରଦାନ କରିଥିବା ଅଫ୍‌ସୋର ଗ୍ୟାରେଣ୍ଟି, ବିଦେଶୀ ବ୍ୟାଙ୍କଗୁଡିକ ଠାରୁ କମ୍ପାନୀ ନେଇଥିବା ଋଣର ସୁଝିବା ଚାପ କମ୍ପାନୀଗୁଡିକ ଏବେ ସହୁଛନ୍ତି। ଏହାବାଦ ଭାରତୀୟ କମ୍ପାନୀଗୁଡିକୁ ଅଧିଗ୍ରହଣ କରିବା କିମ୍ବା ଅଧିକ ଅଂଶଧନ ହାତେଇବା ନେଇ ବିଦେଶୀ କମ୍ପାନୀଗୁଡିକ ଏବେ ବେଶି ମାତ୍ରାରେ ଅଗ୍ରସର ହେଉଛନ୍ତି। କରୋନା ଯୋଗୁ ବିଶ୍ୱ ବଜାର କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଷ୍ଟକ ମୂଲ୍ୟ କମିଛି ଯାହା ଫଳରେ ବିଦେଶୀ ଫାର୍ମ ଅଧିକ ମାତ୍ରାରେ ଶେୟାର କିଣୁଥିବା ଦେଖାଯାଉଛି।
ଏବେ ରାଜସ୍ବ ପ୍ରଭାବିତ ହୋଇଥିବାରୁ ବିଦେଶରେ କଣ୍ଟ୍ରାକ୍ଟ ପାଇବା ଲାଗି ଗ୍ୟାରେଣ୍ଠି ପ୍ରଦାନ କ୍ଷେତ୍ରରେ ସମସ୍ୟା ଉପୁଜୁଛି। ସେହଭିଳି ବିଦେଶୀ ୟୁନିଟଗୁଡିକ ଲାଗି କମ୍‌ ମୂଲ୍ୟରେ ଋଣ ପାଇବାକୁ ମଧ୍ୟ ବଡ ଚ୍ୟାଲେଞ୍ଜ ହେଉଛି। ଏଭଳି ସ୍ଥିତିରେ ନଗଦ ଅଭାବ ଏବଂ ରାଜସ୍ବ ହ୍ରାସ ସମସ୍ୟାକୁ ଆହୁରି ବଢାଇବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବିକ୍ରି ଏବଂ ରପ୍ତାନି ଖସିବା ଫଳରେ କମ୍ପାନୀଗୁଡିକ ବାହ୍ୟ ବାଣିଜି୍ୟକ ଋଣ (ଇସିବି) ସମ୍ପର୍କିତ ସର୍ତ୍ତ ପୂରଣ କରିବା ନେଇ ସମସ୍ୟା ସାମ୍ନା କରିବେ ବୋଲି ଆଶଙ୍କା କରାଯାଇଛି। ବର୍ତ୍ତମାନ କମ୍ପାନୀଗୁଡିକ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଅନେକ ସମସ୍ୟା ସାମ୍ନା କରୁଥିବା ନଜରକୁ ଆସିଛି। କମ୍ପାନୀ ଚାପରେ ରହିଥିବା ଭାରତୀୟ ଜନତା ପାର୍ଟିର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ ଜାତୀୟ ମୁଖପାତ୍ର ଗୋପାଳ କୃଷ୍ଣ ଅଗ୍ରଓ୍ବାଲ କହିଛନ୍ତି।
ଭାରତରେ ବ୍ୟାଙ୍କଗୁଡିକ ପକ୍ଷରୁ ସୁଧ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ୩ ମାସିଆ ମୋରାଟୋରିୟମ ସୁବିଧା ରହିଛି। ହେଲେ ବିଦେଶୀ ବ୍ୟାଙ୍କଗୁଡିକ ସାଧାରଣତଃ ପ୍ରଦାନ କରୁନାହାନ୍ତି। ଭାରତୀୟ କମ୍ପାନୀଗୁଡିକ ବେଶି ଚିନ୍ତିତ ନ ହେବା ନେଇ ଅଗ୍ରଓ୍ବାଲ ପରାମର୍ଶ ଦେଇଛନ୍ତି। ଭାରତୀୟ ପୁଞ୍ଜି ବଜାରରେ ବଳପୂର୍ବକ ଅଧିଗ୍ରହଣ ଉପରେ କଟକଣା ଲଗାଇବା ପାଇଁ ଅନେକ ନିୟମ ରହିଛି ବୋଲି ନିକଟରେ ଚାଇନା ପିପୁଲସ ବ୍ୟାଙ୍କ ଏନ୍‌ଡିଏଫ୍‌ସିର ୧ % ଅଂଶଧନ ଓପନ ମାର୍କେଟ ଅପରେଶନ ଦ୍ୱାରା କ୍ରୟ କରିଛି। ଏହି ପ୍ରସଙ୍ଗରେ ଜଣେ ବରିଷ୍ଠ ଫଣ୍ଡ ମ୍ୟାନେଜର କହିଛନ୍ତି ଯେ, ଚାଇନା ବିଭିନ୍ନ ଉପାୟରେ ଏଭଳି କାମ କରିବାକୁ ପଛାଉ ନାହିଁ। ବିଦେଶୀ ନିବେଶ ନେଇ ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ୨୦୦୭ରେ ନିବେଶ କଟକଣା ଲାଗୁ କରିଥିଲେ। ହେଲେ ଏହା ପରଠାରୁ ସେଠାରେ ଚାଇନା ନିବେଶ ବଢିଛି।
ବର୍ତ୍ତମାନ ସ୍ଥିତିରେ ବିଦେଶୀ କମ୍ପାନୀଗୁଡିକ ସେମାନଙ୍କ ଆର୍ଥତ୍କ ସ୍ବାସ୍ଥ୍ୟ ଠିକ୍‌ ରଖିବା ଲାଗି ବିଭିନ୍ନ ବିକଳ୍ପ ସନ୍ଧାନରେ ରହିଛନ୍ତି। କମ୍ପାନୀଗୁଡିକ ବିଦେଶୀ ଋଣ ପୁନର୍ଗଠନ ଏବଂ ଆର୍ଥତ୍କ ସ୍ବାସ୍ଥ୍ୟ ନେଇ ବିଚାର କରାଯାଉଛି। କେତେକ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମୋଦନ ଲାଭ କରିବାକୁ ପଡୁଛି ବୋଲି ଖଇତାନ ଆଣ୍ଡ ପାର୍ଟନର କୋର ମୋଇନ ଲୋଧା ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ମଧ୍ୟ ହସ୍ତକ୍ଷେପ କରିବା ସହ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଧିର ଆଣ୍ଡ ଧିର ର ଆସୋସିଏଟ ପାର୍ଟନର ଆଶିଷ ପାଶ୍ୱି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri