ବିଦେଶୀ କାରବାର ନେଇ ଚିନ୍ତାରେ ଇଣ୍ଡିଆ ଇଙ୍କ

ନୂଆଦିଲ୍ଲୀ, ୧୫। ୪ : ବିଦେଶରେ ନିଜର ୟୁନିଟ ସ୍ଥାପନା କରିଥିବା କମ୍ପାନୀଗୁଡିକ ଏବେ ଚିନ୍ତାରେ ଅଛନ୍ତି। କରୋନା ପାଇଁ ସାରା ବିଶ୍ୱ ଏବେ ଲକ୍‌ଡାଉନ ହୋଇଥିବା ବେଳେ କମ୍ପାନୀଗୁଡିକର କାରବାର ଠପ୍‌ ହୋଇଛି। ୟୁନିଟଗୁଡିକ କେବେ ପୁଣି ଥରେ କାର୍ଯ୍ୟକ୍ଷମ ହେବ ନେଇ ସ୍ପଷ୍ଟ ଭାବେ କିଛି କହିବା ସ୍ଥିତି ଏବେ ଆସିନାହିଁ। ଏଭଳି ବିଭିନ୍ନ ପ୍ରସଙ୍ଗ ନେଇ ଇଣ୍ଡିଆ ଇଙ୍କ ବା ଭାରତୀୟ ଶିଳ୍ପଜଗତ ଏବେ ବେଶ ଚିନ୍ତିତ ହୋଇପଡିଛି। ଭାରତୀୟ କମ୍ପାନୀଗୁଡିକ ପ୍ରଦାନ କରିଥିବା ଅଫ୍‌ସୋର ଗ୍ୟାରେଣ୍ଟି, ବିଦେଶୀ ବ୍ୟାଙ୍କଗୁଡିକ ଠାରୁ କମ୍ପାନୀ ନେଇଥିବା ଋଣର ସୁଝିବା ଚାପ କମ୍ପାନୀଗୁଡିକ ଏବେ ସହୁଛନ୍ତି। ଏହାବାଦ ଭାରତୀୟ କମ୍ପାନୀଗୁଡିକୁ ଅଧିଗ୍ରହଣ କରିବା କିମ୍ବା ଅଧିକ ଅଂଶଧନ ହାତେଇବା ନେଇ ବିଦେଶୀ କମ୍ପାନୀଗୁଡିକ ଏବେ ବେଶି ମାତ୍ରାରେ ଅଗ୍ରସର ହେଉଛନ୍ତି। କରୋନା ଯୋଗୁ ବିଶ୍ୱ ବଜାର କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଷ୍ଟକ ମୂଲ୍ୟ କମିଛି ଯାହା ଫଳରେ ବିଦେଶୀ ଫାର୍ମ ଅଧିକ ମାତ୍ରାରେ ଶେୟାର କିଣୁଥିବା ଦେଖାଯାଉଛି।
ଏବେ ରାଜସ୍ବ ପ୍ରଭାବିତ ହୋଇଥିବାରୁ ବିଦେଶରେ କଣ୍ଟ୍ରାକ୍ଟ ପାଇବା ଲାଗି ଗ୍ୟାରେଣ୍ଠି ପ୍ରଦାନ କ୍ଷେତ୍ରରେ ସମସ୍ୟା ଉପୁଜୁଛି। ସେହଭିଳି ବିଦେଶୀ ୟୁନିଟଗୁଡିକ ଲାଗି କମ୍‌ ମୂଲ୍ୟରେ ଋଣ ପାଇବାକୁ ମଧ୍ୟ ବଡ ଚ୍ୟାଲେଞ୍ଜ ହେଉଛି। ଏଭଳି ସ୍ଥିତିରେ ନଗଦ ଅଭାବ ଏବଂ ରାଜସ୍ବ ହ୍ରାସ ସମସ୍ୟାକୁ ଆହୁରି ବଢାଇବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବିକ୍ରି ଏବଂ ରପ୍ତାନି ଖସିବା ଫଳରେ କମ୍ପାନୀଗୁଡିକ ବାହ୍ୟ ବାଣିଜି୍ୟକ ଋଣ (ଇସିବି) ସମ୍ପର୍କିତ ସର୍ତ୍ତ ପୂରଣ କରିବା ନେଇ ସମସ୍ୟା ସାମ୍ନା କରିବେ ବୋଲି ଆଶଙ୍କା କରାଯାଇଛି। ବର୍ତ୍ତମାନ କମ୍ପାନୀଗୁଡିକ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଅନେକ ସମସ୍ୟା ସାମ୍ନା କରୁଥିବା ନଜରକୁ ଆସିଛି। କମ୍ପାନୀ ଚାପରେ ରହିଥିବା ଭାରତୀୟ ଜନତା ପାର୍ଟିର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ ଜାତୀୟ ମୁଖପାତ୍ର ଗୋପାଳ କୃଷ୍ଣ ଅଗ୍ରଓ୍ବାଲ କହିଛନ୍ତି।
ଭାରତରେ ବ୍ୟାଙ୍କଗୁଡିକ ପକ୍ଷରୁ ସୁଧ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ୩ ମାସିଆ ମୋରାଟୋରିୟମ ସୁବିଧା ରହିଛି। ହେଲେ ବିଦେଶୀ ବ୍ୟାଙ୍କଗୁଡିକ ସାଧାରଣତଃ ପ୍ରଦାନ କରୁନାହାନ୍ତି। ଭାରତୀୟ କମ୍ପାନୀଗୁଡିକ ବେଶି ଚିନ୍ତିତ ନ ହେବା ନେଇ ଅଗ୍ରଓ୍ବାଲ ପରାମର୍ଶ ଦେଇଛନ୍ତି। ଭାରତୀୟ ପୁଞ୍ଜି ବଜାରରେ ବଳପୂର୍ବକ ଅଧିଗ୍ରହଣ ଉପରେ କଟକଣା ଲଗାଇବା ପାଇଁ ଅନେକ ନିୟମ ରହିଛି ବୋଲି ନିକଟରେ ଚାଇନା ପିପୁଲସ ବ୍ୟାଙ୍କ ଏନ୍‌ଡିଏଫ୍‌ସିର ୧ % ଅଂଶଧନ ଓପନ ମାର୍କେଟ ଅପରେଶନ ଦ୍ୱାରା କ୍ରୟ କରିଛି। ଏହି ପ୍ରସଙ୍ଗରେ ଜଣେ ବରିଷ୍ଠ ଫଣ୍ଡ ମ୍ୟାନେଜର କହିଛନ୍ତି ଯେ, ଚାଇନା ବିଭିନ୍ନ ଉପାୟରେ ଏଭଳି କାମ କରିବାକୁ ପଛାଉ ନାହିଁ। ବିଦେଶୀ ନିବେଶ ନେଇ ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ୨୦୦୭ରେ ନିବେଶ କଟକଣା ଲାଗୁ କରିଥିଲେ। ହେଲେ ଏହା ପରଠାରୁ ସେଠାରେ ଚାଇନା ନିବେଶ ବଢିଛି।
ବର୍ତ୍ତମାନ ସ୍ଥିତିରେ ବିଦେଶୀ କମ୍ପାନୀଗୁଡିକ ସେମାନଙ୍କ ଆର୍ଥତ୍କ ସ୍ବାସ୍ଥ୍ୟ ଠିକ୍‌ ରଖିବା ଲାଗି ବିଭିନ୍ନ ବିକଳ୍ପ ସନ୍ଧାନରେ ରହିଛନ୍ତି। କମ୍ପାନୀଗୁଡିକ ବିଦେଶୀ ଋଣ ପୁନର୍ଗଠନ ଏବଂ ଆର୍ଥତ୍କ ସ୍ବାସ୍ଥ୍ୟ ନେଇ ବିଚାର କରାଯାଉଛି। କେତେକ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମୋଦନ ଲାଭ କରିବାକୁ ପଡୁଛି ବୋଲି ଖଇତାନ ଆଣ୍ଡ ପାର୍ଟନର କୋର ମୋଇନ ଲୋଧା ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ମଧ୍ୟ ହସ୍ତକ୍ଷେପ କରିବା ସହ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଧିର ଆଣ୍ଡ ଧିର ର ଆସୋସିଏଟ ପାର୍ଟନର ଆଶିଷ ପାଶ୍ୱି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri